www.samajalive.in
Saturday, December 6, 2025
26.1 C
Bhubaneswar

ପାକିସ୍ତାନରୁ ଫେରିଲେ ମିକା ସିଂହ, ଦେଲେ ‘ଭାରତ ମାତା କି ଜୟ’ ସ୍ଲୋଗାନ

ନୂଆଦିଲ୍ଲୀ : ପାକିସ୍ତାନର କରାଚିରେ ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଶୋ’ କରି ବିବାଦୀୟ ହୋଇପଡିଥିବା ବଲିୁଉଡ଼ ଗାୟକ ମିକା ସିଂହ ଗୁରୁବାର ସ୍ୱଦେଶ ପ୍ୟତାବର୍ତ୍ତନ କରିଛନ୍ତି।

ଅଗଷ୍ଟ ୮ରେ କଚାରିରେ ଆୟୋଜିତ ଜଣେ କୋଟିପତିଙ୍କ ଝିଅ ବାହାଘରରେ ସେ ଶୋ’ କରିଥିଲେ। ଭାରତ ଫେରବା ବେଳେ ୱାଘା ସୀମାରେ ମିକା ସିଂହ ‘ଭାରତ ମାତା କି ଜୟ’ ସ୍ଲୋଗାନ ଦେଇଥିଲେ। ଏହାସହ ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଥିଲେ। ପାକିସ୍ତାନ ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଇଥିବାବେଳେ କରାଚିରେ ମିକା ସିଂହଙ୍କ ଶୋ’କୁ ଭାରତ ସହଜରେ ନେଇନାହିଁ। ଅଖିଳ ଭାରତୀୟ ସିନେ ଆୱାର୍ଡ ସଂଘ (ଏଆଇସିଡବ୍ଲୁଏ) ମିକା ସିଂହଙ୍କୁ ବ୍ୟାନ କରିଦେଇଛି। ଏହାପରଠାରୁ ମିକା ସିଂହ ଟ୍ୱିଟରରେ ‘ଭାରତ ମାତା କି ଜୟ’ ସ୍ଲୋଗାନ ଲେଖି ପୋଷ୍ଟ କରୁଛନ୍ତି। ଏହାସହ ଭାରତ ଫେରିବା ବେଳେ ସେ ‘ଭାରତ ମାଜା କି ଜୟ’ ସ୍ଲୋଗାନ ଦେଉଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ଏହା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ତେବେ ତାଙ୍କୁ ଅନେକ ଲୋକ ଟ୍ରୋଲ କରୁଥିବାର ଦେଖିବାକୁ ମିଳୁଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories