www.samajalive.in
Monday, December 8, 2025
24.1 C
Bhubaneswar

କଟକଣାକୁ ବେଖାତିର, ଉତ୍ତର କୋରିଆ ଦ୍ୱାରା ୨ ବାଲାଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣ

ସିଓଲ : ମିଳିତ ଜାତିସଂଘ ଓ ଆମେରିକାର ସମସ୍ତ କଟକଣାକୁ ବେଖାତିର କରି ଉତ୍ତର କୋରିଆ ବୁଧବାର ଦୁଇଟି ବାଲାଷ୍ଟିକ କ୍ଷେପଣାସ୍ତ୍ର ଏବଂ କେତେକ ଅଜ୍ଞାତ ଅସ୍ତ୍ରର ପରୀକ୍ଷା କରିଛି। ଦକ୍ଷିଣ କୋରିଆର ସେନା ମୁଖ୍ୟ ଏହି ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ଉତ୍ତର କୋରିଆ ପୂର୍ବତଟରୁ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ର ଦ୍ୱୟ ୨୫୦ କିଲୋମିଟର ଦୂର ଯାଇ ପ୍ରଶାନ୍ତ ମହାସାଗରରେ ପଡିଥିଲେ। ଅସ୍ତ୍ରର ବାରମ୍ବାର ପରୀକ୍ଷଣ ଦ୍ୱରା କୋରିଆ ଉପଦ୍ୱୀପରେ ଉତ୍ତେଜନା ବୃଦ୍ଧି ପାଇବ। ଏଭଳି ଗତିବିଧି ବନ୍ଦ କରିବାକୁ ଆମେ ଉତ୍ତର କୋରିଆକୁ ଅନୁରୋଧ କରୁଛୁ।
ଦକ୍ଷିଣ କୋରିଆ ଅନୁସାରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଅଧିକାରୀମାନେ ବୁଧବାର କେତେକ ଅଜ୍ଞାତ ଅସ୍ତ୍ରର ପରୀକ୍ଷଣ କରିଛନ୍ତି। ଆମେରିକା, ଦକ୍ଷିଣ କୋରିଆ ଏବଂ ମିଳିତ ଜାତିସଂଘର ମିଳିତ ସମରାଭ୍ୟାାସ ଯୋଜନାକୁ ଚେତବାନୀ ଦେବା ପାଇଁ ଉତ୍ତର କୋରିଆ ଏହି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି। ଅସ୍ତ୍ର ପରୀକ୍ଷଣ ନେଇ ଉତ୍ତର କୋରିଆ ପଟୁ କୌଣସି ବୟାନ ଆସିନାହିଁ।
ପ୍ରକାଶ ଯେ ମିଳିତ ଜାତିସଂଘର ସୁରକ୍ଷା ପରିଷଦ ଉତ୍ତର କୋରିଆର ବାଲାଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣ ଉପରେ ପ୍ରତିବନ୍ଧକ ଳଗାଇଛି। ପରମାଣୁ ଏବଂ କ୍ଷେପଣାସ୍ତ୍ର ବିକାଶ କାର୍ଯ୍ୟକ୍ରମ ବନ୍ଦ କରିବାକୁ ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜୋଙ୍ଗ ଉନଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର କହିଆସୁଛନ୍ତି। ଏନେଇ ଉଭୟଙ୍କ ମଧ୍ୟରେ ୩ଥର ବୈଠକ ହୋଇଛି। ସମାଧାନର ପନ୍ଥା ବାହାର କରିବାକୁ ଦୁଇ ଦେଶ ମଧ୍ୟରେ କୂଟନୈତିକ ପ୍ରୟାସ ଜାରି ରହିଛି। ଗତ ଜୁନ ମାସରେ ଉତ୍ତର କୋରିଆ ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବାକୁ ସହମତି ପ୍ରକାଶ କରିଥିଲା। ମାତ୍ର ସମସ୍ତ କଟକଣାକୁ ବେଖାତିର କରି ଉତ୍ତର କୋରିଆ ଗତ ୧୦ ଦିନ ମଧ୍ୟରେ ୪ଟି ବାଲାଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories