www.samajalive.in
Monday, December 8, 2025
13.1 C
Bhubaneswar

ପ୍ରଦୂଷଣର ମୁକାବିଲା ପାଇଁ ସେନା ପକ୍ଷରୁ ଇ-କାର ଚଳାଚଳ ଶୁଭାରମ୍ଭ

ନୂଆଦିଲ୍ଲୀ : ପରିବେଶ ସୁରକ୍ଷା ପାଇଁ ସରକାରଙ୍କ ସହ ହାତ ମିଳାଇଛି ଭାରତୀୟ ସେନା। ଏକ ପରିବେଶ ଅନୁକୂଳ ପଦକ୍ଷେପ ସ୍ୱରୂପ ନୂଆଦିଲ୍ଲୀରେ ସେନା ଅଧିକାରୀଙ୍କ ଉପଯୋଗ ଲାଗି ଇ-କାର (ବିଦ୍ୟୁତ ଚାଳିତ କାର) ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । ଶକ୍ତି ମନ୍ତ୍ରଣାଳୟ ଅଧୀନ ରାଷ୍ଟ୍ରାୟତ ଉଦ୍ୟୋଗ ଶକ୍ତି ଦକ୍ଷତା ସେବା ଲିଃ (ଇଇଏସଲ) ସହଭାଗୀତାରେ ଏହା ଆରମ୍ଭ କରାଯାଇଛି। ଦିଲ୍ଲୀରେ ସେନା ଅଧିକାରୀଙ୍କ ଉପଯୋଗ ଲାଗି ଇ-କାର ପ୍ରଚଳନ ନିମନ୍ତେ ବିଶ୍ୱ ପରିବେଶ ଦିବସ ଅବସରରେ ପରିକଳ୍ପନା କରାଯାଇଥିଲା। ପ୍ରଥମ ପର୍ୟ୍ୟାୟରେ ଆସିଥିବା ୧୦ଟି ଇ-କାରକୁ ଆଜି ଲେଫ୍ଟନାଂଟ ଜେନେରାଲ ଗୋପାଳ ଆର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପ୍ରଥମ ପର୍ୟ୍ୟାୟରେ ଏହାକୁ ପାଇଲଟ ପ୍ରକଳ୍ପ ଭାବେ ହାତକୁ ନିଆଯାଇଥିବା ବେଳେ ଏହା ସଫଳ ହେଲେ ଦିଲ୍ଲୀରେ ଇ-କାର ସଂଖ୍ୟା ବୃଦ୍ଧି କରାଯିବ, ଯାହା ସର୍ବନିମ୍ନ ଅଙ୍ଗାର ନିର୍ଗମନ, ମିତବ୍ୟୟିତା ଓ ଦକ୍ଷତା ସୁନିଶ୍ଚିତ କରିବ।
ପରିବେଶ ସୁରକ୍ଷା କ୍ଷେତ୍ରରେ ସେନା ସବୁବେଳେ ଆଗରେ ରହିଆସିଛି। ଭାରତୀୟ ସେନା ନିକଟରେ ସର୍ବାଧିକ ସଂଖ୍ୟକ ପ୍ରାଦେଶିକ ସେନା ବାଟାଲିଅନ (ଇକୋ) ରହିଛି। ଏହି ବାଟାଲିୟନ ପରିବେଶ ସୁରକ୍ଷା ଦିଗରେ ବନୀକରଣ ଭଳି ବ୍ୟାପକ କାର୍ୟ୍ୟ କରିଆସିଛି। ଭାରତୀୟ ସେନା କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ୟ୍ୟନ୍ତ ଉପାନ୍ତ ଏବଂ ପରିବେଶଗତ ସମ୍ବେଦନଶୀଳ କ୍ଷେତ୍ରରେ ପରିବେଶ ସନ୍ତୁଳନ ରକ୍ଷା କରିବା ଓ ପରିବେଶର ସୁରକ୍ଷା ପାଇଁ ସ୍ଥାନୀୟ ଲୋକଙ୍କ ସହିତ ମିଶି କାର୍ୟ୍ୟ କରିଆସୁଛି। ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏକ ବୃହତ ସମସ୍ୟା ଭାବେ ଉଭା ହୋଇଛି। ଏପରି ଏକ ସମସ୍ୟାର ମୁକାବିଲା ଲାଗି ସାରା ବିଶ୍ୱର ବିଭିନ୍ନ ଦେଶ ବହୁ ପରିମାଣରେ ଅର୍ଥ ବ୍ୟୟ କରୁଛନ୍ତି। ଅଙ୍ଗାରକାମ୍ଳ ଗ୍ୟାସ ହ୍ରାସ କରିବା ଦିଗରେ ବିଦ୍ୟୁତ ଚାଳିତ ବାହନ ପ୍ରଯୁକ୍ତି ଏକ ଉପଯୋଗୀ ବିକଳ୍ପ। ଟାଟା ମୋଟର୍ସ, ମହିନ୍ଦ୍ରା ଭଳି ଭାରତୀୟ କମ୍ପାନୀ ବିଦ୍ୟୁତ ଚାଳିତ କାର ଉତ୍ପାଦନ ଲାଗି ଗବେଷଣା ଓ ବିକାଶ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ବିଭିନ୍ନ ସରକାରୀ ସଂସ୍ଥାକୁ ଏପରି ବାହନ ଯୋଗାଇବା ଦିଗରେ ଇଇଏସଏଲ ପ୍ରମୁଖ ସହଯୋଗୀ ରହିଛି। ବିଦ୍ୟୁତ ଚାଳିତ ବାହନ ଉପଯୋଗ ଲାଗି ସେନାର ଏହି ପଦକ୍ଷେପ ଏହି ପ୍ରଯୁକ୍ତିର ବିକାଶରେ ସହାୟକ ହେବା ସହିତ ନିକଟ ଭବିଷ୍ୟତରେ ଜନସାଧାରଣ ଏହାକୁ ଗ୍ରହଣ କରିବା ଲାଗି ଅଧିକ ଅନୁପ୍ରାଣିତ ହେବେ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories