www.samajalive.in
Wednesday, December 10, 2025
18.1 C
Bhubaneswar

ଜମ୍ମୁ-କଶ୍ମୀର ସମେତ ୫ ରାଜ୍ୟରେ ବର୍ଷା ଓ ବନ୍ୟା ବିତ୍ପାତ: ୧୪ ମୃତ

ନୂଆଦିଲ୍ଲୀ: ପ୍ରବଳ ବର୍ଷା ଯୋଗୁଁ ଦେଶରେ ବନ୍ୟା ପରିସ୍ଥିତି ସୃ​‌ଷ୍ଟି ହୋଇଥିବା ବେଳେ କେତେକ ସ୍ଥାନରେ ବାଦଲ ଫଟା ବର୍ଷା ସହ ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି । ପଞ୍ଜାବ, ହରିୟାଣା ଓ ହିମାଚଳ ପ୍ରଦେଶ ସମେତ ଜମ୍ମୁ-କଶ୍ମରୀରେ ପ୍ରବଳ ବର୍ଷା ଯୋଗୁଁ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇଛି । ପଞ୍ଜାବ ଓ ହରିୟାଣାରେ ବନ୍ୟା ପରିସ୍ଥିତି ଉତ୍କଟ ରୂପ ନେଇଛି । ଦୁଇ ଦିନରୁ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ହଥିନୀ କୁଣ୍ଡ ବ୍ୟାରେଜର ଯମୁନା ନଦୀର ଜଳସ୍ତର ସାଢେ ୩ ଲକ୍ଷ କ୍ୟୁସେକକୁ ବୃଦ୍ଧି ପାଇଛି । ଯମୁନା ନଦୀ କୂଳରେ ଥିବା ୪ଟି ଗାଁରେ ବନ୍ୟା ଜଳ ପ୍ରବାହିତ ହେଉଛି । ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି । ଏହି ବ୍ୟାରେଜରୁ ପାଣି ଛାଡିବାର ମାତ୍ର ୭୨ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି । ସେହିପରି ହରିୟାଣାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ୭ରୁ ୧୪ ସେମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।

- Advertisement -

ଅନ୍ୟପକ୍ଷରେ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଧନ ଜୀବନ ହାନି ହୋଇଛି । କେତେକ ସ୍ଥାନରେ ବାଦଲ ଫଟା ବର୍ଷା ଯୋଗୁଁ ଏପର୍ଯ୍ୟନ୍ତ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ସହ ବନ୍ୟାଜଳରେ ୨ଜଣ ଭାସି ଯାଇଥିବା ଜଣାପଡିଛି । ରାଜ୍ୟରେ କେତେକ ସ୍ଥାନରେ ରାସ୍ତା ଉପରେ ପାଣି ପ୍ରବାହିତ ହୋଇଥିବା ବେଳେ ପୋଲ ଭୁଶୁଡି ପଡିଛି । ଚମ୍ବା ଜିଲାର ବନ୍ଦଲାରେ କାନ୍ଥ ପଡି ଦାଦା-ପୁତୁରାଙ୍କ ମୃତ୍ୟୁ ହୋଇଛି । ସେହିପରି ଶିମଲାର ଆଟିଓ ନିକଟରେ ଭୂସ୍ଖଳନ ହୋଇ ଦୁଇ ଜଣ ବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଫସି ରହିଛନ୍ତି । ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେହିପରି କୁଲ୍ଲୁ ମନାଲିରେ ଜଣେ ବ୍ୟକ୍ତି ବନ୍ୟା ଜଳରେ ଭାସି ଯାଇଥିବା ଖବର ମିଳିଛି । ବିଲାସପୁରରେ ବାଦଲ ଫଟା ବର୍ଷା ଯୋଗୁଁ ୮ଟି ଘର ଧ୍ବସ୍ତ ହୋଇଯାଇଛି । ପାଞ୍ଚଟି ଜାତୀୟ ରାଜପଥ ସମେତ ୩୫୦ରୁ ଅଧିକ ରାସ୍ତା ବନ୍ଦ ହୋଇଯାଇଛି । ଭୂସ୍ଖଳନ ଯୋଗୁଁ କାଲକା ଶିମଲା ହେରିଟେଜ ଟ୍ରାକ୍ ବନ୍ଦ କରି ଦିଆଯାଇଛି । ଏହା ସହ ସମସ୍ତ ଟ୍ରେନ୍‌କୁ ମଧ୍ୟ ବାତିଲ କରାଯାଇଛି ।

ସେହିପରି ଜମ୍ମୁ କାଶ୍ମୀରରେ ମଧ୍ୟ ବନ୍ୟାର ସ୍ଥିତି ସାଂଘାତିକ ରହିଛି । ଶନିବାର ସାମ୍ବାର ଦେବିକା ନଦୀ ପାର ହେବା ସମୟରେ ୨ଜଣ ଲୋକ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣଙ୍କ କୌଣସି ପତ୍ତା ମିଳିନାହିଁ । କାଠୁଆ ଜିଲ୍ଲାର ଉଜ୍ଜ ନଦୀରେ ଆସିଥିବା ବନ୍ୟାରେ କିଛି ଲୋକ ଫସି ରହିଥିବା ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଅନ୍ୟପକ୍ଷରେ ଉଧମପୁର ଜିଲାର ଖୈରୀରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ମାଟି ଅତଡା ଖସି ରବିବାର ସକାଳେ ପ୍ରାୟ ଦେଢ ଘଣ୍ଟା ଯାଏଁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ ରହିଥିଲା। ସେହିପରି କତ୍ରାରେ ପ୍ରବଳ ବର୍ଷା ଓ ଘନ କୁହୁଡି ଯୋଗୁଁ ମାତା ଶ୍ରୀ ବୈଷ୍ଣୋ ଦେବୀଙ୍କ ଶିବିରରେ ଚାପର ସେବାରେ ବାଧା ଉପୁଜିଛି । ଜମ୍ମୁରେ ତବୀ ନଦୀ ସମେତ ଅନ୍ୟ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଏହା ସହ ରବିବାର ମଧ୍ୟ କିଛି ଅଞ୍ଚଳରେ ପ୍ରବଳ ମାତ୍ରାରେ ବର୍ଷା ହେବ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories