www.samajalive.in
Saturday, December 6, 2025
16.1 C
Bhubaneswar

‘ଫିଟ୍‌ ଇଣ୍ଡିଆ ମୁଭମେଣ୍ଟ’ର ଶୁଭାରମ୍ଭ କଲେ ମୋଦୀ: କ୍ରୀଡ଼ା ଏକ ଶବ୍ଦ ନୁହେଁ, ସୁସ୍ଥ ଜୀବନ ଲାଗି ଏକ ସର୍ତ୍ତ

ନୂଆଦିଲ୍ଲୀ: ମଣିଷ ସୁସ୍ଥ ରହିଲେ, ସମାଜ ସୁସ୍ଥ ରହିବ ଏବଂ ସାରା ଦେଶ ସୁସ୍ଥ ରହିବ। ଶାରିରୀକ ସୁସ୍ଥତା ମଣିଷର ଦକ୍ଷତା ବୃଦ୍ଧି କରିବ, ଯାହା ଦେଶର ବିକାଶରେ ମଧ୍ୟ ସହାୟକ ହେବ। ତେଣୁ ସମସ୍ତେ ଫିଟ୍‌ ରହିବା ଜରୁରୀ। ସମସ୍ତଙ୍କ ନିକଟରେ ଏହି ବାର୍ତ୍ତା ପହଞ୍ଚାଇବା ଲାଗି ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ‘ଫିଟ୍‌ ଇଣ୍ଡିଆ ମୁଭମେଣ୍ଟ’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୋଦୀ ଅଭିଯାନର ଶୁଭାରମ୍ଭ କରି ଦେଶବାସୀଙ୍କୁ ଶୁଭକାମନା ଜଣାଇଥିଲେ। ମୋଦୀ କହିଥିଲେ, କ୍ରୀଡ଼ା ଏକ ଶବ୍ଦ ନୁହେଁ, ଏହା ସୁସ୍ଥ ଜୀବନ ଲାଗି ଏକ ସର୍ତ୍ତ। କ୍ରୀଡ଼ା ସହିତ ଫିଟ୍‌ନେସ୍‌ର ସିଧା ସମ୍ପର୍କ ରହିଛି। ବ୍ୟାୟାମ ଦ୍ବାରା ଏକ ସୁଖଦ ଓ ଦୀର୍ଘ ଜୀବନ ପ୍ରାପ୍ତ ହୋଇଥାଏ। ଅନିୟମିତ ଜୀବନଚର୍ଯ୍ୟା ଯୋଗୁ ଅଧିକ ଲୋକଙ୍କ ଜୀବନ ଯାଉଛି। ପିଟ୍‌ନେସ୍‌ ଆମ ଜୀବନର ଅଭିନ୍ନ ଅଙ୍ଗ। ପୂର୍ବରୁ ସ୍ବାସ୍ଥ୍ୟ ଯୋଗୁ ସବୁ କାମ ସମ୍ଭବ ହେଉଥିଲା। ଏବେ ସ୍ବାର୍ଥ ଯୋଗୁ ସବୁ କାମ ସମ୍ଭବ ହେଉଛି। ବଡ଼ି ଫିଟ୍‌ ତ ମାଇଣ୍ଡ ହିଟ୍‌। ପରିବାର ଭିତରେ ଶାରିରୀକ ସୁସ୍ଥତା ନେଇ ଆଲୋଚନା ଆବଶ୍ୟକ। ଫିଟ୍‌ ଇଣ୍ଡିଆ ମୁଭମେଣ୍ଟକୁ ଜୀବନର ଏକ ଅଂଶ କରିବାକୁ ମୋଦୀ ଆହ୍ବାନ ଦେଇଥିଲେ।

କାର୍ଯ୍ୟକ୍ରମରେ ଅନେକ ବଲିଉଡ୍‌ ଅଭିନେତା ଓ ଅଭିନେତ୍ରୀ ଯୋଗଦେଇଥିଲେ। ପ୍ରାରମ୍ଭରେ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ କ୍ରୀଡ଼ା ସମ୍ପର୍କିତ ବିଭିନ୍ନ ସଚେତନତାଭିତ୍ତିକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

- Advertisement -
Image Courtesy: Aajtak

ସୂଚନାଯୋଗ୍ୟ, ଏହି ଅଭିଯାନ ଜରିଆରେ ପ୍ରତି କଲେଜ ଏବଂ ବିଶ୍ଵବିଦ୍ୟାଳୟକୁ ୧୫ ଦିନିଆ ଫିଟ୍‌ନେସ୍‌ ପ୍ଲାନ ପ୍ରସ୍ତୁତ କରିବାକୁ ହେବ ଏବଂ ତାହାକୁ ନିଶ୍ଚିତ ରୂପରେ କଲେଜ ଏବଂ ବିଶ୍ଵବିଦ୍ୟାଳୟର ପୋର୍ଟାଲ, ୱେବସାଇଟରେ ଅପ୍‌ଲୋଡ୍‌ କରିବାକୁ ପଡ଼ିବ।

କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି, ଦେଶବ୍ୟାପୀ କ୍ରୀଡ଼ାକୁ ନାଗରିକଙ୍କ ଦୈନିକ ଜୀବନରେ ସାମିଲ କରାଯିବ। ଫଳରେ ଲୋକଙ୍କ ଶାରିରୀକ ଫିଟ୍‌ନେସ ଏବଂ କଲ୍ୟାଣରେ ସୁଧାର ଅଣାଯାଇପାରିବ। ଫିଟ୍‌ ଇଣ୍ଡିଆ ମୁଭମେଣ୍ଟ ସମ୍ପର୍କରେ ସରକାରଙ୍କୁ ପରାମର୍ଶ ଦେବା ପାଇଁ ଏକ କମିଟି ଗଠନ କରାଯାଇଥିଲା। ଭାରତୀୟ କ୍ରୀଡ଼ା ପ୍ରାଧିକରଣ(ସାଇ), ଆଇଓଏ, ଭାରତୀୟ ଆଥଲେଟିକ୍‌ ଆସୋସିଏଶନ,  ଅଖିଳ ଭାରତୀୟ ଫୁଟବଲ ମହାସଂଘ ଏବଂ ଭାରତୀୟ ସାଇକେଲିଂ ମହାସଙ୍ଘ ଭଳି ଜାତୀୟ ସ୍ତରର କ୍ରୀଡ଼ା ସଂଗଠନଗୁଡ଼ିକର ସଦସ୍ୟଙ୍କୁ ଏଥିରେ ସାମିଲ କରାଯାଇଛି। କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ ଏହାର ଅଧ୍ୟକ୍ଷ ରହିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories