www.samajalive.in
Saturday, December 6, 2025
26.1 C
Bhubaneswar

ଗଛ କାଟିଦେବାରୁ କାନ୍ଦିଲା ୯ ବର୍ଷର ବାଳିକା, ମୁଖ୍ୟମନ୍ତ୍ରୀ କଲେ ଗ୍ରୀନ୍‌ ଆମ୍ବାସାଡର

ଇମ୍ଫାଲ: ବୃକ୍ଷ ଆମର ବନ୍ଧୁ, ଏହା ସମସ୍ତେ ଜାଣନ୍ତି। କିନ୍ତୁ ଜଙ୍ଗଲ ସଂରକ୍ଷଣ ଦିଗରେ ଅଧିକାଂଶ ସଚେତନ ନାହାନ୍ତି। ରାସ୍ତାଘାଟ ହେଉ କି କଳ କାରଖାନା, ଗଛ ନ କାଟିଲେ କାମ ଆରମ୍ଭ ହେଉନାହିଁ। ସରକାର ବି ଅନେକ ସ୍ଥାନରେ ରାସ୍ତା ପାଇଁ ଗଛ କାଟି ଦେଉଛନ୍ତି। ବୃକ୍ଷଶୂନ୍ୟ ପରିବେଶର ପରିଣାମ କେତେ ଭୟଙ୍କର ତାହା ଜାଣି ବି ଚେତା ପଶୁନି। କିନ୍ତୁ ମଣିପୁରର ଏକ ୯ ବର୍ଷର ବାଳିକା ଏହାକୁ ବେଶ୍‌ ଭଲ ଭାବରେ ହୃଦବୋଧ କରିପାରିଛି, ଯେଉଁଥିପାଇଁ ତା’କୁ ଆଜି ରାଜ୍ୟ ସରକାର ଏକ ବଡ଼ ପୁରସ୍କାର ପ୍ରଦାନ କରିଛନ୍ତି।

ଏହି ବାଳିକା ଜଣକ ହେଉଛି ଏଲେଙ୍ଗବାମ୍‌ ବେଲେନ୍ତିନା। ବେଲେନ୍ତିନାଙ୍କ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଗଛ କଟାଯାଉଥିବା ଦେଖି ସେ କାନ୍ଦୁଥିବାର ଦେଖିବାକୁ ମିଳିଛି। ଏହି ଭିଡିଓଟି ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ବୀରେନ୍‌ ସିଂହଙ୍କ ନିକଟରେ ପହଞ୍ଚି ଯାଇଥିଲା। ଗଛ ପ୍ରତି ବେଲେନ୍ତିନାଙ୍କ ଏଭଳି ବ୍ୟାକୁଳତାକୁ ଦେଖି ମୁଖ୍ୟମନ୍ତ୍ରୀ ତାଙ୍କୁ ‘ମଣିପୁର ଗ୍ରୀନ୍‌ ମିଶନ’ର ଆମ୍ବାସାଡର କରିଛନ୍ତି। ବେଲେନ୍ତିନାଙ୍କୁ ମୁଖ୍ୟମନ୍ତ୍ରୀ ଏପରି ସମ୍ମାନିତ କରିବା ପଛରେ ମଧ୍ୟ ଏକ ରୋଚକ କାହାଣୀ ରହିଛି।

- Advertisement -

ବେଲେନ୍ତିନା ୫ମ ଶ୍ରେଣୀରେ ପଢ଼ୁଛନ୍ତି। ସେ ୪ବର୍ଷ ତଳେ ଘର ନିକଟରେ ୨ଟି ଚାରା ଲଗାଇଥିଲେ। କେବଳ ସେତିକି ନୁହେଁ ଚାରା ଦୁଇଟିର ବହୁତ ଯତ୍ନ ମଧ୍ୟ ନେଉଥିଲେ। ସ୍କୁଲରୁ ଫେରିବା ପରେ ପ୍ରତିଦିନ ସେଥିରେ ପାଣି ଦେବା ସହିତ ଜଗାରଖା କରୁଥିଲେ। କ୍ରମେ ସେହି ଗଛ ଦୁଇଟି ବଡ଼ ହୋଇଯାଇଥିଲା। କିନ୍ତୁ ରାସ୍ତା ସମ୍ପ୍ରସାରଣ କରିବା ଲାଗି ଗଛ ଦୁଇଟିକୁ କାଟି ଦିଆଗଲା। ବେଲେନ୍ତିନା ଯେତେବେଳେ ସ୍କୁଲରୁ ଫେରି ଦେଖନ୍ତି ତ ଗଛ ଦୁଇଟି ଭୂଇଁରେ ଲୋଟିପଡ଼ିଛି। ଏହା ଦେଖି ସେ କାନ୍ଦିବାକୁ ଲାଗିଥିଲେ। ଏହି ଦୃଶ୍ୟକୁ କେହି ଜଣେ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ।

ମୁଖ୍ୟମନ୍ତ୍ରୀ ଭିଡିଓଟିକୁ ଦେଖିବା ପରେ କହିଛନ୍ତି, ପ୍ରକୃତି ପ୍ରତି ବେଲେନ୍ତିନାଙ୍କ ଅନୁରାଗ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସେ ରାଜ୍ୟବାସୀଙ୍କ ପାଇଁ ଏକ ଉଦାହାରଣ। ତେଣୁ ଭିଡିଓ ଦେଖିବା କ୍ଷଣି ମୁଁ ତାଙ୍କୁ ଗ୍ରୀନ ଆମ୍ବାସାଡର କରିବାକୁ ନିଷ୍ପତ୍ତି ନେଲି। ବର୍ତ୍ତମାନ ସେ ରାଜ୍ୟ ସରକାରଙ୍କ ଗ୍ରୀନ ମଣିପୁର ମିଶନର ଆମ୍ବାସାଡର। ପିଲାଟିକୁ ସମସ୍ତେ ଅନୁସରଣ କରିବା ସହିତ ପ୍ରକୃତିକୁ ସଜାଡ଼ିବା ଦିଗରେ କାର୍ଯ୍ୟ କରନ୍ତୁ।

ବେଲେନ୍ତିନାଙ୍କୁ ଗ୍ରୀନ ଆମ୍ବାସାଡର କରାଯିବା ପରେ ତାଙ୍କ ବାପା ଏଲଙ୍ଗବାମ ପ୍ରେମକୁମାର ଓ ମା’ ଶାୟା ବହୁତ ଖୁସି ହୋଇଛି। ଶାୟା କହିଛନ୍ତି, ମୋ ଝିଅକୁ ସରକରଙ୍କ ପକ୍ଷରୁ ଦିଆଯାଇଥିବା ସମ୍ମାନ ପାଇଁ ଆମେ କୃତଜ୍ଞ। ମା’ ହିସାବରେ ମୋ ଝିଅ ପାଇଁ ମୁଁ ଗର୍ବିତ ବୋଲି ଶାୟା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories