www.samajalive.in
Wednesday, December 10, 2025
26.1 C
Bhubaneswar

ପକସୋ ବିଧେୟକଙ୍କୁ ମିଳିଲା ସଂସଦର ମଞ୍ଜୁରୀ

ନୂଆଦିଲ୍ଲୀ: ଆଜି ଲୋକସଭାରେ ଶିଶୁମାନଙ୍କ ପ୍ରତି ଯୌନ ଅପରାଧ ସଂରକ୍ଷଣ ସଂଶୋଧନ ବିଧେୟକ ୨୦୧୯ ଗୃହୀତ ହେବ ସହ ସଂସଦର ମଞ୍ଜୁରୀ ମିଳିଛି। ପୂର୍ବରୁ ଏହି ବିଧେୟକ ରାଜ୍ୟସଭାରେ ଗୃହୀତ ହୋଇଥିଲା। ବିଧେୟକରେ ଶିଶୁମାନଙ୍କ ସହିତ ଯୌନ ଅପରାଧୀକୁ ସର୍ବାଧିକ ମୃତ୍ୟୁଦଣ୍ଡ ଦିଆଯିବାର ବ୍ୟବସ୍ଥା ରହିଛି ଓ ମୃତ୍ୟୁଦଣ୍ଡ ସହିତ ଦଣ୍ଡାଦେଶର ସୀମା ବୃଦ୍ଧି କରିବା ଭଳି ବ୍ୟବସ୍ଥା ଥିବା ଜଣାପଡିଛି। ସେହିପରି ଛୋଟ ପିଲାଙ୍କ ଅଶ୍ଳୀଳ ଫିଲ୍ମ ତିଆରି କରିବା ଉପରେ କଟକଣା ପ୍ରଦର୍ଶନ ସ୍ୱରୂପ ୫ ବର୍ଷ ଯାଏଁ ଦଣ୍ଡ ବିଧାନ ଏବଂ ଜୋରିମାନା ବ୍ୟବସ୍ଥା ରହିଛି। ଅପରାଧ ପୁନରାବୃତ୍ତି ହେଲେ ଅଧିକ ଦୁଇ ବର୍ଷ ଦଣ୍ଡ ବିଧାନ ପାଇଁ ନୀତି ନିର୍ଦ୍ଧାରଣ କରାଯାଇଛି। ବିଶେଷ କରି ଛୋଟ ପିଲାମାନଙ୍କୁ ବ୍ୟବହାର କରି ଅଶ୍ଳୀଳ ଭିଡିଓ ସମ୍ପର୍କରେ ବିଧେୟକରେ ଉଲ୍ଲେଖ ରହିଛି।

ବିଧେୟକ ଉପରେ ଆଲୋଚନା ସମୟରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଥିଲେ, ଦେଶର ପ୍ରତ୍ୟେକ ଶିଶୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କ ଦାୟିତ୍ୱ। ସେ କହିଛନ୍ତି ଯେ ଏହା ଫଳରେ କମ ଦିନ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ ହୋଇପାରିବ। ଏହି ଆଇନ ଅଧୀନରେ ୧ ହଜାରରୁ ଅଧିକ ଫାଷ୍ଟ ଟ୍ରାକ କୋର୍ଟ ସ୍ଥାପନ ପାଇଁ ସରକାର ମଞ୍ଜୁରୀ ଦେଇଥିବା ସ୍ମୃତି କହିଛନ୍ତି ତେବେ ୧୮ ରାଜ୍ୟ ଏଭଳି ଫାଷ୍ଟ ଟ୍ରାକ କୋର୍ଟ ଗଠନ ପାଇଁ ରାଜି ହୋଇଥିବା ସେ କହିଛନ୍ତି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories