www.samajalive.in
Monday, December 8, 2025
20.1 C
Bhubaneswar

କମ୍ପ୍ୟୁଟର ବାବାଙ୍କ ଦାବି: କଂଗ୍ରେସରେ ଯୋଗଦେବେ ମଧ୍ୟପ୍ରଦେଶର ଆଉ ୪ ବିଜେପି ବିଧାୟକ

ଭୋପାଳ : କମଳନାଥଙ୍କ ସରକାରରେ ମନ୍ତ୍ରୀ ପାହ୍ୟା ମାନ୍ୟତା ପ୍ରାପ୍ତ କମ୍ପ୍ୟୁଟର ବାବା ଗୁରୁବାର ଦାବି କରିଛନ୍ତି ଯେ ମଧ୍ୟପ୍ରଦେଶ ବିଜେପିର ଆଉ ୪ ବିଧାୟକ ଖୁବଶୀଘ୍ର କଂଗ୍ରେସରେ ଯୋଗଦେବେ।
କମଳନାଥ କହବା ମାତ୍ରେ ସେ ୪ ବିଧାୟକଙ୍କୁ ସର୍ବସମ୍ମୁଖକୁ ଆଣିବେ ବୋଲି କମ୍ପ୍ୟୁଟର ବାବା କହିଛନ୍ତି। ସେ କହିଛନ୍ତି ଯେ ବିଜେପି କାର୍ଯ୍ୟରେ ସାଧୁସନ୍ଥମାନେ ଅସନ୍ତୁଷ୍ଟ ଥିଲାବେଳେ ବିଧାୟକମାନେ ଅସନ୍ତୋଷ ପ୍ରକାଶ କରିବା ସ୍ୱାଭାବିକ। ଶାସକ କଂଗ୍ରେସ ଦଳରେ ଯୋଗଦେବାକୁ ବିଜେପିର ୪ ବିଧାୟକ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି। ଠିକ ସମୟରେ ସେମାନଙ୍କୁ ଆଗକୁ ଅଣାଯିବ। ଏହାସହ କମ୍ପ୍ୟୁଟକ ବାବା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଶିବରାଜ ନର୍ମଦାକୁ ବିକି ଖାଇଛନ୍ତି ଓ ସେ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ବୋଲି କମ୍ପ୍ୟୁଟର ବାବା କହିଛନ୍ତି।
ପ୍ରକାଶ ଯେ ବୁଧବାର ମଧ୍ୟପ୍ରଦେଶ ବିଧାନସଭାରେ ଏକ ବିଧେୟକ ପାଇଁ ଭୋଟିଂ ସମୟରେ ବିଜେପିର ୨ ଜଣ ବିଧାୟକ କମଳନାଥ ସରକାରଙ୍କ ପକ୍ଷରେ ମତଦାନ କରିଥିଲେ। ବିଜେପିର ବିଧାୟକ ଦ୍ୱୟ କଂଗ୍ରେସରେ ଯୋଗଦେବାକୁ ଚାହୁଁଛନ୍ତି, ତେଣୁ ସେମାନେ କମଳନାଥ ସରକାରଙ୍କ ସପକ୍ଷରେ ମତଦାନ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏବେ କମ୍ପ୍ୟୁଟର ବାବାଙ୍କ ଦାବି ମଧ୍ୟପ୍ରଦେଶ ରାଜନୀତିକୁ ଭିନ୍ନ ମୋଡ଼ ଦେଇଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories