www.samajalive.in
Monday, December 8, 2025
13.1 C
Bhubaneswar

ଚୋରା କାଠ ଚାଲାଣ ବେଳେ ପିକଅପ ଭ୍ୟାନ ଜବତ

ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରିର ବାଉଁଶବଣିଆରେ ଗୁରୁବାର ବିଳମ୍ବିତ ରାତିରେ ଚୋରା କାଠ ଚାଲାଣ ବେଳେ ପିକଅପ ଭ୍ୟାନ ଜବତ ହୋଇଛି। ସୂଚନା ଅନୁଯାୟୀ, ବାଉଁଶବଣିଆ ପଟ ଦେଇ ଜୟପୁର ରାସ୍ତାରେ ଦ୍ରୁତ ଗତିରେ ଯାଉଥିବା ବେଳେ ପିକଅପ ଭ୍ୟାନଟି ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେବା ଅନ୍ୟ ୪ ଜଣ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ଏହାପରେ ସ୍ଥାନୀୟ ଲୋକେ ଭ୍ୟାନଟିର ପିଛା କରି ଅଳସୁଁଆ ଗ୍ରାମ ନିକଟସ୍ଥ ବରପୋଖରୀ ଠାରେ ଗାଡ଼ିଟିକୁ ଅଟକାଇଥିଲେ। ଏହାସହ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେବା ସହ ସେଥିରେ ଚୋରା କାଠ ଚାଲାଣ ହେଉଥିବା ଜଣାପଡ଼ିଥିଲା। ଘଟଣାସ୍ଥଳରୁ ପିକଅପ ଭ୍ୟାନ ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ନୀଳଗିରି ବନବିଭାଗ ଓ ଖନ୍ତାପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଉତ୍ତ୍ୟକ୍ତ ଲୋକେ ଆହତ ବାଇକ ଆରୋହୀଙ୍କୁ କ୍ଷତିପୂରଣ ଦାବିରେ ପିକଅପ ଭ୍ୟାନଟିକୁ ନିଜ ଅଧିନରେ ରଖିଥିଲେ। ପୁଲିସ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବାପରେ ସ୍ଥାନୀୟ ଲୋକେ ଚୋରା କାଠ ବୋଝେଇ ପିକଅପ ଭ୍ୟାନଟିକୁ ଛାଡ଼ିଥିଲେ।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories