www.samajalive.in
Wednesday, December 10, 2025
26.1 C
Bhubaneswar

ପ୍ରତିଷ୍ଠା ହେବ ନୂତନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ‘କାବିଲ‘

-ନାଲକୋ, ଏଚସିଏଲ ଓ ଏମିସିଏଲର ସହଭାଗୀତାରେ ଗଠିତ ହେବ କାବିଲ

ନୂଆଦିଲ୍ଲୀ : ତିନୋଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ), ହିନ୍ଦୁସ୍ତାନ କପର ଲିମିଟେଡ (ଏଚସିଏଲ) ଓ ମିନେରାଲ ଏକ୍ସପ୍ଲୋରେସନ କମ୍ପାନୀ ଲିମିଟେଡ (ଏମିସିଏଲ)ର ସହଭାଗୀତାରେ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ (କାବିଲ) ନାମକ ଏକ ଯୌଥ ଉଦ୍ୟୋଗ ପ୍ରତିଷ୍ଠା କରାଯିବ। କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ  ପ୍ରହ୍ଲାଦ ଯୋଶୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ କାବିଲ ଗଠନ କରାଯିବାର ଉଦ୍ଦେଶ୍ୟ ହେଉଛି ଭାରତୀୟ ଘରୋଇ ବଜାରକୁ ଗୁରୁତ୍ୱପୂର୍ଣ୍ଣ ଏବଂ ମୂଲ୍ୟବାନ ଖଣିଜ ଦ୍ରବ୍ୟର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା। କାବିଲ ଦେଶର ଖଣିଜ ନିରାପତା ସୁନିଶ୍ଚିତ କରିବା ସହିତ ରପ୍ତାନି ଉପରେ ନିର୍ଭରଶୀଳତା ହ୍ରାସ କରିବା ଲକ୍ଷ୍ୟକୁ ବାସ୍ତବ ରୂପ ଦେବ ବୋଲି ସେ କହିଥିଲେ। ପରିବହନ ଏବଂ ଉତ୍ପାଦନ କ୍ଷେତ୍ର ପାଇଁ ଖଣି ଏବଂ ଧାତବ ସାମଗ୍ରୀର ସ୍ଥାୟୀ ଉତ୍ସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
୨୦୧୫ରେ ପ୍ୟାରିସ ଠାରେ ଅନୁଷ୍ଠିତ ମିଳିତ ଜାତିସଂଘ ଜଳବାୟୁ ପରିବର୍ତନ ସମ୍ମେଳନରେ ଗ୍ରୀନହାଉସ ଗ୍ୟାସ ନିର୍ଗମନ ହ୍ରାସ କରିବା ଏବଂ ପରିବହନର ଏକ ସବୁଜ ମାଧ୍ୟମ ଗ୍ରହଣ କରିବା ଲାଗି ଭାରତ ଶପଥ ନେଇଥିଲା। ଏହା ଉଲ୍ଲେଖ କରି ମନ୍ତ୍ରୀ କହିଥିଲେ ଯେ ବୈଦ୍ୟୁତିକ ବାହନ ଚଳାଚଳ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରୁଛନ୍ତି।
ତେଣୁ ବ୍ୟାଟେରୀ ମାଧ୍ୟମରେ ଇନ୍ଧନ ସଂଚୟ ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଯୋଶୀ କହିଥିଲେ।  ବିମାନ ଚଳାଚଳ, ପ୍ରତିରକ୍ଷା ଏବଂ ମହକାଶ ଗବେଷଣା କ୍ଷେତ୍ରରେ କମ୍ ଓଜନ ବିଶିଷ୍ଟ ଓ ଉଚ୍ଚ ଯାନ୍ତ୍ରିକ ଦୃଢ଼ତା ଥିବା ଖଣିଜ ଦ୍ରବ୍ୟର ଆବଶ୍ୟକତା ପଡ଼ିବ। ସ୍ୱଳ୍ପ ସମ୍ପଦ ଆଧାର ରହିଥିବା ୧୨ଟି ମୂଲ୍ୟବାନ ଖଣିଜ ଦ୍ରବ୍ୟ ମଧ୍ୟରୁ ଲିଥିୟମ, କୋବାଲ୍ଟ ହେଉଛି ଗୁରୁତ୍ୱପୂର୍ଣ୍ଣ। ଭାରତରେ ମୂଲ୍ୟବାନ ଖଣିଜ ଦ୍ରବ୍ୟର ଆବଶ୍ୟକତା ପୂରଣ କରିବା ଏବଂ ବାଣିଜ୍ୟିକ ଉପଯୋଗ ଲାଗି ବିଦେଶରେ ଏସବୁ ଖଣିଜ ଦ୍ରବ୍ୟ ଠାବ କରିବା, ଅଧିଗ୍ରହଣ, ଉତ୍ତୋଳନ, ବିକାଶ, ଖନନ ଓ ପ୍ରକ୍ରିୟାକରଣ କରିବା ଲାଗି କାବିଲ କାର୍ଯ୍ୟ କରିବ। ଖଣିଜ ସମ୍ପଦ ଉତ୍ସ ଥିବା ଦେଶରେ ବାଣିଜ୍ୟିକ ସୁଯୋଗ, ଜିଟୁଜି ସହଭାଗୀତା କିମ୍ବା ଖଣିଜ ଦ୍ରବ୍ୟର ଉତ୍ତୋଳନ ଖଣିଜ ସମ୍ପତ୍ତିରେ ରଣନୈତିକ ଅଧିଗ୍ରହଣ ତଥା ନିବେଶ ଜରିଆରେ ଏସବୁ ଖଣିଜ ଦ୍ରବ୍ୟ ଓ ଧାତୁ ସଂଗ୍ରହ କରାଯିବ। ଅଷ୍ଟ୍ରେଲିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକା ଆଦି ଖଣି ସମୃଦ୍ଧ ରାଷ୍ଟ୍ର ସହ ସହଭାଗୀତା ସ୍ଥାପନ କରିବାରେ ଏହି ନୂଆ କମ୍ପାନୀ ସହାୟକ ହେବ। ଏସବୁ ଦେଶରେ ଉତ୍ତୋଳନ ଏବଂ ଖଣିଜ ପ୍ରକ୍ରିୟାକରଣରେ ଭାରତୀୟ ବିଶେଷଜ୍ଞତା ଆପୋସ ଲାଭ ପ୍ରଦାନ କରିବା ସହିତ ନୂତନ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିବ।

ଏହି କମ୍ପାନୀରେ ନାଲକୋ, ଏଚସିଏଲ ଏବଂ ଏମଇସିଏଲର ଇକ୍ୟୁଟି ସହଭାଗୀତା ଅନୁପାତ ୪୦:୩୦:୩୦ ରହିବ। ଖଣି, କୋଇଲା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ  ପ୍ରହ୍ଲାଦ ଯୋଶୀ, ଖଣି ସଚିବ ଅନୀଲ ମୁକିମ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ଯୌଥ ଉଦ୍ୟୋଗର ରାଜିନାମା ସ୍ୱାକ୍ଷରିତ ହୋଇଥିଲା।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories