www.samajalive.in
Monday, December 8, 2025
27.1 C
Bhubaneswar

ପଞ୍ଚ ତାରକା ହୋଟେଲ୍‌ରେ ଦୁଇଟି କଦଳୀ ପାଇଁ ୪୪୨ଟଙ୍କା ଦେଲେ ରାହୁଲ୍‌ ବୋଷ୍‌,ଘଟଣାର ତଦନ୍ତ ନିର୍ଦେଶ

ଚଣ୍ଡୀଗଡ .- ଏକ ପଞ୍ଚତାରକା ହୋଟେଲରେ ଅଭିନେତା ରାହୁଲ ବୋଷ୍‌ଙ୍କୁ ଦୁଇଟି ପାଚିଲା କଦଳୀ ପାଇଁ ୪୪୨ ଟଙ୍କା ୫୦ ପଇସା ନିଆଯାଇଛି । କେବଳ ସେତିକି ନୁହେଁ ତାଜା ଫଳ ଓ ପନିପରିବା ଉପରେ ଜିଏସ୍‌ଟି ନିଆଯାଉ ନଥିବା ବେଳେ ବିଲ୍‌ରେ ଜିଏସ୍‌ଟି ବିଷୟରେ ଉଲ୍ଲେଖ କରାଯାଇଛି । ଅଭିନେତା ରାହୁଲ୍‌ ବୋଷ। ନିଜ ଟ୍ୱିଟର ଆକାଉଣ୍ଟରେ ଏ ବିଷୟରେ ପୋଷ୍ଟ କରିଛନ୍ତି ।

ଚଣ୍ଡୀଗଡରେ ଥିବା ପଞ୍ଚତାରକା ହୋଟେଲ୍‌ ଜେଡବ୍ଲୁ ମାରିଓ୍ୱେଟ୍‌ରେ ରାହୁଲ୍‌ ବୋଷ ରହିଥିଲେ । ସେ ବ୍ୟାୟାମଶାଳାରେ ବ୍ୟାୟାମ କରିବା ସମୟରେ ଦୁଇଟି ପାଚିଲା କଦଳୀ ପାଇଁ ବରାଦ ଦେଇଥିଲେ। । ଦୁଇଟି ପାଚିଲା କଦଳୀ ପାଇଁ ତାଙ୍କୁ ୪୪୨ ଟଙ୍କା ଦେବାକୁ ପଡିଥିଲା । କେବଳ ସେତିକି ନୁହେଁ ବିଲ୍‌ରେ ଷ୍ଟେଟ୍‌ ଜିଏସ୍‌ଟି ଓ ସେଣ୍ଟ୍ରାଲ୍‌ ଜିଏସ୍‌ଟି ବିଷୟରେ ଉଲ୍ଲେଖ ଥିଲା ।

- Advertisement -

ଟ୍ୱିଟରରେ ଏହା ଉଲ୍ଲେଖ କରିବା ପରେ ଅନେକ ଲୋକ ଏହାକୁ ସେୟାର କରିଥିଲେ । ଟ୍ୱିଟର ପୋଷ୍ଟଟି ଭାଇରାଲ୍‌ ହୋଇଥିଲା । କେତେକ ଟ୍ୱିଟର ବ୍ୟବହାରକାରୀ ତାଙ୍କୁ ହୋଟେଲ୍‌ରେ ଏହି ପ୍ରସଙ୍ଗର ସମାଧାନ କରିବାକୁ ପରାମର୍ଶ ଦେଇଥିବା ବେଳେ , କେତେଜଣ ଗୋଟିଏ କୋଠରୀ ପାଇଁ ହଜାର ହଜାର ଟଙ୍କା ଦେଇଥିବା ବେଳେ କଦଳୀ ପାଇଁ ଏତିକି ଟଙ୍କା କଅଣ ବେଶୀ ହଇଗଲା ବୋଲି ପ୍ରଶ୍ନ କରିଛନ୍ତି ।

ଚଣ୍ଡୀଗଡ ଏକ୍ସସାଇଜ୍‌ ଓ ଟ୍ୟାକ୍ସେସନର ଉପ କମିଶନର ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି ।ତାଜା ଫଳ ଓ ପନିପରିବା ଉପରେ ଜିଏସ୍‌ଟି ଲାଗୁ କରାଯାଇ ନଥିବା ବେଳେ ହୋଟେଲ୍‌ରେ କେଉଁ ପରିସ୍ଥିତିରେ ଜିଏସ୍‌ଟି ଆଦାୟ କରାଗଲା ସେ ବିଷୟରେ ତଦନ୍ତ ହେବ । ଏଥିରେ କୌଣସି ବ୍ୟତିକ୍ରମ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପ କମିଶନର୍‌ ମନଦୀପ୍‌ ସିଂ ବାର୍‌ଆର ସୂଚନା ଦେଇଛନ୍ତି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories