www.samajalive.in
Monday, December 8, 2025
27.1 C
Bhubaneswar

ବନ୍ଧୁତାର ହୃଦୟସ୍ପର୍ଶୀ କାହାଣୀ

ବନ୍ଧୁତ୍ୱ ବ୍ୟକ୍ତି ପାଇଁ ପ୍ରେମ, ସ୍ନେହ ଓ ସମ୍ମାନର ଭାବନା। ଜୀବନ ବନ୍ଧୁ ବିନା ବ୍ୟର୍ଥ ଭଳି ମନେ ହୁଏ। ବନ୍ଧୁତ୍ୱ ବା ମିତ୍ରତା ଜୀବନର ସବୁଠାରୁ ମୂଲ୍ୟବାନ ଉପହାର ଅଟେ। ଯେଉଁମାନଙ୍କ ନିକଟରେ ପ୍ରକୃତ ବନ୍ଧୁ ଥାଆନ୍ତି, ସେମାନେ ଖୁବ ଭାଗ୍ୟଶାଳୀ। ବନ୍ଧୁ ମାନଙ୍କ କାରଣରୁ ଜୀବନରେ ମଧୁରତା ଭରିବା ସହ ଜୀବନ ସୁଖମୟ ଅନୁଭବ ହୋଇଥାଏ। ଏପରି ଏକ ହୃଦୟସ୍ପର୍ଶୀ କାହାଣୀ ବିଷୟରେ ଜାଣନ୍ତୁ….
ସମୟ ଚକ୍ରରେ ଦୁଇ ଯୁବକ ପରସ୍ପର ସହ ଭେଟ ହେଲେ। ଧିରେ ଧିରେ ସେମାନଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତ୍ୱ ହେଲା। ଉଭୟ ପରସ୍ପରଙ୍କ ଘରକୁ ଯିବା ଆସିବା କଲେ। ଏକଦା ଦୁଇ ବନ୍ଧୁକଙ୍କ ମଧ୍ୟରୁ ଜଣେ ବନ୍ଧୁଙ୍କ ଘରେ ବିବାହ ଉତ୍ସବ ଥିଲା। ସେ ନିଜର ବନ୍ଧୁକୁ ବିବାହକୁ ନିମନ୍ତ୍ରଣ କଲା। ବନ୍ଧୁ ମଧ୍ୟ ସେ ଯୁବକଙ୍କ ଘରକୁ ବିବାହ ଦିନ ଗଲା। ମାତ୍ର ସେହିଦିନ ବିବାହ ଉତ୍ସବ ଥିବା ଯୁବକ ବନ୍ଧୁର ସ୍ୱାସ୍ଥ୍ୟ ଅବସ୍ଥା ସଠିକ ନଥିବାରୁ ସେ ନିଜ ମିତ୍ର ପ୍ରତି ଆଶାଜନକ ବ୍ୟବହାର କରି ପାରିଲା ନାହିଁ। ଫଳରେ ବନ୍ଧୁ ଜଣକ ସେଠାରୁ ଅଳ୍ପ ରାଗ ଓ ଦୁଃଖରେ ନିଜ ଘରକୁ ଫେରି ଆସିଲେ। । ଏହାମଧ୍ୟରେ କିଛି ଦିନ ବିତିଯିବା ପରେ ସେ ହଠାତ ଚିନ୍ତା କଲା ମିତ୍ରର ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି ସେ ବିଷୟରେ ଚିଠି ଲେଖି ଜାଣିବା ପାଇଁ । ଏହା ଭାବି ସେ ନିଜ ସାଙ୍ଗ ନିକଟକୁ ପତ୍ରଟିଏ ଲେଖିଲା। ଅନ୍ୟ ବନ୍ଧୁଟି ପତ୍ର ପାଇବା ପରେ ସେ ମଧ୍ୟ ପତ୍ରଟିଏ ଲେଖିଲା ଯେ, ମିତ୍ର ବିବାହର ଉତ୍ସବ ସମୟରେ ତୁମ ପ୍ରତି ଅବହେଳା କରିଥିବାରୁ ମୁଁ ଦୁଃଖିତ। ମାତ୍ର ତୁମ ପତ୍ରରେ ମୋ ସ୍ୱାସ୍ଥ୍ୟ କଥା ଲେଖି ସେ ବିଷୟରେ ତୁମେ ଜାଣିବାକୁ ଇଚ୍ଛୁକ ଜାଣି ମୁଁ ଖୁସି ହେଲି ଓ ମନରେ ତୁମ ପାଇଁ ଯଥେଷ୍ଟ ସମ୍ମାନ ଓ ସ୍ନେହ ଭରିଯାଇଛି। ତୁମେ ପତ୍ର ପାଇବା ପରେ ନିଶ୍ଚୟ ଆସି ମତେ ସାକ୍ଷାତ କରିବ। ଆମେ ବିବାହ ଦିନ ଯେଉଁ ସମୟ ଖୁସିରେ ଅତିବାହିତ କରି ନାହୁଁ ଆମର ସାକ୍ଷାତ ହେବା ପରେ ହସଖୁସିରେ ପାଳନ କରିବା।

Hot this week

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

Related Articles

Popular Categories