www.samajalive.in
Thursday, December 11, 2025
18.1 C
Bhubaneswar

ମିଶ୍ରୀର ୫ଟି ଔଷଧୀୟ ଗୁଣ

ପ୍ରାୟତଃ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇ ସାରିବା ପରେ ମିଶ୍ରୀ ଓ ପାନମହୁରୀ/ପାନମଧୁରୀ ଖାଇବାକୁ ଦିଆଯାଏ । ଏହି ଦୁଇଟିକୁ ମାଉଥ୍ ଫ୍ରେଶନର ଭାବେ ବ୍ୟବହାର କରାଯାଏ । ମିଶ୍ରୀ ଶରୀରକୁ ଅନେକ ସୁଫଳ ଦେଇଥାଏ । ନିୟମିତ ଖାଦ୍ୟ ତାଲିକାରେ ମିଶ୍ରୀ ସାମିଲ କରିବା ଉଚିତ୍ । ତେବେ ଆସନ୍ତୁ ଜାଣିବା ମିଶ୍ରୀର ଔଷଧୀୟ ଗୁଣ ବିଷୟରେ….

ଥଣ୍ଡା-କାଶ: ବର୍ଷା ଋତୁରେ ବିଭିନ୍ନ ରୋଗ ହେବାର ଆଶଙ୍କା ରହିଥାଏ । ଏହି ସମୟରେ ଥଣ୍ଡା ଓ କାଶ ହେବା ସାଧାରଣ କଥା । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମିଶ୍ରୀକୁ ପେସି ପାଉଡର ପ୍ରସ୍ତୁତ କରନ୍ତୁ । ସେଥିରେ ଗୋଲ ମରିଚ ପାଉଡର ଓ ଘିଅ ମିଶାଇ ରାତିରେ ଶୋଇବା ପୂର୍ବରୁ ସେବନ କରନ୍ତୁ । ଏତତ୍ ବ୍ୟତୀତ ମିଶ୍ରୀ ପାଉଡର ଓ  ଗୋଲ ମରିଚ ପାଉଡରକୁ ନଖ ଉଷୁମ ପାଣିରେ ମଧ୍ୟ ସେବନ କରି ପାରିବେ ।

- Advertisement -

ହିମୋଗ୍ଲୋବିନ ସ୍ତରକୁ ନିୟନ୍ତ୍ରିତ ରଖେ: ଶରୀରରେ ହିମୋଗ୍ଲୋବିନ ସ୍ତର କମ୍ ହେବା ଦ୍ବାରା ରକ୍ତ ଅଭାବ ଦେଖା ଯାଇଥାଏ । କୌଣସି କଠିନ କାର୍ଯ୍ୟ ନ କରିବା ସତ୍ତ୍ବେ ଥକ୍କାପଣ ଅନୁଭବ ହୋଇଥାଏ ।  ମୁଣ୍ଡ ବୁଲାଇବା ସହ କେତେକ ଲୋକଙ୍କ ରଙ୍ଗ ଛେତା ପଡି ଯାଇଥାଏ । ମିଶ୍ରୀରେ ଏହି ସମସ୍ତ ସମସ୍ୟାର ସମାଧନ ରହିଛି । ନିୟମିତ ମିଶ୍ରୀ ସେବନ କରିବା ଦ୍ବାରା ଶରୀରରେ ହିମୋଗ୍ଲୋବିନ ସ୍ତର ବୃଦ୍ଧି ହୋଇଥାଏ । ଏହା ରକ୍ତସଞ୍ଚାଳନ ସଠିକ୍ ରହିଥାଏ ।

ହଜମ ପ୍ରକ୍ରିୟା ସଠିକ ରୁହେ: ମିଶ୍ରୀ ସହ ପାନମହୁରୀ/ପାନମଧୁରୀ ସେବନ କରିବା ଦ୍ବାରା ହଜମ ପ୍ରକ୍ରିୟା ସଠିକ ରହିଥାଏ । ଖାଦ୍ୟ ଶୀଘ୍ର ହଜମ ହୋଇଥାଏ । ସେଥିପାଇଁ ଖାଦ୍ୟ ଗ୍ରହଣ ପରେ ମିଶ୍ରୀ ଅବଶ୍ୟ ଖାଆନ୍ତୁ ।

ଶକ୍ତି ଅଭିର୍ଦ୍ଧକ: ମିଶ୍ରୀ ପାଟିକୁ ମିଠା ଲାଗିବା ସହ ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ । ପାନମହୁରୀ/ପାନମଧୁରୀ ସହ ମିଶ୍ରୀ ସେବନ କରିବା ଦ୍ବାରା ଶରୀରକୁ ସତେଚ ଅନୁଭବ ହେବା ସହ ଶରୀରକୁ ଶକ୍ତି ମିଳିଥାଏ ।

ନାକରୁ ରକ୍ତ ବାହାରିବା ସମସ୍ୟା: କେତେକ ଲୋକଙ୍କ ନାକରୁ ରକ୍ତ ବାହାରିଥାଏ । ମିଶ୍ରୀ ଏଭଳି ସମସ୍ୟାରୁ ତୁରନ୍ତ ଉପଶମ ଦେଇଥାଏ । ଖରା ଦିନରେ ଏଭଳି ସମସ୍ୟା ଦେଖିବାକୁ ମିଳିଥାଏ ।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories