www.samajalive.in
Wednesday, December 10, 2025
18.1 C
Bhubaneswar

ଶୁଭଫଳ ପ୍ରାପ୍ତି ପାଇଁ ଗୃହରେ ରଖନ୍ତୁ ମାଟିପାତ୍ର

ଘରେ ଥିବା ମାଟି ପାତ୍ରର ବହୁ ବିଶେଷତ୍ୱ ଗୁଣ ରହିଛି। ଏହି ବିଶେଷତ୍ୱ ଗୁଣ ହିଁ ମନୁଷ୍ୟ ଭାଗ୍ୟକୁ ବଦଳାଇଥାଏ। ଶାସ୍ତ୍ର ଅନୁଯାୟୀ ମାଟିର ପାତ୍ରକୁ ଖୁବ ପବିତ୍ର କୁହାଯାଏ। ଏହି କାରଣରୁ ପୂର୍ବରୁ ସଭିଁଏ ମାଟି ପାତ୍ରରେ ଖାଦ୍ୟ ଖାଉଥିଲେ। ବାସ୍ତୁ ଅନୁଯାୟୀ ଏହି ମାଟି ପାତ୍ର ଗୃହରେ ସକରାତ୍ମକ ଶକ୍ତି ଆଣିଥାଏ।
ମାଟି ପାତ୍ର ଘରେ ରହିବା ଦ୍ୱାରା ଏହା ଘର ପାଇଁ ଶୁଭଫଳ, ଧନବୈଭବ, ସଫଳତା ଆଦି ପ୍ରାପ୍ତି ହୋଇଥାଏ। ବିବାହ, ପୂଜାପର୍ବ, ବ୍ରତଘର ସବୁ କାର୍ଯ୍ୟରେ ମାଟିର ପାତ୍ର ବ୍ୟବହୃତ ହୋଇଥାଏ।
ବାସ୍ତୁ ଅନୁଯାୟୀ କୁହାଯାଏ ଗୃହର ଉତ୍ତର-ପୂର୍ବ ଦିଗରେ ମାଠିଆ କିମ୍ବା ସୁରେଇରେ ପାଣି ଭର୍ତ୍ତି କରି ରଖିବା ଉଚିତ। ଏହା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ। ମାନସିକ ଦୁଶ୍ଚିନ୍ତା ଯେଉଁମାନଙ୍କର ଥାଏ, ସେମାନେ ଏହି ମାଟି ପାତ୍ରର ପାଣି ପିଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ଗୃହରେ ଠାକୁରଙ୍କ ପୂଜାରେ ମାଟିରେ ନିର୍ମିତ ଛୋଟ ଛୋଟ ମୂର୍ତ୍ତି ପୂଜା କଲେ ଖୁବ ଶୁଭଫଳ ମିଳିଥାଏ।
ଘରେ ସାଜ୍ଜସଜ୍ଜା ପାଇଁ ଦକ୍ଷିଣ- ପୂର୍ବ ଦିଗରେ ମାଟିର ବିଭିନ୍ନ ଦ୍ରବ୍ୟ ରଖିଲେ ଗୃହରେ ସର୍ବଦା ସୌଭାଗ୍ୟ ଆସିଥାଏ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories