www.samajalive.in
Wednesday, December 10, 2025
26.1 C
Bhubaneswar

ରାତି ୧୨ଟା ମୁଖ୍ୟ ଖବର

ବଡ଼ ଖବର :

ପାକିସ୍ତାନରେ ଥିବା ଭାରତୀୟ ଦୂତାବାସର ରାଷ୍ଟ୍ରଦୂତଙ୍କୁ ସମନ ଜାରିକଲା ପାକିସ୍ତାନ।

# ଜମ୍ମୁ ଓ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦପାଇଁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶନାମା ପରେ ଅଧିକ ସତର୍କ ରହିବାପାଇଁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି।
# ଦେଶରେ ଆଇନ ଓ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାପାଇଁ ସବୁମତେ ଉଦ୍ୟମ ଜାରି ରଖିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।
# ଗଣମାଧ୍ୟମଗୁଡ଼ିକରେ ମିଥ୍ୟା ଓ ସମ୍ବେଦନଶୀଳ ସମ୍ବାଦଗୁଡ଼ିକୁ କଦାପି ଅନୁମତି ଦିଆଯିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

#  ଧାରା ୩୭୦ ଉଚ୍ଛେଦ ପାଇଁ ରାଜ୍ୟସଭାରେ ବିଧେୟକ ପାରିତ ହେବା ପରେ ଏହା ଏକ ସ୍ୱପ୍ନ ସତ ହେବା ପରି ଲାଗୁଛି ବୋଲି କାଶ୍ମୀର ପଣ୍ଡିତମାନେ ମତ ଦେଇଛନ୍ତି । 

# ଜାମ୍ମୁ କାଶ୍ମୀରର ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏବଂ ଉମର ଅବଦୁଲ୍ଲାଙ୍କୁ ଆଜି ସନ୍ଧ୍ୟାରେ ଗିରଫ କରାଯାଇଛି। ସେମାନଙ୍କୁ ଶ୍ରୀନଗରର ହରି ନିବାସ ଗେଷ୍ଟ ହାଉସରେ ରଖାଯାଇଛି।

# ରାଜ୍ୟସଭାରେ ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍‍ ୨୦୧୯ ଗୃହିତ ହୋଇଛି। ବିଲ୍‍ ସପକ୍ଷରେ ୧୨୫ଟି ଭୋଟ୍‍ ମିଳିଥିବାବେଳେ ବିଲ୍‍ ବିପକ୍ଷରେ ୬୧ଟି ଭୋଟ୍‍ ମିଳିଛି।

-ଏଥିସହ ଜମ୍ମୁକାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହୋଇଛି ।

-ସେହିଭଳି ଜମ୍ମୁ-କାଶ୍ମୀର ସଂରକ୍ଷଣ ଦ୍ୱିତୀୟ ସଂଶୋଧନ ବିଲ ୨୦୧୯ ମୌଖିକ ଭୋଟରେ ଗୃହିତ ହୋଇଛି।

# ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ସମର୍ଥନ କରିଛନ୍ତି । ଜାମ୍ମୁକାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ଏବଂ ସେଠାକାର ଲୋକଙ୍କର ମାନବିକ ଅଧିକାରର ସୁରକ୍ଷା କରିବା କେନ୍ଦ୍ର ସରକାରଙ୍କ କର୍ତ୍ତବ୍ୟ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି । ଜାମ୍ମୁକାଶ୍ମୀରରେ ହିନ୍ଦୁମାନଙ୍କର ସୁରକ୍ଷା ଓ ନିରାପତ୍ତା ପାଇଁ ସେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

# ରାଷ୍ଟ୍ରପତି ଜାମ୍ମୁ କାଶ୍ମୀର ସମ୍ବନ୍ଧୀୟ ସାମ୍ବିଧାନିକ ନିର୍ଦ୍ଦେଶ ୨୦୧୯ ଜାରି କରିଛନ୍ତି । ଏହି ନିର୍ଦ୍ଦେଶ ସମ୍ବିଧାନର ଜାମ୍ମୁ କାଶ୍ମୀର ସଂକ୍ରାନ୍ତ ନିର୍ଦ୍ଦେଶ,୧୯୫୪ ସ୍ଥାନରେ ଲାଗୁ ହେବ। ଏହି ନିର୍ଦ୍ଦେଶରେ ଧାରା ୩୬୭ରେ କିଛି ଉପଧାରା ଯୋଡ଼ା ଯାଇଛି।

- Advertisement -

# ଗତ ମଧ୍ୟରାତ୍ରିରୁ ଜାମ୍ମୁକାଶ୍ମୀରର ଶ୍ରୀନଗର ଓ ଅନ୍ୟ କେତେକ ଜିଲ୍ଲାରେ ଧାରା ୧୪୪ ଅଧୀନରେ କଟକଣା ଲାଗୁ କରିଛନ୍ତି।

# ଶ୍ରୀନଗର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନରେ ଛୁଟି ଘୋଷଣା କରାଯାଇଛି। କାଶ୍ମୀର ଉପତ୍ୟକାରେ ମୋବାଇଲ୍‍ ଇଣ୍ଟରନେଟ୍‍ ସେବା ବନ୍ଦ ରଖାଯାଇଛି ଓ ପୋଲିସ୍‍ ଏବଂ ଜିଲ୍ଲା ପ୍ରଶାସନକୁ ସାଟେଲାଇଟ୍‍ ଫୋନ୍‍ ଯୋଗାଇ ଦିଆଯାଇଛି।

# ଜାମ୍ମୁ, କିସ୍ତୱାଡ଼ା, ରିଆସି, ଡୋଡ଼ା ଓ ଉଦ୍ଧମପୁର ଜିଲ୍ଲାର ସମସ୍ତ ସ୍କୁଲ୍‍ ଓ କଲେଜକୁ ମଧ୍ୟ ଆଜି ଛୁଟି ଘୋଷଣା କରାଯାଇଛି। କର୍ତ୍ତୃପକ୍ଷ କିସ୍ତୱାଡ଼ା ଓ ରାଜୌରୀ ଜିଲ୍ଲା ଏବଂ ରାମବନ୍‍ ଜିଲ୍ଲାର ବନିହାଲ ଅଞ୍ଚଳରେ ରାତ୍ରିକାଳିନ ସାନ୍ଧ୍ୟଆଇନ ଲାଗୁ କରିଛନ୍ତି।

ଆଞ୍ଚଳିକ :

# ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ସମର୍ଥନ କରିଛନ୍ତି । ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଶଙ୍କରାଚାର୍ଯ୍ୟ କହିଛନ୍ତି, ଜାମ୍ମୁକାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ଏବଂ ସେଠାକାର ଲୋକଙ୍କର ମାନବିକ ଅଧିକାରର ସୁରକ୍ଷା କରିବା କେନ୍ଦ୍ର ସରକାରଙ୍କ କର୍ତ୍ତବ୍ୟ। ଜାମ୍ମୁକାଶ୍ମୀରରେ ହିନ୍ଦୁମାନଙ୍କର ସୁରକ୍ଷା ଓ ନିରାପତ୍ତା ପାଇଁ ସେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

# ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଭରତପୁର କୋଇଲାଖଣି ଦୁର୍ଘଟଣାର ୧୪ ଦିନ ପରେ ସୋମବାର ଘଟଣାସ୍ଥଳରୁ ଆଉ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ପୂର୍ବରୁ ସେଠାରୁ ୩ ଜଣ ଖଣି ଶ୍ରମିକଙ୍କ ମୃତଦେହ ମିଳିଥିଲା। 

# ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଜିଠାରୁ ଡପ୍‍ଲର୍‍ ଭେରି ହାଇ ଫ୍ରିକ୍ୱେନ୍ସି ଓମ୍‍ନି ଡିରେକ୍ସନାଲ୍‍ ରେଞ୍ଜ୍‍ ବ୍ୟବସ୍ଥା କାର୍ଯ୍ୟକ୍ରମ ହୋଇଛି।  ବିମାନ ବନ୍ଦର ନିର୍ଦ୍ଦେଶକ ସ୍ୱଦେଶ ଚୌହାନ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହି ବ୍ୟବସ୍ଥା ପାଇଁ ଗତ ଫେବୃୟାରୀ ମାସରୁ ନିର୍ମାଣ କାମ ଆରମ୍ଭ ହୋଇଥିଲା।

# ଗଞ୍ଜାମ ଜିଲ୍ଲା ଆସିକାରେ ଆଜି ଏକ ଏନ୍‍କାଉଣ୍ଟର ଘଟଣାରେ ଗାଙ୍ଗପୁର ଅଞ୍ଚଳର କୁଖ୍ୟାତ ଅପରାଧୀ ଗୁରୁପ୍ରସାଦ ସ୍ୱାଇଁ ଆହତ ହୋଇଛି। ଆସିକା ଚାରିମଇଲି ନିକଟରେ ପୁଲିସ୍‍ ଓ ଅପରାଧୀ ମଧ୍ୟରେ ଗୁଳି ବିନିମୟବେଳେ ଅପରାଧୀ ଗୁରୁପ୍ରସାଦର ଡାହାଣ ଗୋଡ଼ରେ ଗୁଳି ବାଜିଛି।

# କଟକ ମହାନଗର ନାଗରିକ ମହାସଭା ଆନୁକୂଲ୍ୟରେ ଦରଘା ବଜାରସ୍ଥିତ ପ୍ୟାରୀମୋହନ ଏକାଡେମୀ ସ୍କୁଲ୍‍ ପରିସରରେ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ୧୬୮ତମ ଜୟନ୍ତୀ ପାଳିତ ହୋଇଯାଇଛି।

ଜାତୀୟ :

# ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର ଆସନ୍ତା ୧୧ ତାରିଖରୁ ତିନି ଦିନପାଇଁ ଚୀନ୍‍ ଗସ୍ତରେ ଯିବେ

# ଜମ୍ମୁ ଓ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦପାଇଁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶନାମା ପରେ ଅଧିକ ସତର୍କ ରହିବାପାଇଁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି।
# ଦେଶରେ ଆଇନ ଓ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାପାଇଁ ସବୁମତେ ଉଦ୍ୟମ ଜାରି ରଖିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଜାରି ବିଜ୍ଞପ୍ତିରେ କୁହାଯାଇଛି
# ଗଣମାଧ୍ୟମଗୁଡ଼ିକରେ ମିଥ୍ୟା ଓ ସମ୍ବେଦନଶୀଳ ସମ୍ବାଦଗୁଡ଼ିକୁ କଦାପି ଅନୁମତି ଦିଆଯିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି
# ଜମ୍ମୁକାଶ୍ମୀରରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବାପାଇଁ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି

# ଜାମ୍ମୁ କାଶ୍ମୀରର ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏବଂ ନ୍ୟାସନାଲ କନଫ୍ରେନ୍ସ ନେତା ଉମର ଅବଦୁଲ୍ଲାଙ୍କୁ ଆଜି ସନ୍ଧ୍ୟାରେ ଗିରଫ କରାଯାଇଛି। ସେମାନଙ୍କୁ ଶ୍ରୀନଗରର ହରି ନିବାସ ଗେଷ୍ଟ ହାଉସରେ ରଖାଯାଇଛି।

# ରାଜ୍ୟସଭାରେ ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍‍ ୨୦୧୯ ଗୃହିତ ହୋଇଛି। ବିଲ୍‍ ସପକ୍ଷରେ ୧୨୫ଟି ଭୋଟ୍‍ ମିଳିଥିବାବେଳେ ବିଲ୍‍ ବିପକ୍ଷରେ ୬୧ଟି ଭୋଟ୍‍ ମିଳିଛି।

– ଏଥିସହ ଜମ୍ମୁକାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହୋଇଛି । ସେହିଭଳି ଜମ୍ମୁ-କାଶ୍ମୀର ସଂରକ୍ଷଣ ଦ୍ୱିତୀୟ ସଂଶୋଧନ ବିଲ ୨୦୧୯ ମୌଖିକ ଭୋଟରେ ଗୃହିତ ହୋଇଛି।

# କିନ୍ନରମାନଙ୍କ ଅଧିକାର ସୁରକ୍ଷା ବିଲ୍‍ ୨୦୧୯ ଲୋକସଭାରେ ଗୃହିତ ହୋଇଛି।

# ସରୋଗେସି ମଦର ବା  ସ୍ଥାନାପନ୍ନ ମାତୃତ୍ୱ ନିୟନ୍ତ୍ରଣ ବିଲ୍‍ ୨୦୧୯ ଲୋକସଭାରେ ଗୃହିତ ହୋଇଯାଇଛି। ବ୍ୟାବସାୟିକ ସ୍ଥାନାପନ୍ନ ମାତୃତ୍ୱ ନିଷେଧ ଏବଂ ପରୋପକାର ସ୍ଥାନାପନ୍ନ ମାତୃତ୍ୱକୁ ଅନୁମତି ଦେବା ଏହି ବିଲ୍‍ର ଲକ୍ଷ୍ୟ। 

# ରାଷ୍ଟ୍ରପତି ଜାମ୍ମୁ କାଶ୍ମୀର ସମ୍ବନ୍ଧୀୟ ସାମ୍ବିଧାନିକ ନିର୍ଦ୍ଦେଶ ୨୦୧୯ ଜାରି କରିଛନ୍ତି । ଏହି ନିର୍ଦ୍ଦେଶ ସମ୍ବିଧାନର ଜାମ୍ମୁ କାଶ୍ମୀର ସଂକ୍ରାନ୍ତ ନିର୍ଦ୍ଦେଶ,୧୯୫୪ ସ୍ଥାନରେ ଲାଗୁ ହେବ। ଏହି ନିର୍ଦ୍ଦେଶରେ ଧାରା ୩୬୭ରେ କିଛି ଉପଧାରା ଯୋଡ଼ା ଯାଇଛି।

# ଗତ ମଧ୍ୟରାତ୍ରିରୁ ଜାମ୍ମୁକାଶ୍ମୀରର ଶ୍ରୀନଗର ଓ ଅନ୍ୟ କେତେକ ଜିଲ୍ଲାରେ ଧାରା ୧୪୪ ଅଧୀନରେ କଟକଣା ଲାଗୁ କରିଛନ୍ତି।

# ଶ୍ରୀନଗର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନରେ ଛୁଟି ଘୋଷଣା କରାଯାଇଛି। କାଶ୍ମୀର ଉପତ୍ୟକାରେ ମୋବାଇଲ୍‍ ଇଣ୍ଟରନେଟ୍‍ ସେବା ବନ୍ଦ ରଖାଯାଇଛି ଓ ପୋଲିସ୍‍ ଏବଂ ଜିଲ୍ଲା ପ୍ରଶାସନକୁ ସାଟେଲାଇଟ୍‍ ଫୋନ୍‍ ଯୋଗାଇ ଦିଆଯାଇଛି।

# ଜାମ୍ମୁ, କିସ୍ତୱାଡ଼ା, ରିଆସି, ଡୋଡ଼ା ଓ ଉଦ୍ଧମପୁର ଜିଲ୍ଲାର ସମସ୍ତ ସ୍କୁଲ୍‍ ଓ କଲେଜକୁ ମଧ୍ୟ ଆଜି ଛୁଟି ଘୋଷଣା କରାଯାଇଛି। କର୍ତ୍ତୃପକ୍ଷ କିସ୍ତୱାଡ଼ା ଓ ରାଜୌରୀ ଜିଲ୍ଲା ଏବଂ ରାମବନ୍‍ ଜିଲ୍ଲାର ବନିହାଲ ଅଞ୍ଚଳରେ ରାତ୍ରିକାଳିନ ସାନ୍ଧ୍ୟଆଇନ ଲାଗୁ କରିଛନ୍ତି।

# ଉନ୍ନାଓ ବଳାତ୍କାର ଅଭିଯୁକ୍ତ କୁଲଦୀପ ସିଂ ସେନଗରଙ୍କୁ ଆଜି ଦିଲ୍ଲୀର ଏକ ଅଦାଲତରେ ହାଜର କରାଯାଇଛି। ତାଙ୍କୁ ଦିଲ୍ଲୀର ତିହାର୍‍ ଜେଲ୍‍କୁ ଆଣିବାପାଇଁ  ଅଦାଲତ ଆଜି ନିର୍ଦ୍ଦେଶ ଦେଇଛନ୍ତି। 

# ଦକ୍ଷିଣ ଗୁଜରାଟ ଓ ମୁମ୍ବଇରେ ପ୍ରବଳ ବର୍ଷା ଯୋଗୁଁ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି ।

# ବିଚ୍ଛିନ୍ନତାବାଦୀ ନେତା ୟାସିନ୍‍ ମଲିକ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ତାଙ୍କର ସ୍ୱାସ୍ଥ୍ୟକୁ ନେଇ ଚିନ୍ତାକରିବାର କୌଣସି କାରଣ ନାହିଁ ବୋଲି  ତିହାର ଜେଲ୍‍ ମହାନିର୍ଦ୍ଦେଶକ ସନ୍ଦୀପ ଗୋଏଲ୍‍ କହିଛନ୍ତି, ମଲିକଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଚାରିତ ଗୁଜବ ସଂପୂର୍ଣ୍ଣ ମିଥ୍ୟା

# ତାମିଲନାଡୁର ଭେଲୋର ଲୋକସଭା ଆସନ ପାଇଁ ଆଜି ମତଦାନ ଶେଷ ହୋଇଛି।

# ଏମ୍‍ସ ଓ ସଫଦରଜଙ୍ଗ ହସ୍ପିଟାଲ୍‍ର ରେସିଡେଣ୍ଟ୍‍ ଡାକ୍ତରମାନେ ସେମାନଙ୍କର ଧର୍ମଘଟ ପ୍ରତ୍ୟାହାର କରିନେଇ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି।

# ଲଳିତକଳା ଏକାଡେମୀ ଆଜି ଏହାର ୬୫ତମ ପ୍ରତିଷ୍ଠା ଦିବସ ପାଳନ କରୁଛି।

# ତେଲଙ୍ଗାନାରେ ଏକ ସଡ଼କ ଦୁର୍ଘଟଣାରେ ୭ ଜଣ ମହିଳାଙ୍କ ସମେତ ୧୩ ଜଣ ଲୋକ ପ୍ରାଣ ହରାଇଛନ୍ତି।

ଆନ୍ତର୍ଜାତୀୟ :

# ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର ଆସନ୍ତା ୧୧ ତାରିଖରୁ ତିନି ଦିନପାଇଁ ଚୀନ୍‍ ଗସ୍ତରେ ଯିବେ। କାର୍ଯ୍ୟଭାର ଗ୍ରହଣ କରିବା ପରେ ଏହା ହେବ ତାଙ୍କର ପ୍ରଥମ ଚୀନ୍‍ ଗସ୍ତ। 

# ଇଜିପ୍ଟର ଜାତୀୟ କର୍କଟରୋଗ ଚିକିତ୍ସା ପ୍ରତିଷ୍ଠାନ ବାହାରେ ଘଟିଥିବା ଏକ ବିସ୍ଫୋରଣରେ ୧୭ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଓ ଆଉ ୩୨ ଜଣ ଆହତ ହୋଇଛନ୍ତି।

# ମାଳଦ୍ୱୀପର ପୂର୍ବତନ ଉପରାଷ୍ଟ୍ରପତି ମହମ୍ମଦ ଅଦିବ୍‍ ଦେଶକୁ ଫେରିବା ପରେ ତାଙ୍କୁ ଦୋନିଦୋରେ  ଅଟକ ରଖାଯାଇଛି। ସରକାରୀ ପାଣ୍ଠିକୁ ଆତ୍ମସାତ୍‍ କରିଥିବା ଅଭିଯୋଗରେ ଜେରାକୁ ଏଡ଼େଇବାପାଇଁ ଭାରତକୁ ପଳାଇ ଆସିବା ପରେ ତାଙ୍କୁ ଗିରଫ କରାଯାଇଥିଲା।

Hot this week

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

Related Articles

Popular Categories