www.samajalive.in
Monday, December 8, 2025
27.1 C
Bhubaneswar

ପଞ୍ଜାବୀ ଚିକେନ

ଆବଶ୍ୟକ ସାମଗ୍ରୀ
ଚିକେନ – ୫୦୦ ଗ୍ରାମ
ତେଲ – ଆବଶ୍ୟକ ଅନୁଯାୟୀ
ଅଦା ରସୁଣ ବଟା – ଆବଶ୍ୟକ ଅନୁଯାୟୀ
କଟା ପିଆଜ – ୨ଟି
ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
ଲେମ୍ବୁ ରସ – ୧ ଚାମଚ
ଗୋଟା ମସଲା – ୨ଟି ଲବଙ୍ଗ , ୨ଟି ଗୁଜୁରାତି , ୨ଟି ଡ଼ାଲଚିନି , ୨ଟି ବଡ଼ ଅଳେଇଚ, ୨ଟି ତେଜପତ୍ର
ଶୁଖିଲା ଲଙ୍କା – ୨ଟି
କଟା ଧନିଆ ପତ୍ର – ଅଳ୍ପ
କଞ୍ଚା ଲଙ୍କା ବଟା – ଅଳ୍ପ
କଟା ଟମାଟୋ – ୧ଟି
ଗରମ ମସଲା – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ ଅଳ୍ପ , ୧ ଚାମଚ ଅଦା ରସୁଣ ବଟା, ଲେମ୍ବୁ ରସ, କଞ୍ଚା ଲଙ୍କା ବଟା ଅଳ୍ପ ପକାଇ ଭଲ ଭାବେ ଗୋଳାଇ ୩୦ ମିନିଟ ରଖନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଗୋଟା ମସଲା ଲବଙ୍ଗ, ଗୁଜୁରାତି, ଡ଼ାଲଚିନି, ବଡ଼ ଅଳେଇଚ, ତେଜପତ୍ର , କଟା ପିଆଜ ପକାଇ ଭାଜନ୍ତୁ। ଏବେ ଏଥିରେ ଅଳ୍ପ ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ, ଲୁଣ, ରଖିଥିବା ଚିକେନ ପକାଇ ଭଲ ଭାବେ କଷନ୍ତୁ। ଭଲ ଭାବେ କଷିବା ପରେ କଟା ଟମାଟୋ , ଶୁଖିଲା ଲଙ୍କା, ଗରମ ମସଲା, ଜିରା ଗୁଣ୍ଡ ପକାଇ ଆବଶ୍ୟକ ଅନୁଯାୟୀ ପାଣି ଦେଇ ୧୦ ମିନିଟ ଫୁଟାନ୍ତୁ। ୧୦ ମିନିଟ ପରେ ଏକ ପାତ୍ରକୁ କାଢି କଟା ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପଞ୍ଜାବୀ ଚିକେନ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories