www.samajalive.in
Tuesday, December 9, 2025
17.1 C
Bhubaneswar

ଶନିଦେବଙ୍କୁ ପ୍ରସନ୍ନ କରିବାର ସହଜ ଉପାୟ

ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ମନୁଷ୍ୟର ଭଲ ଓ ଖରାପ କର୍ମ ଅନୁଯାୟୀ ସେ ଫଳ ପ୍ରଦାନ କରିଥାଆନ୍ତି। ଜାଣନ୍ତୁ ଏ ବିଷୟରେ….
ଜାତକରେ ଶନିଙ୍କ ସ୍ଥିତି ଖରାପ ଥିଲେ –
କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହେ।
ଶରୀର ସବୁବେଳେ ରୋଗାକ୍ରାନ୍ତ ରହେ ।
ପରିବାରରେ ସନ୍ଧ୍ୟା ପରେ ସର୍ବଦା କଳହ ହୋଇଥାଏ। 
କେଉଁ କାର୍ଯ୍ୟ କଲେ ଶନିଙ୍କ ଶୁଭ ଦୃଷ୍ଟି ପଡ଼ିଥାଏ –
ନିୟମିତ ବିଳମ୍ବିତ ରାତି ଯାଏଁ ଅନିଦ୍ରା ରୁହନ୍ତୁ ନାହିଁ।
କୌଣସି ଫଳନ୍ତି କିମ୍ବା ଶସ୍ୟଶ୍ୟାମଳା ବୃକ୍ଷକୁ କାଟନ୍ତୁ ନାହିଁ।
ଗୃହର ପଶ୍ଚିମ ଦିଗକୁ ସ୍ୱଚ୍ଛ ରଖନ୍ତୁ ଓ ପଶ୍ଚିମ ଦିଗରେ ଜଳ ରଖନ୍ତୁ ନାହିଁ।
ଅନ୍ୟାୟ କରୁଥିବା ବ୍ୟକ୍ତିଙ୍କୁ ସହଯୋଗ କରନ୍ତୁ ନାହିଁ।
ଅସହାୟ ବ୍ୟକ୍ତିଙ୍କୁ ହଇରାଣ କରନ୍ତୁ ନାହିଁ।
ଶନିଦେବଙ୍କୁ ପ୍ରସନ୍ନ କରିବାର ଉପାୟ –
ଯେକୌଣସି ଶନିବାର ଦିନ ଶନିଙ୍କ ପୂଜା ସୂର୍ଯ୍ୟୋଦୟ ପୂର୍ବରୁ ଓ ସୂର୍ଯ୍ୟାସ୍ତ ପରେ କରନ୍ତୁ।
ପ୍ରତ୍ୟେକ ଶନିବାର ଦିନ ସନ୍ଧ୍ୟା ସମୟରେ ଅସହାୟ ଲୋକଙ୍କୁ ସୋରିଷ ତେଲରେ ପ୍ରସ୍ତୁତ ଭୋଜନ ଖାଇବାକୁ ଦିଅନ୍ତୁ।
ଅଶ୍ୱତ୍ଥ ବୃକ୍ଷ ନିକଟରେ ରାଶିର କିମ୍ବା ସୋରିଷ ତେଲର ଦୀପ ଅବଶ୍ୟ ଲଗାନ୍ତୁ ଓ ପରିକ୍ରମା ମଧ୍ୟ କରନ୍ତୁ।
ନିୟମିତ ସୂର୍ଯ୍ୟାସ୍ତ ପରେ ରୁଦ୍ରାକ୍ଷ ମାଳା ବ୍ୟବହାର କରି ଶନିଙ୍କ ‘ଓଁ ଶନିଶ୍ଚରାୟ ନମଃ’ ମନ୍ତ୍ର ଜପ କରନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories