ଜାମ୍ମୁ: ଜାମ୍ମୁ କାଶ୍ମୀର ସରକାର ଚଳିତବର୍ଷ ଅକ୍ଟୋବର ୧୨ ତାରିଖରେ ଶ୍ରୀନଗରଠାରେ ତିନିଦିନିଆ ବିଶ୍ୱ ନିବେଶକ ସମ୍ମିଳନୀ ଆୟୋଜନ କରିବେ। ମଙ୍ଗଳବାର ଜାମ୍ମୁ କାଶ୍ମୀରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ସଚିବ ନବୀନ ଚୌଧୁରୀ ଏହା କହିଛନ୍ତି। ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଏହି ବୈଠକରେ ଜାମ୍ମୁ କାଶ୍ମୀରର ସାମର୍ଥ୍ୟ, କ୍ଷମତା ଓ ଯୋଜନା ଆଦି ପ୍ରଦର୍ଶିତ କରିବାର ସୁଯୋଗ ମିଳିବ।
ସେ କହିଛନ୍ତି ଏହି ବୈଠକ ରାଜ୍ୟରେ ନିବେଶ କରିବା ଲାଗି ସେଠାରେ ଉପଲବ୍ଧ ଏକ ଭୟମୁକ୍ତ ବାତାବରଣ ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ସଂପର୍କରେ ବାହାରର ନିବେଶକଙ୍କୁ ଅବଗତ କରାଇବା ଲାଗି ଅବସର ପ୍ରଦାନ କରିବ। ଧାରା ୩୭୦ ଉଛେଦର ଏକ ସପ୍ତାହ ପରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ତେବେ ଧାରା ୩୭୦ ଯୋଗୁ ଜାମ୍ମୁ କାଶ୍ମୀରରେ ଶିଳ୍ପ ବିକାଶ ହୋଇ ନ ଥିବା ସଂସଦରେ କହିଥିଲେ ସରକାର।



