ନିଆଁରେ ପୋଡି ହୋଇ ସ୍ୱାମୀ-ସ୍ତ୍ରୀ ଗୁରୁତର
ମାଲକାନଗିରି : ମାଲକାନଗିରି ଜିଲା ଏମ୍ପିଭି୪୨ ଗ୍ରାମରେ ଗ୍ୟାସ ଲିକ ଯୋଗୁଁ ନିଆଁରେ ପୋଡି ହୋଇ ସ୍ୱାମୀ ସ୍ତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ବୁଧବାର ସକାଳୁ ଏମ୍ପିଭି୪୨ ଗ୍ରାମର ପାପୀୟା ମଣ୍ଡଳ ନିଜ ଘରେ ରୋଷେଇ କରିବା ପାଇଁ ଗ୍ୟାସ ଲଗାଇବା ବେଳେ ହଠାତ୍ ଗ୍ୟାସ ଲିକ ଯୋଗୁଁ ନିଆଁ ଲାଗି ଯାଇଥିଲା । ନିଆରେ ପାପିଆ ଫସି ରହିଥିବା ଦେଖି ତାଙ୍କୁ ସ୍ୱମୀ ପ୍ରତାପ ମଣ୍ଡଳ ଉଦ୍ଧାର କରିବାକୁ ଯାଇ ନିଜେ ମଧ୍ୟ ଗୁରୁତର ହୋଇଛନ୍ତି । ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କୁ ମାଲକାନଗିରି ମେଡିକାଲରେ ଭର୍ତ୍ତି କରାଯାଇଛି ।
Comments are closed.