ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପୁଲିସର ଡବଲ ଏନକାଉଣ୍ଟର। ଦୁଇ ଅପରାଧୀ ଡକାୟତି ଯୋଜନା କରୁଥିବାବେଳେ ପୁଲିସ ଏନକାଉଣ୍ଟରର ଶିକାର ହୋଇଛନ୍ତି। ବାଲିଅନ୍ତା ନିକଟ ଭଇଁଚୁଆରେ ଏହି ଏନକାଉଣ୍ଟର ଘଟିଛି। ଅପରାଧୀ ଦ୍ବୟ ହେଲେ ବିବେକ ନାୟକ ଏବଂ ଅରୁଣ ମଲ୍ଲିକ। ସେମାନଙ୍କୁ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ନାମରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଛି।
ଶୁକ୍ରବାର ରାତିରେ ସେମାନେ ଡକାୟତି ଯୋଜନା କରୁଥିବା ସୂଚନା ମିଳିବା ପରେ ପୁଲିସ ଚଢ଼ାଉ କରିଥିଲା। ପୁଲିସକୁ ଦେଖି ଅରୁଣ ଏବଂ ବିବେକ ପ୍ରଥମେ ଗୁଳି ଚଳାଇଥିଲେ। ଫଳରେ ପୁଲିସ ପାଲଟା ଜବାବ ଦେଇଥିଲା। ପୁଲିସ ଗୁଳିରେ ୨ଜଣ ଯାକ ଆହତ ହୋଇଥିଲେ।



