www.samajalive.in
Monday, December 8, 2025
27.1 C
Bhubaneswar

୮୩% ଢ଼େଲାଫିଙ୍ଗାଳି ପାଲଟିଛନ୍ତି ଆତଙ୍କବାଦୀ

ଶ୍ରୀନଗର: କାଶ୍ମୀର ଉପତ୍ୟକାରେ ସୁରକ୍ଷାକର୍ମୀଙ୍କ ଉପରକୁ ଢ଼େଲାପଥର ମାଡ଼ କରୁଥିବା ଯୁବକଙ୍କ ମଧ୍ୟରୁ ୮୩ପ୍ରତିଶତ ଆତଙ୍କବାଦୀ ପାଲଟିଯାଇଛନ୍ତି। ଅର୍ଥାତ୍‌ ଯେଉଁମାନେ ଏବେ ସୁରକ୍ଷାକର୍ମୀଙ୍କ ବିରୋଧରେ ଅସ୍ତ୍ର ଧରୁଛନ୍ତି ସେମାନଙ୍କ ମଧ୍ୟରୁ ୮୩%ଙ୍କ ବିରୋଧରେ ଢ଼େଲାମାଡ଼ ଅଭିଯୋଗ ରହିଛି। ସେହିମାନେ ହିଁ ଏବେ ସୁରକ୍ଷାକର୍ମୀଙ୍କ ବିରୋଧରେ ଢ଼େଲା ପରିବର୍ତ୍ତେ ଅସ୍ତ୍ର ଧରୁଛନ୍ତି ବୋଲି କହିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ କେ.ଜେ.ଏସ୍‌ ଧିଲୋଁ। ସେନା ପକ୍ଷରୁ ଆତଙ୍କବାଦ ଉପରେ କରାଯାଇଥିବା ବିସ୍ତୃତ ସର୍ଭେରୁ ଏହା ଜଣାପଡ଼ିଥିବା ସେ କହିଛନ୍ତି। ମାତ୍ର ୫୦୦ ଟଙ୍କା ବଦଳରେ ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଢ଼େଲା ଫିଙ୍ଗୁଥିଲେ ବୋଲି ସୂଚନା ଦେଇଛନ୍ତି ଧିଲୋଁ। ଏହି ପରିପ୍ରେକ୍ଷୀରେ ସେ କାଶ୍ମୀରର ମହିଳାମାନଙ୍କୁ ନିଜ ପିଲାଙ୍କୁ ଏଥିରୁ ବାରଣ କରିବା ପାଇଁ ନିବେଦନ କରିଛନ୍ତି। ‘ଆଜି ଯିଏ ୫୦୦ ଟଙ୍କା ପାଇଁ ଢ଼େଲା ଫିଙ୍ଗୁଛି କାଲି ସିଏ ଆତଙ୍କବାଦୀ ପାଲଟି ଯାଉଛି। ସେଥିରୁ ସେମାନଙ୍କୁ ମାଆମାନେ ନିବୃତ୍ତ କରାନ୍ତୁ’ ବୋଲି ଧିଲୋଁ ନିବେଦନ କରିଛନ୍ତି। ପାକିସ୍ତାନ କାଶ୍ମୀରରେ ନିଆଁ ଜଳାଇବାକୁ ଉଦ୍ୟମ କରୁଛି, ଏହି ନିଆଁରେ କାଶ୍ମୀରର ଯୁବକଯୁବତୀ ନିଜକୁ ଜାଳିପୋଡ଼ି ଧ୍ବଂସ କରିବେଦା ଅନୁଚିତ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଢ଼େଲାମାଡ଼କାରୀ ଉଦ୍‌ଭ୍ରାନ୍ତ ଯୁବକଙ୍କୁ ବିଭିନ୍ନ ମହଲରେ କ୍ଷମା ଦେବାକୁ ଆବେଦନ ନି​‌େ​‌ବଦନ କରାଯାଇଛି। ସେମାନେ କୌଣସି କାରଣରୁ ବିପଥଗାମୀ ହୋଇପଡ଼ିଥିବା ରାଜନୈତିକ ଦଳଗୁଡ଼ିକ ପକ୍ଷରୁ କୁହାଯାଉଛି। ଏହି ପରିପ୍ରେକ୍ଷୀରେ ମେହବୁବା ମୁଫତି ସରକାର ୨୦୧୮ ଫେବୃଆରୀରେ ୯୭୩୦ ଯୁବକ ଯୁବତୀଙ୍କ ଉପରୁ ଢ଼େଲାମାଡ଼ ଅଭିଯୋଗ ପ୍ରତ୍ୟାହାର ପାଇଁ ସୁପାରିସ କରାଯାଇଥିଲା।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories