ନୂଆଦିଲ୍ଲୀ : ବାହୁବଳୀ ଷ୍ଟାର ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର ‘ସାହୋ’ ମୁକ୍ତିଲାଭ କରିବା ପୂର୍ବରୁ ଏକାଧିକ ରେକେର୍ଡ ଭାଙ୍ଗିଛି । ‘ବହୁବଳୀ-୨’ ଓ ‘ରୋବଟ-୨.୦’ ଠାରୁ ଅଧିକ ପରଦାରେ ରିଲିଜ ହେବାକୁ ଯାଉଛି ‘ସାହୋ’ । ଏହା ଭାରତରେ ୧୦ ହଜାର ପରାଦାରେ ରିଲିଜ ହେବାକୁ ଥିବାବେଳେ ଉତ୍ତର-ଭାରତରେ ୪,୫୦୦ରୁ ଅଧିକ ପରଦାରେ ମୁକ୍ତିଲାଭ କରିବ। ସେହିପରି ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ୨ହଜାର ପରାଦରେ ମୁକ୍ତିଲାଭ କରିବ ‘ସାହେ’।
ସୂଚନା ମୁତାବକ, ‘ସାହୋ’ ଭାରତରେ ମୁକ୍ତିଲାଭର ପ୍ରଥମ ଦିନରେ ୭୫ କୋଟି ଟଙ୍କାର ବ୍ୟବସାୟ କରିବ ବୋଲି ନିର୍ମାତା ଏବଂ ଚଳଚ୍ଚିତ୍ର ସମୀକ୍ଷକମାନେ ଆଶାପୋଷଣ କରିଛନ୍ତି। ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ପ୍ରଥମ ଦିନର ଟିକେଟର ମୂଲ୍ୟ ୨୦୦ ଟଙ୍କା କରିବାକୁ ଧାର୍ଯ୍ୟ କରାଯାଇଛି । ଚଳଚ୍ଚିତ୍ରର ତେଲୁଗୁ, ମାଲାୟଲମ ଓ ତାମିଲର ସାଟେଲାଇଟ ରାଇଟ୍ସକୁ ୭୦ କୋଟି ତଙ୍କା ବିନିମୟରେ ରେ ବିକ୍ରି କରାଯାଥିବା ବେଳେ କେବଳ ହିନ୍ଦୀର ସାଟେଲାଇଟ ରାଇଟସକୁ ୭୦ କୋଟି ଟଙ୍କାରେ ବିକ୍ରି କରାଯାଇଛି । ‘ସାହୋ’ ୪ଟି ଭାଷା ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟଲମରେ ରିଲିଜ ହେବାକୁ ଯାଉଛି ।



