www.samajalive.in
Wednesday, December 10, 2025
26.1 C
Bhubaneswar

୪ନଂ ସ୍ଥାନ ପାଇଁ ଶ୍ରେୟାସ ଉପଯୁକ୍ତ : ଗାଭାସ୍କର

ନୂଆଦିଲ୍ଲୀ : ଭାରତୀୟ ଦିନିକିଆ ଦଳର ବ୍ୟାଟିଂକ୍ରମର ୪ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଶ୍ରେୟାସ ଆୟର ସବୁଠାରୁ ଉପଯୁକ୍ତ କ୍ରିକେଟର୍‌ ବୋଲି ମତ ଦେଇଛନ୍ତି ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର। ଦିନିକିଆରେ ୪ନଂ ସ୍ଥାନରେ ବ୍ୟାଟିଂ କରିବା ପ୍ରସଙ୍ଗରେ ଋଷଭ ପନ୍ତ୍‌ଙ୍କ ଅପେକ୍ଷା ଶ୍ରେୟାସ ଆୟାର ଭଲ ବ୍ୟାଟସମ୍ୟାନ୍‌ ଏବଂ ଶ୍ରେୟାସ୍‌ଙ୍କୁ ଭାରତୀୟ ଦିନିକିଆରେ ଦଳରେ ସ୍ଥାୟୀ ସଦସ୍ୟ ଭାବେ ରଖାଯିବା ଉଚିତ୍‌ ବୋଲି ଗାଭାସ୍କର କହିଛନ୍ତି।
ରବିବାର ଘରୋଇ ୱେଷ୍ଟଇଣ୍ଡିଜ ବିପକ୍ଷରେ ପୋର୍ଟ ଅଫ୍‌ ସ୍ପେନ୍‌ରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଭାରତୀୟ ଦଳ ୫୯ ରନ୍‌ରେ ବିଜୟୀ ହୋଇଥିଲା। ଏହି ମ୍ୟାଚ୍‌ରେ ଶ୍ରେୟାସ୍‌ ୫୯ ରନ୍‌ ସଂଗ୍ରହ କରି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଭାରତୀୟ ବ୍ୟାଟିଂକ୍ରମର ୪ନଂରେ କିଏ ବ୍ୟାଟିଂ କରିବ ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନଥିବା ବେଳେ ଦଳୀୟ ମ୍ୟାନେଜମେଣ୍ଟ ୪ନଂ ସ୍ଥାନରେ ଯୁବ ୱିକେଟ୍‌ରକ୍ଷକ ଋଷଭ ପନ୍ତ୍‌ଙ୍କୁ ସୁଯୋଗ ଦେଇଆସୁଛି। ଏ ସଂପର୍କରେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ଗାଭାସ୍କର କହିଥିଲେ ଋଷଭ ପନ୍ତ୍‌ ବ୍ୟାଟିଂକ୍ରମର ୫ କିମ୍ବା ୬ ନମ୍ବରରେ ବ୍ୟାଟିଂ କରିବା ଉଚିତ୍‌। ଧୋନିଙ୍କ ଭଳି ପନ୍ତ୍‌ ମଧ୍ୟ ଜଣେ ଫିନିସର ଏବଂ ଆକ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ କରିବାକୁ ପସନ୍ଦ କରନ୍ତି। ତେଣୁ ସେ ୫ କିମ୍ବା ୬ ନମ୍ବରରେ ବ୍ୟାଟିଂ କଲେ ଭାରତୀୟ ଦଳ ଲାଭବାନ୍‌ ହେବ। ଏହାକୁ ଦୃଷ୍ଟିରେ ରଖି ଶ୍ରେୟାସ୍‌ ୪ନଂ ସ୍ଥାନରେ ବ୍ୟାଟିଂ କରିବା ଉପଯୁକ୍ତ। ଯଦି ଭାରତୀୟ ଓପନର୍‌ ଓ ବିରାଟ କୋହଲି ୪୦ ଓଭର ପର୍ଯ୍ୟନ୍ତ ଖେଳିବାକୁ ସକ୍ଷମ ହୁଅନ୍ତି ତେବେ ପନ୍ତ୍‌ ୪ନଂ ସ୍ଥାନରେ ବ୍ୟାଟିଂ କରିବା ଉଚିତ୍‌। ନଚେତ୍ ଶ୍ରେୟାସ ୪ ଓ ପନ୍ତ୍‌ ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିବା ଯୁକ୍ତିଯୁକ୍ତ ହେବ।
ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ବିତୀୟ ଦିନିକିଆରେ ଶ୍ରେୟାସ ଯେପରି ବ୍ୟାଟିଂ କଲେ ତାହାକୁ ଉଚ୍ଚପ୍ରଶଂସା କରିଛନ୍ତି ଗାଭାସ୍କର। ଭାରତୀୟ ଦଳ ସହଳ ୩ଟି ୱିକେଟ୍‌ ହରାଇବା ପରେ ଶ୍ରେୟାସ୍‌ ବ୍ୟାଟିଂ କରିବାକୁ ଆସିଥିଲେ। ସେତେବେଳେ ଭାରତୀୟ ଦଳ ନିକଟରେ ବ୍ୟାଟିଂ ପାଇଁ ବହୁତ ଓଭର ଥିଲା। ମିଳିଥିବା ସୁଯୋଗକୁ ହାତଛଡ଼ା ନ କରି ଶ୍ରେୟାସ୍‌ ନିଜ ଶ୍ରେଷ୍ଠ ପ୍ରଦର୍ଶନ କଲେ। ଶ୍ରେୟାସ୍‌ଙ୍କ ସହ ଅଧିନାୟକ ବିରାଟ କୋହଲି ବ୍ୟାଟିଂ କରୁଥିବାରୁ ଶ୍ରେୟାସ୍‌ଙ୍କ ଉପରେ ଚାପ କମ୍‌ ରହିଲା ଏବଂ ସେ ଭଲ ପ୍ରଦର୍ଶନ କରିବାକୁ ସକ୍ଷମ ହୋଇଥିଲେ। ସୂଚନାଥାଉକି ଶ୍ରେୟାସ୍‌ ଏକବର୍ଷ ପରେ ଭାରତୀୟ ଦିନିକିଆ ଦଳରେ ସାମିଲ ହୋଇଛନ୍ତି। ସେ ୱେଷ୍ଟଇଣ୍ଡିଜ ବିପକ୍ଷ ଟ୍ବେଣ୍ଟି୨୦ ସିରିଜ୍‌ରେ ଖେଳିବାକୁ ସୁଯୋଗ ପାଇନଥିଲେ। ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିଥିବା ସତ୍ତ୍ବେ ତାଙ୍କୁ ଭାରତୀୟ ବିଶ୍ବକପ୍‌ ଦଳରେ ସ୍ଥାନ ମିଳିନଥିଲା। ​‌େ​‌ଶ୍ରୟାସ୍‌ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ବିତୀୟ ଦିନିକିଆରେ ଚମତ୍କାର ପ୍ରଦର୍ଶନ କରିଥିବାରୁ ତାଙ୍କୁ ଭାରତୀୟ ଦିନିିକିଆ ଦଳରେ ସ୍ଥାୟୀ ସଦସ୍ୟ ଭା​‌େ​‌ବ ରଖାଯିବା ଉଚିତ୍‌ ବୋଲି ଗାଭାସ୍କର କହିଛନ୍ତି। ଏହି ମ୍ୟାଚ୍‌ ପୂର୍ବରୁ ଶ୍ରେୟାସ୍‌ ଭାରତ ତରଫରୁ ୫ଟି ଦିନିକିଆ ଖେଳି ୨ଟି ଅର୍ଦ୍ଧଶତକ ହାସଲ କରିଥିଲେ। ସେ କିଛି ଭୁଲ୍‌ କରିନଥିବା ସତ୍ତ୍ବେ ତାଙ୍କୁ ବିଶ୍ବକପ୍‌ ଦଳରୁ ବାଦ୍‌ ଦିଆଯାଇଥିଲା। ତେବେ ତାହା ଅତୀତ ହୋଇଯାଇଛି। ଦଳକୁ ଫେରି ଶ୍ରେୟାସ୍‌ ୭୧ ରନ୍‌ର ଇନିଂସ ଖେଳିଥିବାରୁ ସେ ଭାରତୀୟ ଦିନିକିଆରେ ସ୍ଥାୟୀ ସଦସ୍ୟ ହେବାକୁ ଯୋଗ୍ୟ ବୋଲି ପ୍ରମାଣିତ କରିଥିବା ଗାଭାସ୍କର ମତ ଦେଇଛନ୍ତି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories