www.samajalive.in
Tuesday, December 9, 2025
19.1 C
Bhubaneswar

ସୀତାରମଣଙ୍କ ପ୍ରଶଂସାରେ ଶତମୁଖ ଆମେରିକୀୟ ଶିଳ୍ପ ସଂସ୍ଥା

ନୂଆଦିଲ୍ଲୀ: ଭାରତର ଅର୍ଥନୈତିକ ଅଭିବୃଦ୍ଧି ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିବା ପଦକ୍ଷେପଗୁଡ଼ିକର ଆମେରିକା ଓ ଭାରତୀୟ ଶିଳ୍ପ ସଂସ୍ଥାଗୁଡ଼ିକ ପ୍ରଶଂସା କରିଛନ୍ତି। ଆମେରିକା-ଭାରତ ବ୍ୟବସାୟୀକ ପରିଷଦ ସଭାପତି ନିଶା ଦେଶାଇ ବିଶ୍ୱାଳ କହିଛନ୍ତି, ଏହା ଭାରତକୁ ବିଶ୍ୱରେ ପୁଞ୍ଜିନିବେଶର ଏକ ମୁଖ୍ୟ କେନ୍ଦ୍ରରେ ପରିଣତ କରିବ। ସେ କହିଛନ୍ତି, ପ୍ରସ୍ତାବିତ ସଂସ୍କାରଗୁଡ଼ିକ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ। ଫିକି ସଭାପତି ସନ୍ଦୀପ ସୋମାନି କହିଛନ୍ତି, ମନ୍ଥରତା ଆଡ଼କୁ ଯାଉଥିବା ଭାରତୀୟ ଅର୍ଥନୀତିକୁ ଏହା ଅଭିବୃଦ୍ଧି ଦିଗରେ ଅଗ୍ରସର କରାଇବ।

ଆସୋଚାମ୍‍ ସଭାପତି ବି.କେ. ଗୋଏଙ୍କା କହିଛନ୍ତି, ଅଂଶଧନ ବଜାରରେ ବିଦେଶୀ ପୁଞ୍ଜିନିବେଶକାରୀମାନଙ୍କ ଉପରୁ ସରଚାର୍ଜ ପ୍ରତ୍ୟାହାର କରିନିଆଯିବା, ରାଷ୍ଟ୍ରାୟତ ବ୍ୟାଙ୍କ୍‍ଗୁଡ଼ିକୁ ୭୦ହଜାର କୋଟି ଟଙ୍କାର ଆଗୁଆ ପୁଞ୍ଜି ପ୍ରଦାନ ଓ ଆର୍ଥିକ ସହାୟତା ତଥା ଯାନବାହନ କ୍ଷେତ୍ର ଉପରେ ନୀତିରେ ସ୍ୱଚ୍ଛତା ଭଳି ନିଷ୍ପତ୍ତି ପୁଞ୍ଜିନିବେଶକାରୀ ଓ ଖାଉଟିମାନଙ୍କର ମନୋବଳ ବୃଦ୍ଧି କରିବ।

Hot this week

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

Related Articles

Popular Categories