www.samajalive.in
Thursday, December 11, 2025
27.1 C
Bhubaneswar

ଆତଙ୍କବାଦ ନିରୋଧ ଦିଗରେ କାର୍ଯ୍ୟ କରିବେ ଭାରତ-ଫ୍ରାନ୍ସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍‍ୱେଲ୍‍ ମାକ୍ରନ୍‍ଙ୍କ ସହ ୯୦ମିନିଟ୍‍ ପର୍ଯ୍ୟନ୍ତ ସଫଳ ଆଲୋଚନା ହୋଇଛି। ଶୁକ୍ରବାର ପ୍ୟାରିସରେ ବୈଦେଶିକ ସଚିବ ବିଜୟ ଗୋଖଲେ ସାମ୍ବାଦିକମାନଙ୍କୁ କହିଛନ୍ତି, ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ଅନେକ ବିଷୟରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ଭାଗିଦାରୀ ସହଯୋଗ ରହିଥିବା ଏହି କଥାବାର୍ତ୍ତାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି। ଆଗାମୀ ଜି-୭ ବୈଠକ ସଂକ୍ରାନ୍ତରେ ଉଭୟ ନେତା ବିସ୍ତୃତ ଆଲୋଚନା କରିଛନ୍ତି। ଜି-୭ ବୈଠକରେ ପରିବେଶ ସଂକଟ, ବାୟୁ ମଣ୍ଡଳରେ ଉତ୍ତାପ ବୃଦ୍ଧି ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ସ୍ଥାନ ପାଇବ। ଭାରତ ଓ ଫ୍ରାନ୍ସ ମଧ୍ୟରେ ଆପୋଷ କଥାବାର୍ତ୍ତା ଜରିଆରେ ମତପାର୍ଥକ୍ୟ ଦୂର କରାଯିବ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ସ୍ପଷ୍ଟ ଭାବେ କହିଥିବା ଗୋଖଲେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଆଡୱାର୍ଡ୍‍ ଫିଲିପେଙ୍କ ସହ କଥାବାର୍ତ୍ତା କରିଛନ୍ତି। କଥାବାର୍ତ୍ତା ପରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ୟାରିସ ସ୍ଥିତ ୟୁନେସ୍କୋ ସଭାଗାରକୁ ଯାଇଥିଲେ ଏବଂ ସେଠାରେ ସେ ପ୍ରବାସୀ ଭାରତୀୟମାନଙ୍କୁ ଉଦ୍‍ବୋଧନ ଦେବା ସଙ୍ଗେ ସଙ୍ଗେ ୧୯୫୦ ଓ ୧୯୬୬ ମସିହାରେ ଫ୍ରାନ୍ସରେ ଦୁର୍ଘଟଣା ଗ୍ରସ୍ତ ଏଆର୍‍ ଇଣ୍ଡିଆ ବିମାନର ମୃତକମାନଙ୍କ ପାଇଁ ଏକ ସ୍ମାରକୀକୁ ଉଦ୍‍ଘାଟନ କରିଥିଲେ। ମୋଦୀ କହିଥିଲେ, ଫ୍ରାନ୍ସର ବିକାଶ କ୍ଷେତ୍ରରେ ଭାରତୀୟମାନଙ୍କର ଯଥେଷ୍ଟ ଅବଦାନ ରହିଛି।

Hot this week

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

Related Articles

Popular Categories