www.samajalive.in
Monday, December 8, 2025
27.1 C
Bhubaneswar

ଦ୍ବିତୀୟ ପାଳିର ଦ୍ବିତୀୟ ‘ମନ କି ବାତ’ କାର୍ଯ୍ୟକ୍ରମ; ଚନ୍ଦ୍ରଯାନ-୨ର ଅବତରଣର ସାକ୍ଷୀ ହେବାକୁ ମୋଦୀଙ୍କ ଆହ୍ବନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବିତୀୟ ପାଳିର ଦ୍ବିତୀୟ ‘ମନ କି ବାତ’ କାର୍ଯ୍ୟକ୍ରମ ରବିବାର ପ୍ରସାରଣ ହୋଇଛି । ଏଥିରେ ଜଳ ସଂରକ୍ଷଣ ଠାରୁ ଆରମ୍ଭ କରି କାଶ୍ମୀର ପର୍ଯ୍ୟନ୍ତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ପର୍ବ-ପର୍ବାଣିରେ ହେବାକୁ ଥିବା ମେଳାରେ ଜଳ ସଂରକ୍ଷଣକୁ ନେଇ ସଚେତନତା କାଯ୍ୟକ୍ରମ କରିବାକୁ ଏହି ‘ମନ କି ବାତ’ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଧାରଣ ଜନତାଙ୍କୁ ସମ୍ବୋଧିତ କରି କହିଛନ୍ତି । ​‌ମାସ୍କୋରେ ଆୟୋଜିତ ହୋଇଥିବା ‘ୱାଲର୍ଡ ଚିଲଡ୍ରେନ୍ସ ୱିନର ଗେମ୍ସ’ ରେ ପଦକ ଜିତିଥିବା ଭାରତୀୟ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ସହ ଚନ୍ଦ୍ରଯାନ-୨ର ସଫଳ ପରୀକ୍ଷଣକୁ ନେଇ ଭାରତୀୟ ବୈଜ୍ଞାନିକଙ୍କୁ ଅଭିବାଦନ ଜଣାଇବା ସହ ସ୍କୁଲ ଛାତ୍ରଛାତ୍ରଙ୍କ ପାଇଁ ଏକ କୁଇଜ୍‌ ପ୍ରତିଯୋଗିତା ହେବ ବୋଲି ଘୋଷଣା କରିଛନ୍ତି । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି। ଏଥିରେ ବିଜୟ ଲାଭ କରିଥିବା ପ୍ରତିଯୋଗୀକୁ ସେପ୍ଟମ୍ବର ୭ରେ ଶ୍ରୀହରିକୋଟାରେ ଚନ୍ଦ୍ରଯାନ-୨ର ଅବତରଣ ସମୟର ସାକ୍ଷୀ ହେବାର ସୁଯୋଗ ମିଳିବ ।

ମୋଦୀ ଆହୁରି କହିଛନ୍ତି ଯେ, ଜଳ ନୀତି ପ୍ରସ୍ତୁତ କରିବାରେ ମେଘାଳୟ ହେଉଛି ଦେଶର ପ୍ରଥମ ରାଜ୍ୟ । ଏଥିପାଇଁ ସ୍ଥାନୀୟ ସରକାରଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଏହା ସହ ଜଳ ଯୋଗାଇ କୃଷକମାନଙ୍କୁ ସାହାଯ୍ୟ କରିଥିବା ହରିୟାଣା ସରକାରଙ୍କୁ ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ଜଳ ସଂରକ୍ଷଣ ପାଇଁ ପଦକ୍ଷେପ ନେଇଥିବା କାରଣରୁ ପ୍ରଧାମନ୍ତ୍ରୀ ମୋଦୀ ଝାଡ଼ଖଣ୍ଡକୁ ମଧ୍ୟ ଶୁଭେଚ୍ଛା ଜଣାଇଛି ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories