ବଡ଼ ଖବର :
# କାଉଡ଼ିଆ ଯାତ୍ରାକୁ ନେଇ ଆତଙ୍କବାଦୀ ସଂଗଠନ ଇଣ୍ଡିଆନ ମୁଜାହିଦ୍ଦିନ (ଆଇଏମ) ଧମକ, କାଉଡ଼ିଆମାନେ ଉତ୍ତର ପ୍ରଦେଶର ମୁସଲିମ ବହୁଳ ଅଞ୍ଚଳ ଦେଇ ଗଲେ ବରେଲି ସହରସ୍ଥିତ ରେଳ ଷ୍ଟେସନକୁ ବୋମା ଖଞ୍ଜି ଉଡ଼ାଇ ଦିଆଯିବ।
# ‘ମମତା ବାନାର୍ଜୀ ଜିନ୍ଦାବାଦ’ ନ କହିବାରୁ ପ୍ରାଧ୍ୟାପକଙ୍କୁ ମାଡ଼
# ୨୦୧୪ ଏପ୍ରିଲରୁ ଚଳିତ ବର୍ଷ ମେ ମାସ ମଧ୍ୟରେ ବାମପନ୍ଥୀ ଉଗ୍ରବାଦ ଜନିତ ହିଂସାକାଣ୍ଡ ଶତକଡ଼ା ୪୩ ଭାଗ ହ୍ରାସ ପାଇଛି।
# ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଆଜୀବନ ଜେଲଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନ ୩୦ ଦିନ ପାରୋଲରେ ଜେଲରୁ ବାହାରିଛନ୍ତି।
# ଶିବସେନାରେ ଯୋଗ ଦେଲେ ଏନସିପି ନେତା ତଥା ପୂର୍ବତନ ମନ୍ତ୍ରୀ ସଚିନ ଆହିର
#ଯୌନ ନିର୍ଯାତନାରୁ ଶିଶୁମାନଙ୍କୁ ସୁରକ୍ଷା ପ୍ରଦାନ ସଂଶୋଧନ ବିଲ୍ ୨୦୧୯ ରାଜ୍ୟସଭାର ଅନୁମୋଦନ ଲାଭ କରିଛି।
ଶିଶୁମାନଙ୍କ ଉପରେ ଯୌନ ନିର୍ଯାତନା ପାଇଁ ଏହି ବିଲରେ ଦଣ୍ଡମିଆଦ ବୃଦ୍ଧି ସହିତ ମୃତ୍ୟୁ ଦଣ୍ଡର ମଧ୍ୟ ବ୍ୟବସ୍ଥା ରହିଛି।
#ମଧ୍ୟପ୍ରଦେଶରେ ବିଜେପିର ଆଉ ୪ ବିଧାୟକ ଖୁବଶୀଘ୍ର କଂଗ୍ରେସରେ ଯୋଗଦେବେ
ଆଞ୍ଚଳିକ :
# ବରଗଡ଼ରେ ଚାଷୀ ଆତ୍ମହତ୍ୟା ଅଭିଯୋଗ
# କଳାହାଣ୍ଡି ଜିଲାର ଭବାନୀପାଟଣା ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ମୃତ ବ୍ୟକ୍ତିକୁ ବଞ୍ଚାଇବା ପାଇଁ ଝଡ଼ାଫୁଙ୍କା, ଡାକ୍ତର ମୃତ ଘୋଷଣା କରିବା ପରେ ପରିବାର ଲୋକେ ଗୁଣି ଗାରେଡ଼ିର ସାହାଯ୍ୟ ନେଇ ମୃତକଙ୍କୁ ବଞ୍ଚାଇବା ପାଇଁ ଅପଚେଷ୍ଟା କରାଯାଇଛି।
# କେନ୍ଦୁଝର ଜିଲା ଘଟଗାଁ ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ଢେଙ୍କିକୋଟ ଓଭରବ୍ରିଜ ଉପରେ ଗୁରୁବାର ଏକ ଟ୍ରକ ସହ କାରର ମୁହାଁମୁହିଁ ଧକ୍କା ଫଳରେ ୪ଜଣ ଆହତ ଓ ୨ଜଣ ଗୁରୁତର
ଜାତୀୟ :
# ‘ମମତା ବାନାର୍ଜୀ ଜିନ୍ଦାବାଦ’ କହିବାକୁ ମନା କରିବାରୁ ପଶ୍ଚିମବଙ୍ଗ ହୁଗୁଳି ଜିଲାସ୍ଥିତ ଏକ କଲେଜର ପ୍ରଧ୍ୟାପକଙ୍କୁ ତୃଣମୂଳ କଂଗ୍ରେସ ଛାତ୍ର ପରିଷଦ (ଟିଏମସିପି)ର ସମର୍ଥକମାନେ ନିର୍ଧୁମ ପିଟିଥିବା ଅଭିଯୋଗ ହୋଇଛି। କେତେକ କଲେଜ ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ପ୍ରଧ୍ୟାପକ ଜଣଙ୍କ ଟିଏମସି କର୍ମୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି।
# ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଆଜୀବନ ଜେଲଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନ ଝିଅର ବିବାହ ପାଇଁ ୩୦ ଦିନ ପାରୋଲରେ ଜେଲରୁ ବାହାରିଛନ୍ତି। ନଳିନୀ ୬ମାସ ପାଇଁ ପାରୋଲରେ ଯିବାକୁ ଆବେଦନ କରିଥିଲେ ତେବେ ମାଡ୍ରାସ ହାଇକୋର୍ଟ ତାଙ୍କୁ ୩୦ ଦିନ ପାଇଁ ପାରୋଲରେ ଯିବାକୁ ଅନୁମତି ଦେଇଛନ୍ତି।
# ମହାରାଷ୍ଟ୍ରରେ ଏନସିପିକୁ ବଡ଼ ଝଟକା ଲାଗିଛି,ଏନସିପି ନେତା ତଥା ପୂର୍ବତନ ମନ୍ତ୍ରୀ ସଚିନ ଆହିର ଦଳ ତ୍ୟାଗ କରି ଆନୁଷ୍ଠାନିକ ଭାବେ ଶିବସେନାରେ ଯୋଗଦେଇଛନ୍ତି।
# ମଧ୍ୟପ୍ରଦେଶରେ ବିଜେପିର ଆଉ ୪ ବିଧାୟକ ଖୁବଶୀଘ୍ର କଂଗ୍ରେସରେ ଯୋଗଦେବେ ବୋଲି କମଳନାଥଙ୍କ ସରକାରରେ ମନ୍ତ୍ରୀ ପାହ୍ୟା ମାନ୍ୟତା ପ୍ରାପ୍ତ କମ୍ପ୍ୟୁଟର ବାବା ଗୁରୁବାର ଦାବି କରିଛନ୍ତି ଯେ । ଖୁବ ଶୀଘ୍ର ସେ ୪ ବିଧାୟକଙ୍କୁ ସର୍ବସମ୍ମୁଖକୁ ଆଣିବେ ବୋଲି କହିଛନ୍ତି।
# ମହାରାଷ୍ଟ୍ର ସରକାର ବିଭିନ୍ନ ଦୋକାନ ଓ ପ୍ରତିଷ୍ଠାନରେ କାର୍ୟ୍ୟରତ ଶ୍ରମିକମାନଙ୍କର ସର୍ବନିମ୍ନ ମଜୁରିକୁ ଦୁଇଗୁଣା କରିଛନ୍ତି।
# ବ୍ୟାଙ୍କକରେ ଚାଲିଥିବା ଥାଇଲାଣ୍ଡ ଆନ୍ତର୍ଜାତିକ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ନିଖତ ଜରିନ୍ ଓ ଦୀପକ ସିଂହଙ୍କ ସମେତ ୬ଜଣ ଭାରତୀୟ ମୁଷ୍ଟିଯୋଦ୍ଧା ସେମିଫାଇନାରେ ପ୍ରବେଶ କରିଛନ୍ତି।
ଆନ୍ତର୍ଜାତୀୟ :
# କାବୁଲରେ ଆତ୍ମଘାତୀ ବିସ୍ଫୋରଣରେ ୫ଜଣଙ୍କର ମୃତ୍ୟୁ
# ଶ୍ରୀଲଙ୍କା ନୌସେନା ୪ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି



