www.samajalive.in
Monday, December 8, 2025
13.1 C
Bhubaneswar

ଜାତୀୟ ଚଳଚ୍ଚିତ୍ର ପୁରସ୍କାର : ଭିକି କୌଶଲ ଓ ଆୟୁଷ୍ମାନ ଖୁରାନା ଶ୍ରେଷ୍ଠ ଅଭିନେତା, କିର୍ତ୍ତି ସୁରେଶ ଶ୍ରେଷ୍ଠ ଅଭିନେତ୍ରୀ

ନୂଆଦିଲ୍ଲୀ : ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶୁକ୍ରବାର ଘୋଷଣା କରାଯାଇଛି। ହିନ୍ଦୀ ଫିଲ୍ମ ‘ଉରୀ’ରେ ବଳିଷ୍ଠ ଅଭିନୟ ପାଇଁ ଭିକି କୌଶଲ ଓ ଆୟୁଷ୍ମାନ ଖୁରାନାଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ମନୋନୀତ କରାଯାଇଛିି। ତେଲୁଗୁ ଚଳଚ୍ଚିତ୍ର ‘ମହାନତି’ରେ ଉଚ୍ଚ କୋଟିର ଅଭିନୟ ପାଇଁ କିର୍ତ୍ତି ସୁରେଶ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ହିନ୍ଦୀ ଫିଲ୍ମ ’ବଧାଇ ହୋ ବଧାଇ’କୁ ଶ୍ରେଷ୍ଠ ମନୋରଞ୍ଜନଧର୍ମୀ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଛି।

ସେହିପରି ହିନ୍ଦୀ ଫିଲ୍ମ ‘ଉରୀ’ ପାଇଁ ଆଦିତ୍ୟ ଧରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯିବ। ଗୁଜରାଟୀ ଫିଲ୍ମ ‘ହେଲାରେ’କୁ ଶ୍ରେଷ୍ଠ ଫିଲ୍ମ ବିବେଚିତ କରାଯାଇଛି। ‘କେଜିଏଫ’କୁ ଶ୍ରେଷ୍ଠ ଆକ୍ସନ ଫିଲ୍ମ ଭାବେ ପୁରସ୍କୃତ କରାଯିବ। ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା, ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା ଏବଂ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ସଙ୍ଗୀତ ପାଇଁ ହିନ୍ଦୀ ଫିଲ୍ମ ‘ପଦ୍ମାବତ’ ମନୋନୀତ ହୋଇଛି। ସେହିପରି ଅରିଜିତ ସିଂହଙ୍କୁ ହିନ୍ଦୀ ଫିଲ୍ମ ‘ପଦ୍ମାବତ’ର ‘ବିନତେ ଦିଲ… ପାଇଁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ପୁରସ୍କାର ପାଇଁ ମନୋନୀତ କରାଯାଇଛି।

- Advertisement -

ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ଭାବେ ‘ଅନ୍ଧାଧୂନ’, ସାମାଜିକ ସମସ୍ୟା ଉପରେ ନିର୍ମିତ ହିନ୍ଦୀ ଫିଲ୍ମ ‘ପ୍ୟାଡ ମ୍ୟାନ’ ଏବଂ ଜଳ ସଂରକ୍ଷଣ ଉପରେ ନିର୍ମିତ ଫିଲ୍ମ ‘ପାନି’କୁ ମଧ୍ୟ ଶ୍ରେଷ୍ଠ ଫିଲ୍ମ ପୁରସ୍କାର ପାଇଁ ବିବେଚନା କରାଯାଇଛି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories