www.samajalive.in
Monday, December 8, 2025
20.1 C
Bhubaneswar

ଭ୍ରମଣ ପାଇଁ ଯାଆନ୍ତୁ ସଂସ୍କୃତି, ପରମ୍ପରା ଓ ଲୋକନୃତ୍ୟର ସହର

କେରଳର ବହୁ ସ୍ଥାନ ପାହାଡ଼, ନଦୀ, ଝରଣା ଏବଂ ସୁନ୍ଦର ଜଙ୍ଗଲରେ ପରିପୂର୍ଣ୍ଣ। ଏଠାକାର ଶାନ୍ତ ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ସଭିଁଙ୍କୁ ବେଶ ଆକର୍ଷିତ କରିଥାଏ। ତେଣୁ ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଭ୍ରମଣ ପାଇ ଆସିଥାଆନ୍ତି। ଭ୍ରମଣ ପାଇଁ କେରଳରେ ବହୁ ସ୍ଥାନ ରହିଛି। ଏହାକୁ ଦେବତାମାନଙ୍କ ଘର ବୋଲି କୁହାଯାଇଥାଏ। ସଂସ୍କୃତି, ପରମ୍ପରା ଓ ଲୋକନୃତ୍ୟର ଏହା କ୍ଷେତ୍ର ଅଟେ। ଅଲେପ୍ପୀ କେରଳର ଏକ ପ୍ରସିଦ୍ଧ ସ୍ଥାନ ଅଟେ। ସେପ୍ଟେମ୍ବର ମାସରୁ ଆରମ୍ଭ କରି ମେ ମାସ ପର୍ଯ୍ୟନ୍ତ ଯିବା ସଠିକ ଅଟେ। ଅଲେପ୍ପୀରେ ସମୁଦ୍ର ବ୍ୟତୀତ ଶ୍ରୀକୃଷ୍ଣ ମନ୍ଦିର, କୃଷ୍ଣାପୁରମ ନଅର ଆଦି ସ୍ଥାନ ରହିଛି।
ମୁନ୍ନାର ଦେଶର ସବୁଠାରୁ ଲୋକପ୍ରିୟ ହିଲ ଷ୍ଟେସନ ମଧ୍ୟରୁ ଗୋଟିଏ। ଏଠାରେ ୮୦ ହଜାର ମାଇଲ ଦୂରରେ ଚା’ର ବଗିଚା ବିସ୍ତାରିତ ହୋଇ ରହିଛି। କେରଳରେ ବର୍ଷର ଅଧିକାଂଶ ସମୟ ଥଣ୍ଡା ଅନୁଭୂତ ହୋଇଥାଏ। ତେଣୁ ପ୍ରାକୃତିକ ପରିବେଶ ସହ ଥଣ୍ଡାର ବେଶ ମଜା ନେଇପାରିବେ।
ବରକାଲା –
କେରଳରେ ଥିବା ବରକେଲା ଦେଶର ସବୁଠାରୁ ଉନ୍ନତ ସମୁଦ୍ର ତଟ ମାନଙ୍କ ମଧ୍ୟରୁ ଗୋଟିଏ। ଥିରୁଭାନନ୍ତପୁରମ ଠାରୁ ୫୧ କିଲୋମିଟର ଦୂରରେ ଅବସ୍ଥିତ। ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ଯୋଗୁ ସାରା ଦୁନିଆରେ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ। ଏଠାକୁ ଆକର୍ଷିତ ହୋଇ ଓ ରୋମାଞ୍ଚ ଭରିବା ପାଇଁ ଲୋକେ ଫଟୋ ଉଠାଇବା ସହ ବେଶ ଆନନ୍ଦ ଉଲ୍ଲାସରେ ସମୟ ଅତିବାହିତ କରିଥାଆନ୍ତି।
କୋଚ୍ଚି –
କୋଚ୍ଚି କେରଳର ଅନ୍ୟ ଏକ ପ୍ରଧାନ ପର୍ଯ୍ୟଟସ୍ଥଳୀ ଅଟେ। ଏଠାରେ ଥିବା ଏନାର୍କୁଲମ ସହର ଏକ ଆଧୁନିକ ସହର ଅଟେ। ଏନାର୍କୁଲମକୁ ଆରବ ସାଗରର ରାଣୀ ରୂପରେ ମଧ୍ୟ ଜଣାଯାଏ।
କେରଳକୁ ଟ୍ରେନରେ ପହଞ୍ଚି ସେଠାରୁ ଘରୋଇ ଯାନରେ ଏହି ସମସ୍ତ ସ୍ଥାନକୁ ଯାଇପାରିବେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories