www.samajalive.in
Thursday, December 11, 2025
18.1 C
Bhubaneswar

ଇଂଲଣ୍ଡର ୬୭ ପରେ ଅଷ୍ଟ୍ରେଲିଆର ସ୍ଥିତି ମଜ୍‌ଭୁତ

ହେଡିଂଲି : ଘରୋଇ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚଳିତ ଆସେସ୍ ସିରିଜ୍‌ର ୨ୟ ଟେଷ୍ଟମ୍ୟାଚ୍‌ରେ କ୍ରମାଗତ ୨ୟ ଦିନରେ ପେସ୍ ବୋଲରଙ୍କ ଆଧିପତ୍ୟ ଜାରିରହିଛି। ଏହାସତ୍ତ୍ବେ ଅଷ୍ଟ୍ରେଲିଆର ସ୍ଥିତି ମଜ୍‌ଭୁତ ହେବାରେ ଲାଗିଛି। ଅଷ୍ଟ୍ରେଲିଆର ଫାଷ୍ଟବୋଲର ଜୋସ୍ ହାଜେଲ୍‌ଉଡ୍ ଘାତକ ବୋଲିଂକରି ୬ଟି ୱିକେଟ ନେବାରୁ ଶୁକ୍ରବାର ୨ୟ ଦିନରେ ଇଂଲଣ୍ଡ ପ୍ରଥମ ଇନିଂସରେ ମାତ୍ର ୬୭ ରନ୍‌କରି ଅଲ୍‌ଆଉଟ ହୋଇଯାଇଛି। ଫଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୧୩ ରନ୍‌ ଆଗରେ ରହିଛି। ପରେ ମାର୍ନସ ଲାବୁଶ୍ଚାନ୍ୟେଙ୍କ ଲଢ଼ୁଆ ଇନିଂସ ବଳରେ ଅଷ୍ଟ୍ରେଲିଆ ଶୁକ୍ରବାର ୨ୟ ଦିନ ଖେଳ ଶେଷସୁଦ୍ଧା ୨ୟ ଇନିଂସରେ ୧୭୧ ରନ୍‌କରି ୬ଟି ୱିକେଟ ହରାଇଛି। ଫଳରେ ହାତରେ ୪ଟି ୨ୟ ଇନିଂସ ୱିକେଟ ବାକିଥାଇ ଅଷ୍ଟ୍ରେଲିଆ ୨୮୩ ରନ୍ ଆଗରେ ରହିଛି।

ଶୁକ୍ରବାର ସକାଳୁ ଇଂଲଣ୍ଡ ପ୍ରଥମ ଇନିଂସ ଆରମ୍ଭକରି ଦୟନୀୟ ବ୍ୟାଟିଂ କରିଥିଲା। ଅଷ୍ଟ୍ରେଲିଆ ସମସ୍ତ ୩ ଫାଷ୍ଟବୋଲର ଚମତ୍କାର ବୋଲିଂ କରିଥିଲେ। ଫଳରେ ଇଂଲଣ୍ଡ ନିୟମିତ ଭାବେ ୱିକେଟ ହରାଇଥିଲା। ଜୋ ଡେନ୍‌ଲି (୧୨)ଙ୍କୁ ଛାଡ଼ି ଇଂଲଣ୍ଡର କେହି ଦୁଇଅଙ୍କ ବିଶିଷ୍ଟ ସ୍କୋର୍ କରି ପାରିନଥିଲେ। ଇଂଲଣ୍ଡର ଦୁଇ ଓପ୍‌ନର ରୋରି ବର୍ନସ ଓ ଜେସନ୍ ରୟ ୯ ରନ୍ ଲେଖାଏଁ କରିଥିବା ବେଳେ ଅଧିନାୟକ ଜୋ ରୁଟ୍ ଖାତା ଖୋଲି ପାରିନଥିଲେ। ବେନ୍ ଷ୍ଟୋକ୍‌ସ ୮ ଓ ଜୋଫ୍ରା ଆର୍ଚର ୭ ରନ୍ କରିଥିଲେ। ଇଂଲଣ୍ଡ ମାତ୍ର ୨୭.୫ ଓଭରରେ ଅଲ୍‌ଆଉଟ ହୋଇ ଯାଇଥିଲା। ଜୋସ୍ ହାଜେଲଉଡ୍‌ ମାତ୍ର ୩୦ ରନ୍‌ଦେଇ ୫ଟି ଏବଂ ପ୍ୟାଟ୍‌ କମିନ୍‌ସ ୩ଟି ଓ ଜେମ୍‌ସ ପ୍ୟାଟିନ୍‌ସନ ୨ଟି ୱିକେଟ ପାଇଥିଲେ। ଦୀର୍ଘ ୭୧ ବର୍ଷ ପରେ ଏକ ଆସେସ୍ ଟେଷ୍ଟମ୍ୟାଚ୍‌ରେ ଏହା ଇଂଲଣ୍ଡର ସର୍ବନିମ୍ନ ସ୍କୋର୍। ପରେ ଅଷ୍ଟ୍ରେଲିଆ ବିପର୍ଯ୍ୟୟ ସହ ୨ୟ ଇନିଂସ ଆରମ୍ଭ କରିଥିଲା। ଡେଭିଡ ୱାର୍ଣ୍ଣର ଖାତା ଖୋଲିବା ପୂର୍ବରୁ ଆଉଟ ହୋଇ ଯାଇଥିବା ବେଳେ ଅନ୍ୟ ଓପ୍‌ନର ମାର୍କସ ହାରିସ୍ ୧୯ ରନ୍‌କରି ଆଉଟ ହୋଇଥିଲେ। ଉସ୍‌ମାନ ଖାୱାଜା ୩୮ ବଲ୍‌ରୁ ୪ଟି ଚୌକା ସହ ୨୩ ରନ୍‌କରି ଆଉଟ ହୋଇ ଯାଇଥିଲେ। ପରେ ଟ୍ରାଭିସ୍ ହେଡ୍‌ ୨୫ ରନ୍‌କରି ଆଉଟ ହୋଇଥିଲେ। ୯୭ ରନ୍‌ରେ ୪ଟି ୱିକେଟ ପଡ଼ିଯିବା ପରେ ମାର୍ନସ ଲାବୁଶ୍ଚାନ୍ୟେ ଓ ମାଥ୍ୟୁ ​‌େ​ୱେଡ୍‌ ଲଢ଼ୁଆ ବ୍ୟାଟିଂ କରିଥିଲେ ଏବଂ ୫ମ ୱିକେଟ ପାଇଁ ୬୬ ରନ୍ ଯୋଡ଼ିଥିଲେ। ୱେଡ୍‌ ୬ଟି ଚୌକା ସହ ୩୩ ରନ୍‌କରି ଆଉଟ ହେବା ପରେ ଅଧିନାୟକ ଟିମ୍ ପେନ୍ ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ଲାବୁଶ୍ଚାନେ ୫ଟି ଚୌକା ସହ ୫୩ ଓ ଜେମ୍‌ସ ପ୍ୟାଟିନ୍‌ସନ ୨ ରନ୍‌କରି ଅପରାଜିତ ରହିଛନ୍ତି। ଷ୍ଟୁଆର୍ଟ ବ୍ରଡ୍ ଓ ବେନ୍ ଷ୍ଟୋକ୍‌ସ ୨ଟି ଲେଖାଏଁ ୱିକେଟ ନେଇଛନ୍ତି।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories