www.samajalive.in
Thursday, December 11, 2025
26.1 C
Bhubaneswar

ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଇ ଫସିଲେ, ମାଲେସିଆରେ ଜାକିର ନାଏକଙ୍କୁ ସମନ

କୁଆଲା ଲୁମପୁର : ବିବାଦୀୟ ଇସଲାମିକ ପ୍ରଚାରକ ଜାକରି ନାଏକ ମାଲେସିଆରେ ହିନ୍ଦୁ ଧର୍ମ ବିରୋଧୀ ମନ୍ତବ୍ୟ ଦେଇ ଫସିଯାଇଛନ୍ତି। ଏହାକୁ ନେଇ ତାଙ୍କୁ କଡ଼ା ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଗୁରୁବାର ମାଲେସିଆ ସରକାର ତାଙ୍କୁ ଜେରା କରିବା ପାଇଁ ସମନ ଜାରି କରିଛନ୍ତି।

ସେ ନିକଟରେ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ମାଲେସିଆରେ ରହୁଥିବା ହିନ୍ଦୁଙ୍କୁ ଭାରତରେ ରହୁଥିବା ମୁସଲମାନଙ୍କ ତୁଳନାରେ ୧୦୦ ଗୁଣା ଅଧିକ ଅଧିକାର ମିଳୁଛି। ଏହାପରେ ମାଲେସିଆର କେତେକ ମନ୍ତ୍ରୀ ଜାକିର ନାଏକଙ୍କୁ ଦେଶରୁ ନିର୍ବାସିତ କରିବାକୁ କହିଥିଲେ। ସରକାରଙ୍କ ଉପରେ ଚାପ ବଢିବା ପରେ ତାଙ୍କୁ ଜେରା ପାଇଁ ସମନ ଜାରି କରାଯାଇଛି।
ଜାକରି ନାଏକ ୩ ବର୍ଷ ହେବ ମାଲେସିଆରେ ରହୁଛନ୍ତି। ଭାରତରେ ଜାକିର ନାଏକଙ୍କ ବିରୋଧରେ ବେଆଇନ ଅର୍ଥକାରବାର, ଉତ୍ତେଜକ ଭାଷଣ ଦେବା ଆଦି ଅଭିଯୋଗ ରହିଛି। ମାଲେସିଆ ଗୃହମନ୍ତ୍ରୀ ମୁହିଦ୍ଦିନ ୟାସିନ କହିଛନ୍ତି ଯେ ନାଏକ ଦେଶ ଓ ଧର୍ମ ବିରୋଧୀ ମନ୍ତବ୍ୟ ଦେବା ସହ ମିଥ୍ୟା ଖବର ପ୍ରଚାର କରୁଛନ୍ତି। ସେଥିପାଇଁ ତାଙ୍କୁ ଏବଂ ଅନ୍ୟ କେତେକ ବ୍ୟକ୍ତିଙ୍କୁ ପଚରାଉଚୁରା କରାଯିବ। ଦେଶର ଶାନ୍ତି ଓ ସ୍ଥିରତା ଭାଙ୍ଗିବାକୁ ଚେଷ୍ଟା କରୁଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।
ମାଲେସିଆରେ ଧର୍ମ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ମାଲେସିଆର ୩.୨ କୋଟି ଜନସଂଖ୍ୟା ମଧ୍ୟରୁ ପାଖାପାଖି ୬୦% ଲୋକ ହେଉନ୍ତି ମୁସଲମାନ। ବାକି ଲୋକ ଚୀନ, ଭାରତୀୟ ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ହିନ୍ଦୁ ଧର୍ମାବଲମ୍ବୀ।

Hot this week

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

Related Articles

Popular Categories