www.samajalive.in
Tuesday, December 9, 2025
16.1 C
Bhubaneswar

ଜଗନ୍ନାଥ ମିଶ୍ରଙ୍କ ଶେଷକୃତ୍ୟ ବେଳେ ଅଘଟଣ

ପାଟନା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ଅ​‌େ​‌ନ୍ତ୍ୟଷ୍ଟି ସମୟରେ ବଡ଼ ଅଘଟଣ ଘଟିଛି। ରାଷ୍ଟ୍ରୀୟ ସମ୍ମାନ ସ୍ବରୂପ ପୁଲିସ ପକ୍ଷରୁ ତୋପସଲାମି ଦିଆଯିବାକୁ ସମସ୍ତ ବ୍ୟବସ୍ଥା ହୋଇଥିଲାବେଳେ ମୋଟ ୨୨ଟି ମଧ୍ୟରୁ କୌଣସି ଗୋଟିଏ ବନ୍ଧୁକରୁ ଗୁଳି ଫୁଟି ନ ଥିବା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି। ଏଥିରେ କେବଳ ସରକାର ନିନ୍ଦିତ ହୋଇ ନାହାନ୍ତି; ବରଂ ପୁଲିସ ବିଭାଗର ପ୍ରସ୍ତୂତିକୁ ନେଇ ପ୍ରଶ୍ନ ଉଠିଛି।

ଜଗନ୍ନାଥଙ୍କ ଦେହାନ୍ତ ୧୯ତାରିଖରେ ହୋଇଥିଲା। ବୁଧବାର ତାଙ୍କର ଶେଷକୃତ୍ୟ ସୁପାଉଲ ଜିଲା ଅଧୀନ ତାଙ୍କ ପୈତୃକ ଗ୍ରାମରେ ଅନୁଷ୍ଠିତ ହେଉଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ତାଙ୍କ ମନ୍ତ୍ରିମଣ୍ଡଳ ସଦସ୍ୟ ଓ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ସମୟରେ ପୁଲିସ ପକ୍ଷରୁ ତୋପସଲାମି ଦିଆଯିବାକୁ ଥିଲାବେଳେ ୨୨ଟି ମଧ୍ୟରୁ କୌଣସି ଗୋଟିଏ ବି ବନ୍ଧୁକରୁ ଗୁଳି ଫୁଟି ନ ଥିଲା। ସମ୍ପୃକ୍ତ ପୁଲିସ କର୍ମଚାରୀ ବାରମ୍ବାର ବନ୍ଧୁକର ପରୀକ୍ଷାନିରୀକ୍ଷା କରିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ପରେ ବିନା ତୋପସଲାମିରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ହେଲିକପ୍ଟରରେ ଯାଇଥିବା ନୀତୀଶ ବିରକ୍ତି ପ୍ରକାଶ ପୂର୍ବକୁ ଶୀଘ୍ର ଫେରିଆସିଥିଲେ। ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ଆରଜେଡି ବିଧାୟକ ଯଦୁବଂଶ କୁମାର ଯାଦବ ଏହାକୁ ଦୁର୍ଭାଗ୍ୟପୂର୍ଣ୍ଣ ଦର୍ଶାଇବା ସହ ତଦନ୍ତ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories