www.samajalive.in
Thursday, December 11, 2025
16.1 C
Bhubaneswar

ରାତି ୧୧ଟା ମୁଖ୍ୟ ଖବର

ବଡ଼ ଖବର :

# ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର ଆସନ୍ତା ୧୧ ତାରିଖରୁ ତିନି ଦିନପାଇଁ ଚୀନ୍‍ ଗସ୍ତରେ ଯିବେ

# ପାକିସ୍ତାନରେ ଥିବା ଭାରତୀୟ ଦୂତାବାସର ରାଷ୍ଟ୍ରଦୂତଙ୍କୁ ସମନ ଜାରିକଲା ପାକିସ୍ତାନ

#  ଧାରା ୩୭୦ ଉଚ୍ଛେଦ ପାଇଁ ରାଜ୍ୟସଭାରେ ବିଧେୟକ ପାରିତ ହେବା ପରେ ଏହା ଏକ ସ୍ୱପ୍ନ ସତ ହେବା ପରି ଲାଗୁଛି ବୋଲି କାଶ୍ମୀର ପଣ୍ଡିତମାନେ ମତ ଦେଇଛନ୍ତି । 

 ଜାମ୍ମୁ କାଶ୍ମୀରର ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏବଂ ନ୍ୟାସନାଲ କନଫ୍ରେନ୍ସ ନେତା ଉମର ଅବଦୁଲ୍ଲାଙ୍କୁ ଆଜି ସନ୍ଧ୍ୟାରେ ଗିରଫ କରାଯାଇଛି। ସେମାନଙ୍କୁ ଶ୍ରୀନଗରର ହରି ନିବାସ ଗେଷ୍ଟ ହାଉସରେ ରଖାଯାଇଛି।

# ରାଜ୍ୟସଭାରେ ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍‍ ୨୦୧୯ ଗୃହିତ ହୋଇଛି। ବିଲ୍‍ ସପକ୍ଷରେ ୧୨୫ଟି ଭୋଟ୍‍ ମିଳିଥିବାବେଳେ ବିଲ୍‍ ବିପକ୍ଷରେ ୬୧ଟି ଭୋଟ୍‍ ମିଳିଛି।

-ଏଥିସହ ଜମ୍ମୁକାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହୋଇଛି ।

-ସେହିଭଳି ଜମ୍ମୁ-କାଶ୍ମୀର ସଂରକ୍ଷଣ ଦ୍ୱିତୀୟ ସଂଶୋଧନ ବିଲ ୨୦୧୯ ମୌଖିକ ଭୋଟରେ ଗୃହିତ ହୋଇଛି।

# ଜମ୍ମୁ ଓ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦପାଇଁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶନାମା ପରେ ସର୍ବାଧିକ ସତର୍କ ରହିବାପାଇଁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି।
# ଦେଶରେ ଆଇନ ଓ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାପାଇଁ ସବୁମତେ ଉଦ୍ୟମ ଜାରି ରଖିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଜାରି ବିଜ୍ଞପ୍ତିରେ କୁହାଯାଇଛି
# ଗଣମାଧ୍ୟମଗୁଡ଼ିକରେ ମିଥ୍ୟା ଓ ସମ୍ବେଦନଶୀଳ ସମ୍ବାଦଗୁଡ଼ିକୁ କଦାପି ଅନୁମତି ଦିଆଯିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି

# ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ସମର୍ଥନ କରିଛନ୍ତି । ଜାମ୍ମୁକାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ଏବଂ ସେଠାକାର ଲୋକଙ୍କର ମାନବିକ ଅଧିକାରର ସୁରକ୍ଷା କରିବା କେନ୍ଦ୍ର ସରକାରଙ୍କ କର୍ତ୍ତବ୍ୟ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି । ଜାମ୍ମୁକାଶ୍ମୀରରେ ହିନ୍ଦୁମାନଙ୍କର ସୁରକ୍ଷା ଓ ନିରାପତ୍ତା ପାଇଁ ସେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

# ରାଷ୍ଟ୍ରପତି ଜାମ୍ମୁ କାଶ୍ମୀର ସମ୍ବନ୍ଧୀୟ ସାମ୍ବିଧାନିକ ନିର୍ଦ୍ଦେଶ ୨୦୧୯ ଜାରି କରିଛନ୍ତି । ଏହି ନିର୍ଦ୍ଦେଶ ସମ୍ବିଧାନର ଜାମ୍ମୁ କାଶ୍ମୀର ସଂକ୍ରାନ୍ତ ନିର୍ଦ୍ଦେଶ,୧୯୫୪ ସ୍ଥାନରେ ଲାଗୁ ହେବ। ଏହି ନିର୍ଦ୍ଦେଶରେ ଧାରା ୩୬୭ରେ କିଛି ଉପଧାରା ଯୋଡ଼ା ଯାଇଛି।

- Advertisement -

# ଗତ ମଧ୍ୟରାତ୍ରିରୁ ଜାମ୍ମୁକାଶ୍ମୀରର ଶ୍ରୀନଗର ଓ ଅନ୍ୟ କେତେକ ଜିଲ୍ଲାରେ ଧାରା ୧୪୪ ଅଧୀନରେ କଟକଣା ଲାଗୁ କରିଛନ୍ତି।

# ଶ୍ରୀନଗର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନରେ ଛୁଟି ଘୋଷଣା କରାଯାଇଛି। କାଶ୍ମୀର ଉପତ୍ୟକାରେ ମୋବାଇଲ୍‍ ଇଣ୍ଟରନେଟ୍‍ ସେବା ବନ୍ଦ ରଖାଯାଇଛି ଓ ପୋଲିସ୍‍ ଏବଂ ଜିଲ୍ଲା ପ୍ରଶାସନକୁ ସାଟେଲାଇଟ୍‍ ଫୋନ୍‍ ଯୋଗାଇ ଦିଆଯାଇଛି।

# ଜାମ୍ମୁ, କିସ୍ତୱାଡ଼ା, ରିଆସି, ଡୋଡ଼ା ଓ ଉଦ୍ଧମପୁର ଜିଲ୍ଲାର ସମସ୍ତ ସ୍କୁଲ୍‍ ଓ କଲେଜକୁ ମଧ୍ୟ ଆଜି ଛୁଟି ଘୋଷଣା କରାଯାଇଛି। କର୍ତ୍ତୃପକ୍ଷ କିସ୍ତୱାଡ଼ା ଓ ରାଜୌରୀ ଜିଲ୍ଲା ଏବଂ ରାମବନ୍‍ ଜିଲ୍ଲାର ବନିହାଲ ଅଞ୍ଚଳରେ ରାତ୍ରିକାଳିନ ସାନ୍ଧ୍ୟଆଇନ ଲାଗୁ କରିଛନ୍ତି। # # କିନ୍ନରମାନଙ୍କ ଅଧିକାର ସୁରକ୍ଷା ବିଲ୍‍ ୨୦୧୯ ଲୋକସଭାରେ ଗୃହିତ ହୋଇଛି।

ଆଞ୍ଚଳିକ :

# ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ସମର୍ଥନ କରିଛନ୍ତି । ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଶଙ୍କରାଚାର୍ଯ୍ୟ କହିଛନ୍ତି, ଜାମ୍ମୁକାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ଏବଂ ସେଠାକାର ଲୋକଙ୍କର ମାନବିକ ଅଧିକାରର ସୁରକ୍ଷା କରିବା କେନ୍ଦ୍ର ସରକାରଙ୍କ କର୍ତ୍ତବ୍ୟ। ଜାମ୍ମୁକାଶ୍ମୀରରେ ହିନ୍ଦୁମାନଙ୍କର ସୁରକ୍ଷା ଓ ନିରାପତ୍ତା ପାଇଁ ସେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

# ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଜିଠାରୁ ଡପ୍‍ଲର୍‍ ଭେରି ହାଇ ଫ୍ରିକ୍ୱେନ୍ସି ଓମ୍‍ନି ଡିରେକ୍ସନାଲ୍‍ ରେଞ୍ଜ୍‍ ବ୍ୟବସ୍ଥା କାର୍ଯ୍ୟକ୍ରମ ହୋଇଛି।  ବିମାନ ବନ୍ଦର ନିର୍ଦ୍ଦେଶକ ସ୍ୱଦେଶ ଚୌହାନ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହି ବ୍ୟବସ୍ଥା ପାଇଁ ଗତ ଫେବୃୟାରୀ ମାସରୁ ନିର୍ମାଣ କାମ ଆରମ୍ଭ ହୋଇଥିଲା।

# ଗଞ୍ଜାମ ଜିଲ୍ଲା ଆସିକାରେ ଆଜି ଏକ ଏନ୍‍କାଉଣ୍ଟର ଘଟଣାରେ ଗାଙ୍ଗପୁର ଅଞ୍ଚଳର କୁଖ୍ୟାତ ଅପରାଧୀ ଗୁରୁପ୍ରସାଦ ସ୍ୱାଇଁ ଆହତ ହୋଇଛି। ଆସିକା ଚାରିମଇଲି ନିକଟରେ ପୁଲିସ୍‍ ଓ ଅପରାଧୀ ମଧ୍ୟରେ ଗୁଳି ବିନିମୟବେଳେ ଅପରାଧୀ ଗୁରୁପ୍ରସାଦର ଡାହାଣ ଗୋଡ଼ରେ ଗୁଳି ବାଜିଛି।

# କଟକ ମହାନଗର ନାଗରିକ ମହାସଭା ଆନୁକୂଲ୍ୟରେ ଦରଘା ବଜାରସ୍ଥିତ ପ୍ୟାରୀମୋହନ ଏକାଡେମୀ ସ୍କୁଲ୍‍ ପରିସରରେ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ୧୬୮ତମ ଜୟନ୍ତୀ ପାଳିତ ହୋଇଯାଇଛି।

ଜାତୀୟ :

# ଜମ୍ମୁ ଓ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦପାଇଁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶନାମା ପରେ ସର୍ବାଧିକ ସତର୍କ ରହିବାପାଇଁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି।
# ଦେଶରେ ଆଇନ ଓ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାପାଇଁ ସବୁମତେ ଉଦ୍ୟମ ଜାରି ରଖିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଜାରି ବିଜ୍ଞପ୍ତିରେ କୁହାଯାଇଛି
# ଗଣମାଧ୍ୟମଗୁଡ଼ିକରେ ମିଥ୍ୟା ଓ ସମ୍ବେଦନଶୀଳ ସମ୍ବାଦଗୁଡ଼ିକୁ କଦାପି ଅନୁମତି ଦିଆଯିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି
# ଜମ୍ମୁକାଶ୍ମୀରରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବାପାଇଁ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି

# ଜାମ୍ମୁ କାଶ୍ମୀରର ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏବଂ ନ୍ୟାସନାଲ କନଫ୍ରେନ୍ସ ନେତା ଉମର ଅବଦୁଲ୍ଲାଙ୍କୁ ଆଜି ସନ୍ଧ୍ୟାରେ ଗିରଫ କରାଯାଇଛି। ସେମାନଙ୍କୁ ଶ୍ରୀନଗରର ହରି ନିବାସ ଗେଷ୍ଟ ହାଉସରେ ରଖାଯାଇଛି।

# ରାଜ୍ୟସଭାରେ ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍‍ ୨୦୧୯ ଗୃହିତ ହୋଇଛି। ବିଲ୍‍ ସପକ୍ଷରେ ୧୨୫ଟି ଭୋଟ୍‍ ମିଳିଥିବାବେଳେ ବିଲ୍‍ ବିପକ୍ଷରେ ୬୧ଟି ଭୋଟ୍‍ ମିଳିଛି।

– ଏଥିସହ ଜମ୍ମୁକାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହୋଇଛି । ସେହିଭଳି ଜମ୍ମୁ-କାଶ୍ମୀର ସଂରକ୍ଷଣ ଦ୍ୱିତୀୟ ସଂଶୋଧନ ବିଲ ୨୦୧୯ ମୌଖିକ ଭୋଟରେ ଗୃହିତ ହୋଇଛି।

# ରାଷ୍ଟ୍ରପତି ଜାମ୍ମୁ କାଶ୍ମୀର ସମ୍ବନ୍ଧୀୟ ସାମ୍ବିଧାନିକ ନିର୍ଦ୍ଦେଶ ୨୦୧୯ ଜାରି କରିଛନ୍ତି । ଏହି ନିର୍ଦ୍ଦେଶ ସମ୍ବିଧାନର ଜାମ୍ମୁ କାଶ୍ମୀର ସଂକ୍ରାନ୍ତ ନିର୍ଦ୍ଦେଶ,୧୯୫୪ ସ୍ଥାନରେ ଲାଗୁ ହେବ। ଏହି ନିର୍ଦ୍ଦେଶରେ ଧାରା ୩୬୭ରେ କିଛି ଉପଧାରା ଯୋଡ଼ା ଯାଇଛି।

#ଗତ ମଧ୍ୟରାତ୍ରିରୁ ଜାମ୍ମୁକାଶ୍ମୀରର ଶ୍ରୀନଗର ଓ ଅନ୍ୟ କେତେକ ଜିଲ୍ଲାରେ ଧାରା ୧୪୪ ଅଧୀନରେ କଟକଣା ଲାଗୁ କରିଛନ୍ତି।

# ଶ୍ରୀନଗର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନରେ ଛୁଟି ଘୋଷଣା କରାଯାଇଛି। କାଶ୍ମୀର ଉପତ୍ୟକାରେ ମୋବାଇଲ୍‍ ଇଣ୍ଟରନେଟ୍‍ ସେବା ବନ୍ଦ ରଖାଯାଇଛି ଓ ପୋଲିସ୍‍ ଏବଂ ଜିଲ୍ଲା ପ୍ରଶାସନକୁ ସାଟେଲାଇଟ୍‍ ଫୋନ୍‍ ଯୋଗାଇ ଦିଆଯାଇଛି।

# ଜାମ୍ମୁ, କିସ୍ତୱାଡ଼ା, ରିଆସି, ଡୋଡ଼ା ଓ ଉଦ୍ଧମପୁର ଜିଲ୍ଲାର ସମସ୍ତ ସ୍କୁଲ୍‍ ଓ କଲେଜକୁ ମଧ୍ୟ ଆଜି ଛୁଟି ଘୋଷଣା କରାଯାଇଛି। କର୍ତ୍ତୃପକ୍ଷ କିସ୍ତୱାଡ଼ା ଓ ରାଜୌରୀ ଜିଲ୍ଲା ଏବଂ ରାମବନ୍‍ ଜିଲ୍ଲାର ବନିହାଲ ଅଞ୍ଚଳରେ ରାତ୍ରିକାଳିନ ସାନ୍ଧ୍ୟଆଇନ ଲାଗୁ କରିଛନ୍ତି।

# ଉନ୍ନାଓ ବଳାତ୍କାର ଅଭିଯୁକ୍ତ କୁଲଦୀପ ସିଂ ସେନଗରଙ୍କୁ ଆଜି ଦିଲ୍ଲୀର ଏକ ଅଦାଲତରେ ହାଜର କରାଯାଇଛି। 

# ଦକ୍ଷିଣ ଗୁଜରାଟ ଓ ମୁମ୍ବଇରେ ପ୍ରବଳ ବର୍ଷା ଯୋଗୁଁ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି ।

# ବିଚ୍ଛିନ୍ନତାବାଦୀ ନେତା ୟାସିନ୍‍ ମଲିକ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ତାଙ୍କର ସ୍ୱାସ୍ଥ୍ୟକୁ ନେଇ ଚିନ୍ତାକରିବାର କୌଣସି କାରଣ ନାହିଁ ବୋଲି  ତିହାର ଜେଲ୍‍ ମହାନିର୍ଦ୍ଦେଶକ ସନ୍ଦୀପ ଗୋଏଲ୍‍ କହିଛନ୍ତି, ମଲିକଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଚାରିତ ଗୁଜବ ସଂପୂର୍ଣ୍ଣ ମିଥ୍ୟା

# ତାମିଲନାଡୁର ଭେଲୋର ଲୋକସଭା ଆସନ ପାଇଁ ଆଜି ମତଦାନ ଶେଷ ହୋଇଛି।

# ଏମ୍‍ସ ଓ ସଫଦରଜଙ୍ଗ ହସ୍ପିଟାଲ୍‍ର ରେସିଡେଣ୍ଟ୍‍ ଡାକ୍ତରମାନେ ସେମାନଙ୍କର ଧର୍ମଘଟ ପ୍ରତ୍ୟାହାର କରିନେଇ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି।

# ଲଳିତକଳା ଏକାଡେମୀ ଆଜି ଏହାର ୬୫ତମ ପ୍ରତିଷ୍ଠା ଦିବସ ପାଳନ କରୁଛି।

# ତେଲଙ୍ଗାନାରେ ଏକ ସଡ଼କ ଦୁର୍ଘଟଣାରେ ୭ ଜଣ ମହିଳାଙ୍କ ସମେତ ୧୩ ଜଣ ଲୋକ ପ୍ରାଣ ହରାଇଛନ୍ତି।

# ସରୋଗେସି ମଦର ବା  ସ୍ଥାନାପନ୍ନ ମାତୃତ୍ୱ ନିୟନ୍ତ୍ରଣ ବିଲ୍‍ ୨୦୧୯ ଲୋକସଭାରେ ଗୃହିତ ହୋଇଯାଇଛି। ବ୍ୟାବସାୟିକ ସ୍ଥାନାପନ୍ନ ମାତୃତ୍ୱ ନିଷେଧ ଏବଂ ପରୋପକାର ସ୍ଥାନାପନ୍ନ ମାତୃତ୍ୱକୁ ଅନୁମତି ଦେବା ଏହି ବିଲ୍‍ର ଲକ୍ଷ୍ୟ। 

ଆନ୍ତର୍ଜାତୀୟ :

# ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର ଆସନ୍ତା ୧୧ ତାରିଖରୁ ତିନି ଦିନପାଇଁ ଚୀନ୍‍ ଗସ୍ତରେ ଯିବେ। କାର୍ଯ୍ୟଭାର ଗ୍ରହଣ କରିବା ପରେ ଏହା ହେବ ତାଙ୍କର ପ୍ରଥମ ଚୀନ୍‍ ଗସ୍ତ। 

# ଇଜିପ୍ଟର ଜାତୀୟ କର୍କଟରୋଗ ଚିକିତ୍ସା ପ୍ରତିଷ୍ଠାନ ବାହାରେ ଘଟିଥିବା ଏକ ବିସ୍ଫୋରଣରେ ୧୭ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଓ ଆଉ ୩୨ ଜଣ ଆହତ ହୋଇଛନ୍ତି।

# ମାଳଦ୍ୱୀପର ପୂର୍ବତନ ଉପରାଷ୍ଟ୍ରପତି ମହମ୍ମଦ ଅଦିବ୍‍ ଦେଶକୁ ଫେରିବା ପରେ ତାଙ୍କୁ ଦୋନିଦୋରେ  ଅଟକ ରଖାଯାଇଛି। ସରକାରୀ ପାଣ୍ଠିକୁ ଆତ୍ମସାତ୍‍ କରିଥିବା ଅଭିଯୋଗରେ ଜେରାକୁ ଏଡ଼େଇବାପାଇଁ ଭାରତକୁ ପଳାଇ ଆସିବା ପରେ ତାଙ୍କୁ ଗିରଫ କରାଯାଇଥିଲା।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories