www.samajalive.in
Tuesday, December 9, 2025
17.1 C
Bhubaneswar

ବାଜପେୟୀଙ୍କ ଉପରେ ନିର୍ମାଣ ହେବ ବଲିଉଡ୍ ଚଳଚ୍ଚିତ୍ର

ମୁମ୍ବଇ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରେ ଏବେ ଭୂତପୂର୍ବ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅଟଳ ବିହାରୀ ବାଜପେୟୀଙ୍କ ଉପରେ ଏକ ବଲିଉଡ୍ ଚଳଚ୍ଚିତ୍ର ନିର୍ମାଣ ହେବ। ଅମାଶ ଫିଲ୍ମସ୍‌ ବ୍ୟାନରରେ ନିର୍ମାଣ ହେବାକୁ ଯାଉଥିବା ଏହି ଚଳଚ୍ଚିତ୍ର ପ୍ରଯୋଜନା ଦେବେ ଶିବା ଶର୍ମା। ସେ ବାଜପେୟୀଙ୍କ ପୁସ୍ତକ ଦି ଅନଟୋଲ୍ଡ ବାଜପେୟୀ ପୁସ୍ତକ ପଢିବା ପରେ ଶିବା ଶର୍ମା ତାଙ୍କ ଜୀବନୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବା କଥା ଭାବିଛନ୍ତି। ଏବେ ଚଳଚ୍ଚିତ୍ରର ସ୍କ୍ରିପ୍ଟକୁ ନେଇ କାମଚାଲିଥିବାବେଳେ ସ୍କ୍ରିପ୍ଟ ଲେଖାହେବା ପରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଓ କଳାକାରମାନଙ୍କୁ ଚୟନ କରାଯିବ ବୋଲି ଶିବା ଶର୍ମା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ ହୋଇସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ନିର୍ମିତ ଚଳଚ୍ଚିତ୍ରର ନାମ ‘ପିଏମ୍‍ ନରେନ୍ଦ୍ର ମୋଦୀ’ ରଖାଯାଇଥିଲା। ‘ପିଏମ୍‍ ନରେନ୍ଦ୍ର ମୋଦୀ’ରେ ନିର୍ଦ୍ଦେଶନା ଭାର ଓମଙ୍ଗ କୁମାର ବହନ କରିଥିବାବେଳେ ବିବେକ ଓବରୟ ମୋଦୀଙ୍କ ଭୂମିକାରେ ନଜର ଆସିଥିଲେ। ସେହିପରି ମନମୋହନ ସିଂହଙ୍କ ଉପରେ ନିର୍ମିତ ହୋଇଥିବା ଚଳଚ୍ଚିତ୍ରର ନାମ ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ ରଖାଯାଇଥିଲା। ‘ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ ସିନେମାରେ ବିଜୟ ରତ୍ନାକର ଗୁଟ୍ଟେ ନିର୍ଦ୍ଦେଶନା ଭାର ବହନ କରିଥିଲାବେଳେ ଅନୁପମ ଓ ଅକ୍ଷୟ ଖନ୍ନା ମୂଖ୍ୟ ଭୂମିକାରେ ଅଭିନୟ କରିଥିଲେ ତାଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ସୁଜୈନ ବର୍ନଟ-ସୋନିଆ ଗାନ୍ଧୀ, ଅର୍ଜନ ମାଥୁର-ରାହୁଲ ଗାନ୍ଧୀ, ଆହାନା କୁମରା-ପ୍ରିୟଙ୍କା ଗାନ୍ଧୀ, ବିମଳ ବର୍ମା-ଲାଲୁ ପ୍ରସାଦ ଯାଦବ, ଅବତେର ସୈନୀ-ଲାଲ କୃଷ୍ଣ ଆଡ଼ୱାନୀ, ଅନିଲ ରସ୍ତୋଗୀ-ଶିବରାଜ ପାଟିଲଙ୍କ ଭୂମିକାରେ ନଜର ଆସିଥିଲେ।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories