www.samajalive.in
Thursday, December 11, 2025
27.1 C
Bhubaneswar

ଆସନ୍ତାକାଲିଠାରୁ ଓଡ଼ିଆ ଭାଷାରେ ମିଳିବ ରେଳ ଟିକଟ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଶନିବାରଠାରୁ ଓଡ଼ିଆ ଭାଷାରେ ରେଳ ଟିକଟ ମିଳିବ। ରାଜ୍ୟରେ ରେଳସେବା ଆରମ୍ଭ ହେବାର ୧୨୦ ବର୍ଷ ପରେ ଏଭଳି ପଦକ୍ଷେପ ନିଆଯାଇଥିବାରୁ ରାଜ୍ୟବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଶନିବାର ଠାରୁ ବିଧିବଦ୍ଧ ଭାବେ ରାଜ୍ୟରେ ଥିବା ୩୧୭ଟି ରେଳ ଷ୍ଟେସନ୍‌ରେ ଓଡ଼ିଆ ଭାଷାରେ ଛାପା ହୋଇଥିବା ଟିକଟ ମିଳିବ। କେନ୍ଦ୍ର ପେଟ୍ରୋଲିୟମ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ପୂର୍ବତଟ ରେଳପଥ ମୁଖ୍ୟାଳୟଠାରେ ଓଡ଼ିଆ ଭାଷାରେ ଅଣସଂରକ୍ଷିତ ଟ୍ରେନ ଟିକଟ(ୟୁଟିଏସ୍‌) ବ୍ୟବସ୍ଥାର ଶୁଭାରମ୍ଭ କରିବେ।

ଓଡ଼ିଶାରେ ଥିବା ୩୧୭ଟି ରେଳ ଷ୍ଟେସନ୍ ମଧ୍ୟରୁ ପୂର୍ବତଟ ରେଳପଥ ସମେତ ଦକ୍ଷିଣ ପୂର୍ବ ରେଳପଥ ଓ ଦକ୍ଷିଣ ପୂର୍ବ କେନ୍ଦ୍ର ରେଳପଥ ଜୋନ୍ ଅଧୀନରେ ଥିବା ସମସ୍ତ ରେଳ ଷ୍ଟେସନ୍‌ରେ ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ରେଳ ଟିକଟ ଉପଲବ୍ଧ ହେବ। କଲକାତା ସ୍ଥିତ ସେଣ୍ଟର ଫର୍ ରେଲୱେ ଇନଫରମେସନ୍ ସିଷ୍ଟମ୍ (ସିଆରଆଇଏସ୍) ପକ୍ଷରୁ ଏହି ପ୍ରକଳ୍ପ ସମ୍ପାଦିତ ହୋଇଛି। ଅଣସଂରକ୍ଷିତ ଟିକଟ କିଣିଲେ ସେଥିରେ ଓଡ଼ିଆ ଭାଷାରେ ଗନ୍ତବ୍ୟସ୍ଥଳର ନାମ ଲେଖା ହୋଇଥିବା ଦେଖିବାକୁ ମିଳିବ। ରାଜ୍ୟର ସମସ୍ତ ରେଳ ଷ୍ଟେସନ୍‌ରେ ଅଣସଂରକ୍ଷିତ ଟିକଟରେ ଇଂରାଜୀ ଓ ହିନ୍ଦୀ ସହିତ ଓଡ଼ିଆ ଭାଷାରେ ଗନ୍ତବ୍ୟ ଏବଂ ଟ୍ରେନ୍ ଛାଡ଼ିବା ସ୍ଥାନ ଉଲ୍ଲେଖ ରହିବ। ଏହା ପାଖରେ ଟ୍ରେନ୍‌ର ନାମ ମଧ୍ୟ ଓଡ଼ିଆ ଭାଷାରେ ଲେଖା ରହିବ।

- Advertisement -

ସୂଚନାଯୋଗ୍ୟ, ଚଳିତ ବର୍ଷ ଏପ୍ରିଲ ୧ ତାରିଖ, ଉତ୍କଳ ଦିବସରୁ ଓଡ଼ିଆ ଭାଷାରେ ଟିକଟ ପ୍ରଦାନ ପାଇଁ ଘୋଷଣା କରାଯାଇଥିଲା କିନ୍ତୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ଏବଂ ବୈଷୟିକ ସମସ୍ୟା ଦେଖା ଦେବାରୁ ଧାର୍ୟ୍ୟ ତାରିଖରେ ୟୁଟିଏସ୍ ବ୍ୟବସ୍ଥା ଆରମ୍ଭ ହୋଇପାରି ନଥିଲା।

Hot this week

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

Related Articles

Popular Categories