www.samajalive.in
Wednesday, December 10, 2025
26.1 C
Bhubaneswar

ଗିନି ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା କରିବେ କୋବିନ୍ଦ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗିନି ରାଜଧାନୀ କୋନାକ୍ରିରେ ପହଞ୍ଚିଛନ୍ତି। ତିନୋଟି ପଶ୍ଚିମ ଆଫ୍ରିକୀୟ ଦେଶ ବେନିନ୍‍, ଗାମ୍ବିଆ ଓ ଗିନିକୁ ତାଙ୍କ ଗସ୍ତର ଶେଷ ପର୍ଯ୍ୟାୟରେ ସେ ଯାଇ କୋନାକ୍ରିରେ ପହଞ୍ଚିଛନ୍ତି। ତାଙ୍କୁ ସେଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଗିନି ରାଷ୍ଟ୍ରପତି ଆଲ୍‍ଫା କୋଣ୍ଡେ ଏବଂ ସେଠାରେ ଥିବା ଭାରତୀୟ ଦୂତାବାସର କର୍ମକର୍ତ୍ତାମାନେ ରାଷ୍ଟ୍ରପତିଙ୍କୁ କୋନାକ୍ରି ଆନ୍ତର୍ଜାତିକ ବିମାନ ବନ୍ଦରରୁ ପାଛୋଟି ନେଇଥିଲେ। ଗିନି ପଶ୍ଚିମ ଆଫ୍ରିକାର ଦକ୍ଷିଣ-ପଶ୍ଚିମ ଭାଗରେ ଆଟ୍‍ଲାଣ୍ଟିକ୍‍ ମହାସାଗର କୂଳରେ ଅବସ୍ଥିତ। ଜଣେ ଭାରତୀୟ ରାଷ୍ଟ୍ରପତିଙ୍କର ଏହା ସେଠାକୁ ପ୍ରଥମ ଗସ୍ତ। ରାଷ୍ଟ୍ରପତି କୋବିନ୍ଦ ଗିନି ରାଷ୍ଟ୍ରପତି ଆଲ୍‍ଫା କୋଣ୍ଡେଙ୍କ ସହ ପ୍ରତିନିଧିମଣ୍ଡଳ ସ୍ତରୀୟ କଥାବାର୍ତ୍ତା କରିବେ।

ଏହି ସମୟରେ ବହୁ ରାଜିନାମା ଓ ବୁଝାମଣା ସ୍ମାରକପତ୍ର ସ୍ୱାକ୍ଷରିତ ହେବ। ରାଷ୍ଟ୍ରପତିଙ୍କୁ ସେଠାକାର ନ୍ୟାସ୍‍ନାଲ୍‍ ଅର୍ଡର ଅଫ୍‍ ମେରିଟ୍‍ ସମ୍ମାନରେ ଭୂଷିତ କରାଯିବ, ଯାହା ଗିନିର ସର୍ବୋଚ୍ଚ ସମ୍ମାନ ବୋଲି ବିବେଚନା କରାଯାଉଛି। ତାଙ୍କର ଗସ୍ତ ଶେଷ କରିବା ପୂର୍ବରୁ ରାଷ୍ଟ୍ରପତି କୋବିନ୍ଦ ଭାରତୀୟ ସମ୍ପ୍ରଦାୟର ଲୋକମାନଙ୍କଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories