www.samajalive.in
Friday, December 12, 2025
17.1 C
Bhubaneswar

ପଣ୍ଡିତ ଡ. ଅନ୍ତର୍ଯ୍ୟାମୀ ମିଶ୍ର ଓ ହରେକୃଷ୍ଣ ଶତପଥୀଙ୍କୁ ରାଷ୍ଟ୍ରପତି ସମ୍ମାନ

କଟକ/ଢେଙ୍କାନାଳ  : ଓଡ଼ିଆ ଭାଷା କ୍ଷେତ୍ରରେ ଗବେଷଣା ଓ ପ୍ରଚାର ପ୍ରସାର ଦିଗରେ ଉଲ୍ଲେଖନୀୟ କୃତିତ୍ବ ପାଇଁ ପଣ୍ଡିତ ଡଃ ଅନ୍ତର୍ଯ୍ୟାମୀ ମିଶ୍ର ଚଳିତବର୍ଷ ମର୍ଯ୍ୟାଦାଜନକ ରାଷ୍ଟ୍ରପତି ସମ୍ମାନ ପାଇବାକୁ​‌ ଯୋଗ୍ୟ ବିବେଚିତ ହୋଇଛନ୍ତି। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ଏହି କ୍ରମରେ ପ୍ରଦାନ କରାଯାଉଥିବା ଏହି ସମ୍ମାନ ଲାଭ କରିବାରେ ଡ. ମିଶ୍ର ହେଉଛନ୍ତି ପ୍ରଥମ ଓଡ଼ିଆ ଭାଷାବିତ୍‌। ସେହିପରି ସଂସ୍କୃତ ଭାଷା ସାହିତ୍ୟ ଓ ଭାରତୀୟ ସଂସ୍କୃତିର ଅଧ୍ୟାପନା, ଗବେଷଣା ଓ ପ୍ରସାରପ୍ରଚାର​‌େ​‌​‌ର ଉଲ୍ଳେଖନୀୟ ଅବଦାନ ପାଇଁ ପ୍ରଖ୍ୟାତ ସଂସ୍କୃତ ବାଗ୍ମୀ, ଶିକ୍ଷାବିତ୍‌ ତଥା କିସ୍‌ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ହରେକୃଷ୍ଣ ଶତପଥୀ ମଧ୍ୟ ରାଷ୍ଟ୍ରପତି ସମ୍ମାନ ପାଇବେ। ଓଡ଼ିଆ ଭାଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ବିଶିଷ୍ଟ ଡ. ଗବେଷକ ଡ. ସୁବ୍ରତ କୁମାର ପୃଷ୍ଟିଙ୍କୁ ମହର୍ଷି ବଦ୍ରଯାନ ବ୍ୟାସ ସମ୍ମାନ ପ୍ରଦାନ କରାଯିବ।
ଗତ ଅଗଷ୍ଟ ୧୫ ତାରିଖ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ଏକ ବିଜ୍ଞପ୍ତି​ରେ‌ କୁହାଯାଇଛି ଯେ ପଣ୍ଡିତ ମିଶ୍ର ଓ ପ୍ରଫେସର ଶତପଥୀ ଭାରତ ସରକାରଙ୍କ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତିଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିବେ। ପୁରସ୍କାର ବାବଦରେ ଦୁଇ କୃତୀ ଗବେଷକଙ୍କୁ ମାନପତ୍ର, ଉପଢ଼ୌକନ ଓ ୫ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

ଡ. ମିଶ୍ର ୧୯୫୦ ମସିହାରେ ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡର ମାର୍ଥାପୁର ଶାସନରେ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ସତ୍ୟବାଦୀ ମିଶ୍ର ଓ ଦୁର୍ଗାବତୀ ମିଶ୍ରଙ୍କ ସୁପୁତ୍ର ଭାବେ ଜନ୍ମ ଗ୍ରହଣ କରିଥିଲେ। ପ୍ରାଥମିକ ଶିକ୍ଷା କାଳରୁ ସେ ଛୋଟ ଛୋଟ କବିତା ଓ ପରବର୍ତ୍ତୀ କାଳରେ କିଛି ଗଳ୍ପ ଲେଖିଥିଲେ। ତେବେ ୧୯୭୫ ମସିହାରୁ ପ୍ରବନ୍ଧ ରଚନାରେ ମନୋନିବେଶ ପୂର୍ବକ ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଲେଖନୀ ଚାଳନା କରିଥିଲେ। ପଣ୍ଡିତ ମିଶ୍ର ଅଦ୍ୟାବଧି ୩୦ଖଣ୍ଡ ପୁସ୍ତକ ରଚନା କରିଛନ୍ତି। ସେଥିମଧ୍ୟରୁ ୯ଖଣ୍ଡ ପୁସ୍ତକ ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶିତ ହୋଇ ଗବେଷକ, ଅଧ୍ୟାପକ, ଛାତ୍ରଛାତ୍ରୀ ଓ ସାଧାରଣ ପାଠକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି। ସେ ଲେଖିଥିବା ପୁସ୍ତକ ମଧ୍ୟରୁ ‘ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା’, ‘ଓଡ଼ିଆ ଭାଷା ଜାତି ଓ ଜାତୀୟତା’, ‘ଓଡ଼ିଆ ଭାଷାର ଇତିହାସ’, ‘ମୌଳିକ ଓଡ଼ିଆ ଭାଷା ତତ୍ତ୍ୱ’, ‘ପ୍ରାଚୀନ ଓଡ଼ିଶା ଓ ମଧ୍ୟ ଯୁଗ ଓଡ଼ିଶା’, ‘ଆଧୁନିକ ଓଡ଼ିଶା’ ଓ ‘ମୋ ଦୃଷ୍ଟିରେ ଓଡ଼ିଶା’ ପ୍ରଭୃତି ପୁସ୍ତକ ଖୁବ୍‌ ଲୋକପ୍ରିୟ ହୋଇପାରିଛି। ତାଙ୍କ ରଚିତ ‘ପୁଣ୍ୟପୀଠ କପିଳାସ’ ପୁସ୍ତକ ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ। ଗବେଷଣା ମାଧ୍ୟମରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷା ରୂପରେ ପ୍ରତିପାଦନ କରିଥିବାରୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପଣ୍ଡିତ ମିଶ୍ରଙ୍କୁ ସମ୍ମାନ ସୂଚକ ‘ଡିଲିଟ୍‍’ ଉପାଧି ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ପଣ୍ଡିତ ମିଶ୍ର ଶତାଧିକ ପୁରସ୍କାର, ସମ୍ମାନ ଓ ସମ୍ବର୍ଦ୍ଧନା ଲାଭ କରିଛନ୍ତି।
ସଂସ୍କୃତ ବିଦ୍ବାନ, ଗବେଷକ, ଶିକ୍ଷାବିତ୍ ଓ ପ୍ରଶାସକ ଭାବେ ଅନ୍ତର୍ଜାତୀୟ ସ୍ତରରେ ପ୍ରଫେସର ଶତପଥୀଙ୍କ ଖ୍ୟାତି ରହିଛି। ସେ ତିରୁପତିସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟରେ ଦୁଇଥର ଦଶବର୍ଷ କୁଳପତି ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିବା ପରେ ଏବେ ଭୁବନେଶ୍ବରସ୍ଥିତ କିସ୍‌ର କୁଳପତି ଭାବେ ଅବସ୍ଥାପିତ। ପୂର୍ବରୁ ପୁରୀସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର ବିଭାଗୀୟ ମୁଖ୍ୟ ଓ ରେଭେନ୍ସା ବିଶ୍ବବିଦ୍ୟାଳୟର ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରିଛନ୍ତି। ପୂର୍ବରୁ ସେ କେନ୍ଦ୍ର ସାହିିତ୍ୟ ଏକାଡେମୀ, ଓଡ଼ିଶା ସାହିତ୍ୟ ଏକାଡେମୀଠାରୁ ଆରମ୍ଭ କରି ରାମକୃଷ୍ଣ ଜୟଦୟାଲ ଡାଲମିଆ ଶ୍ରୀବାଣୀ ଆଲାମକରମ, ରବୀନ୍ଦ୍ରନାଥ ଶାନ୍ତି ପୁରସ୍କାର, କାଳିଦାସ ସମ୍ମାନ, କବିକୁଳଗୁରୁ ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚନ ଡିଲିଟ୍‌ ପ୍ରଭୃତି ମର୍ଯ୍ୟାଦାଜନକ ପୁରସ୍କାର ଲାଭ କରିଛନ୍ତି। ତାଙ୍କ ଅଧୀନରେ ଶତାଧିକ ଛାତ୍ରଛାତ୍ରୀ ଗବେଷଣା କରି ଏମଫିଲ, ପିଏଚଡି ଓ ଡିଲିଟ୍‌ ଡିଗ୍ରୀ ଲାଭ କରିଛନ୍ତି। ସେ ୫୦ରୁ ଊର୍ଦ୍ଧ୍ବ ପୁସ୍ତକ ଓ ଶତାଧିକ ପ୍ରବନ୍ଧର ରଚୟିତା। ସଂସ୍କୃତ ସାହିତ୍ୟର ଇତିହାସ ଓ ଭାରତାୟନମ ମହାକାବ୍ୟ ତାଙ୍କ ରଚିତ ଉଲ୍ଳେଖନୀୟ ପୁସ୍ତକ। ଏହାଛଡ଼ା ପ୍ରଫେସର ଶତପଥୀ ଆମେରିକା, ଇଂଲଣ୍ଡ, ଜାପାନ, ଜର୍ମାନୀ, ଥାଇଲାଣ୍ଡ ପ୍ରଭୃତି ବିଶ୍ବବିଦ୍ୟାଳୟରେ ବକ୍ତୃତା ପ୍ରଦାନ କରିବା ସହିତ ବହୁ ଅନ୍ତର୍ଜାତୀୟ ସମ୍ପାନରେ ଅଂଶଗ୍ରହଣ କରିଛନ୍ତି।
ଏହି ରାଷ୍ଟ୍ରୀୟ ସମ୍ମାନ ଲାଭ କରିଥିବାରୁ କିସ୍‌ର ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ ପ୍ରଫେସର ଶତପଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

- Advertisement -

ସେହିପରି ଡ.ସୁବ୍ରତ ପୃଷ୍ଟି ମହର୍ଷି ବାଦରାୟଣ ବ୍ୟାସ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories