bjd gruha runa

ମାଓ କ୍ୟାମ୍ପରେ ପୁଲିସର ଆକ୍ରମଣ, ଦୁଇ ମାଓବାଦୀଙ୍କ ମୃତ୍ୟୁ ଓ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

BJD Bijuli 480×75 Mob

ମାଲକାନଗିରି : ସୁକ୍‍ମା ଜିଲା ନକ୍ସଲ ପ୍ରଭାବିତ କୋଣ୍ଟା ଥାନା ଅନ୍ତର୍ଗତ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଏକ ଅସ୍ଥାୟୀ ମାଓ କ୍ୟାମ୍ପ ଉପରେ ସୋମବାର ପୁଲିସ ଆକ୍ରମଣ କରିଛି। ଆକ୍ରମଣରେ ଦୁଇ ମାଓବାଦୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହେବା ସହ ସେଠାରୁ ଗ୍ରେନେଡ଼ ଲଞ୍ଚର ସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି। ସୂଚନା ଅନୁଯାୟୀ, ପୁଲିସ ସୂଚନାଦାତାଙ୍କ ସୂଚନା ଆଧାରରେ ଆଜି ସୁକ୍‍ମା ଜିଲା ଡ଼ିଆରଜି ଯବାନଙ୍କ ଏକ ଟିମ କୋଣ୍ଟ ଥାନା ଅଧିକାରୀଙ୍କ ନେତୃତ୍ୱରେ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ଅସ୍ଥାୟୀ ମାଓ କ୍ୟାମ୍ପ ଉପରେ ଡ଼ିଆରଜି ଯବାନଙ୍କ ଆକ୍ରମଣରେ ଦୁଇ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରୁ ଏକ ଗ୍ରେନେଡ଼ ଲଞ୍ଚର ସମେତ ବିପୁଳ ପରିମାଣରେ ମାଓ ବ୍ୟବହୃତ ସାମଗ୍ରୀ ଜବତ କରିଥିବା ସୂଚନା ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ସଲଭ ସିଂନହା ସୂଚନା ଦେଇଥିଲେ।

Comments are closed.