www.samajalive.in
Tuesday, December 9, 2025
17.1 C
Bhubaneswar

ଏସଏଚଜି ଦ୍ୱାରା ଧାନ କିଣା ନିଷ୍ପତ୍ତିକୁ ନେଇ ତାତିଲେ ଚାଷୀ : ରାଜପଥରେ ଧାରଣା

ଜୟପୁର : କୋରାପୁଟ ଜିଲା ଜୟପୁର ବ୍ଲକ୍ ଅନ୍ତର୍ଗତ କୁମୁଲିପୁଟ ଗ୍ରାମ ପଞ୍ଚାୟତରେ ଚାଷୀମାନେ ଲ୍ୟାମ୍ପସ ବଦଳରେ ଏସଏଚଜି ଦ୍ୱାରା ଧାନ କିଣାଯିବା ନେଇ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ବୁଧବାର ଶତାଧିକ ଚାଷୀ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରି ଧାରଣାରେ ବସିଥିଲେ। ସ୍ଥାନୀୟ ବିଧାୟକ ତାରାପ୍ରାସାଦ ବାହିନୀପତି ମଧ୍ୟ ଚାଷୀଙ୍କୁ ସମର୍ଥନ କରି ଧାରଣାରେ ବସିଥିଲେ। ଦିର୍ଘ ୩ ଘଣ୍ଟା ରାଜରାସ୍ତା ଅବରୋଧ ପରେ ଉପଜିଲାପାଳ କୁମୁଲିପୁଟରେ ପହଞ୍ଚି ଚାଷୀମାନଙ୍କୁ ବୁଝାସୁଝା କରିଥିଲେ। ଜିଲାପାଳଙ୍କ ସହ ଆଲୋଚନା କରି ସମାଧାନ କରିବାକୁ ଉପଜିଲାପାଳ ଆଶ୍ବାସନା ଦେଇଛନ୍ତି। ଚାଷୀନେତା ବସନ୍ତ ନାୟକ, ମନ୍ଦର ଗାଦବା, ଗପାଳ ଗାଦବା, ଦମ୍ବୁରୁ ହରିଜନ ଏବଂ ଗପାଲ ରାଓଙ୍କ ସମେତ ୩୦୦ ଚାଷୀ ଏହି ଆନ୍ଦୋଳନରେ ଭାଗନେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories