www.samajalive.in
Tuesday, December 9, 2025
17.1 C
Bhubaneswar

ବିକାଶ ନକ୍ସାକୁ ବିଶ୍ବବ୍ୟାଙ୍କ ଝଟ୍‌କା

ନୂଆଦିଲ୍ଲୀ: ଦେଶର ଅର୍ଥନୀତିର ସ୍ବାସ୍ଥ୍ୟ ଖରାପ ​ବୋଲି କିଛି ଦିନ ହେବ ଯାହା ଚର୍ଚ୍ଚା ହେଉଥିଲା ତାହା ସତରେ ପରିଣତ ହୋଇଛି। ବିଶ୍ବର ୫ମ ବୃହତ୍‌ ଅର୍ଥନୀତି ବିଶିଷ୍ଟ ରାଷ୍ଟ୍ରର ମାନ୍ୟତା ଲାଭ କରିଥିବା ଭାରତ ଏବେ ସେହି ମାନ୍ୟତା ହରାଇଛି। ଖରାପ ଆର୍ଥିକ ସ୍ଥିତି ଦେଶକୁ ଏହି ରାକିଙ୍ଗ୍‌ରେ ନିମ୍ନ ଆଡକୁ ଠେଲିଦେଇଛି।​‌ ବିଶ୍ବ ବ୍ୟାଙ୍କର ଏହି ନୂଆ ​ମୋଟ ଘରୋଇ ଉତ୍ପାଦ (ଜିଡିପି) ରାଙ୍କିଙ୍ଗ୍‌ରେ ବିଶ୍ୱର ୫ମ ବୃହତ ଅର୍ଥନୀତି ବିଶିଷ୍ଟ ରାଷ୍ଟ୍ର କୁହାଯାଉଥିବା ଭାରତ ଏବେ ସପ୍ତମ ସ୍ଥାନକୁ ଖସିଆସିଛି।
ବିଶ୍ବ ବ୍ୟାଙ୍କ ଜିଡିପି ରାଙ୍କିଙ୍ଗ୍‌ ୨୦୧୮ରେ ଆମେରିକା ଶୀର୍ଷରେ ରହିଛି। ବିଶ୍ବର ​ମୋଟ ଜିଡିପି ପରିମାଣ ୮୫.୮ ଟ୍ରିଲିୟନ୍‌ ଡଲାର। ୨୦୧୮ରେ ଆମେରିକାର ଜିଡିପି ୨୦.୫ ଟ୍ରିଲିୟନ୍‌ ଡଲାର ରହିଥିବା ଆକଳନ କରାଯାଇଛି, ଯାହାକି ବିଶ୍ବର ମୋଟ ଜିଡିପିର ୨୪%। ଚାଇନା ଦ୍ବିତୀୟ ସ୍ଥାନରେ ୧୩.୬ ଟ୍ରିଲିୟନ୍‌ ଡଲାରରେ ରହିଛି, ବିଶ୍ବ ଜିଡିପିର ଏହା ୧୬%।
ଅନ୍ୟପକ୍ଷରେ ତୃତୀୟ ସ୍ଥାନରେ ରହିଥିବା ଜାପାନର ଜିଡିପି ୫ ଟ୍ରିଲିୟନ୍‌ ଡଲାର ହୋଇଥିବା ରି​‌ପୋର୍ଟରେ କୁହାଯାଇଛି। ତେବେ ୨୦୧୮ରେ ବ୍ରିଟେନ ଅର୍ଥନୀତିର ଆକାର ୨.୮୩ ଟ୍ରିଲିୟନ୍‌ ଡଲାର ଏବଂ ଫ୍ରାନ୍ସ ଅର୍ଥନୀତିର ଆକାର ୨.୭୮ ଟ୍ରିଲିୟନ୍‌ ଡଲାର ରହିଛି। ଫଳରେ ଉଭୟ ବ୍ରିଟେନ ଏବଂ ଫ୍ରାନ୍ସ ୨୦୧୮ରେ ବୃହତ୍‌ ଅର୍ଥନୀତି ବିଶିଷ୍ଟ ରାଷ୍ଟ୍ରର ମାନ୍ୟତାରେ ଯଥାକ୍ରମେ ଚତୁର୍ଥ ଏବଂ ୫ମ ସ୍ଥାନରେ ରହିଛନ୍ତି। ତେବେ ଏହି ମାନ୍ୟତର ୭ମ ସ୍ଥାନକୁ ଖସିଆସିଥିବା ଭାରତୀୟ ଅର୍ଥନୀତିର ଆକାର ୨.୭୩ ଟ୍ରିଲିୟନ୍‌ ଡଲାର ରହିଛି।
ସୂଚନାନୁଯାୟୀ, ୨୦୧୭ରେ ଭାରତ ୨.୬୫ ଟ୍ରିଲିୟନ୍‌ ଡଲାରର ଅର୍ଥନୀତି ସହ ବ୍ରିଟେନ ଏବଂ ଫ୍ରାନ୍ସକୁ ଅତିକ୍ରମ କରି ୫ମ ବୃହତ୍‌ ଅର୍ଥନୀତି ବିଶିଷ୍ଟ ରାଷ୍ଟ୍ରର ମାନ୍ୟତା ହ୍ରାସଲ କରିଥିଲା। ସେତେ​‌​‌ବେ‌ଳେ ବ୍ରିଟେନ ଅର୍ଥନୀତିର ଆକାର ୨.୬୪ ଟ୍ରିଲିୟନ୍‌ ଡଲାର ଏବଂ ଫ୍ରାନ୍ସର ୨.୫ ଟ୍ରିଲିୟନ୍‌ ଡଲାର ରହିଥିଲା।​‌ ଅର୍ଥନୀତିଜ୍ଞଙ୍କ ମତରେ ଘରୋଇ ମୁଦ୍ରା ମୂଲ୍ୟରେ ହ୍ରାସ ଏବଂ ଅଭିବୃଦ୍ଧି ନିମ୍ନମୁଖୀ ହେବା ଏହାର ମୁଖ୍ୟ କାରଣ। ୨୦୨୪-୨୫ ସୁଦ୍ଧା ଭାରତ ହେବ ବିଶ୍ବର ୫ ଟ୍ରିଲିୟନ୍‌ ଡଲାରର ଅର୍ଥନୀତି। ଏ ନେଇ ଡିଣ୍ଡିମ ପିଟି ଯୋଜନା ପ୍ରସ୍ତୁତ କରୁଥିବା​‌ କେନ୍ଦ୍ର ସରକାରଙ୍କ ପାଇଁ ବିଶ୍ବ ବ୍ୟାଙ୍କର ଏହି ରିପୋର୍ଟ ବଡ ଧକ୍କା ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories