ମାଲକାନଗିରି : ଲଗାତର ବର୍ଷା ଫଳରେ ମାଲାକାନଗିରି ଜିଲାରେ ପ୍ରବାହିତ ନଦୀ ଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୩ଟି ସ୍ଥାନରେ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଖବର ମିଳିଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ସର୍ବାଧିକ ୯୪୩ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଥିାବା ବେଳେ କୋଲାବ ନଦୀ ବନ୍ୟା ଜଳ ବୃଦ୍ଧି ପାଇବା ଫଳରେ ମାଥିଲି ବ୍ଲକ ଅନ୍ତର୍ଗତ କାଙ୍ଗୁରୁକୋଣ୍ଡା ଗାଁ ଜଳମଗ୍ନ ହୋଇଛି। ଓଡ଼୍ରାଏଫ ପକ୍ଷରୁ ସମ୍ପୃକ୍ତ ଗ୍ରାମବାସୀ ମାନଙ୍କୁ ନିକଟସ୍ଥ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି।
Popular Categories



