ଆବଶ୍ୟକ ସାମଗ୍ରୀ
ପପକପ – ୨କପ
ତେଲ – ୨ଚାମଚ
ଟମାଟୋ ସସ – ୨ଚାମଚ
ଗୋଲମରିଚ ଗୁଣ୍ଡ – ଅଳ୍ପ
କଳା ଲୁଣ – ସାମାନ୍ୟ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ କଡ଼େଇ ବସାନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ଟମାଟୋ ସସ ପକାଇ ଗୋଳାନ୍ତୁ। ଏହା ପରେ ଏଥିରେ ପପକପ ପକାଇ ଧୀରେ ଧୀରେ ଗୋଳାନ୍ତୁ। ଏବେ ଏଥିରେ ସାମାନ୍ୟ କଳା ଲୁଣ ଓ ଅଳ୍ପ ଗୋଲମରିଚ ଗୁଣ୍ଡ ପକାଇ ଗୋଳାଇ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଟମାଟୋ ପପକର୍ଣ୍ଣ।
ଟମାଟୋ ପପ୍କର୍ଣ୍ଣ
Popular Categories



