www.samajalive.in
Saturday, December 13, 2025
15.1 C
Bhubaneswar

ଆଦିତ୍ୟ ଆଲୁମିନିୟମ ପକ୍ଷରୁ ସମ୍ବଲପୁର ପୁଲିସକୁ ସହାୟତା ,ଅଧିକ ୪ଟି ପିସିଆର ଭ୍ୟାନ ଦାନ

ଭୁବନେଶ୍ୱର: ସମ୍ବଲପୁର ସହରରେ ଅପରାଧ କମ କରିବା ଲକ୍ଷ୍ୟନେଇ ଓ ସିଏସଆର ଦାୟିôବବୋଧର ଅଂଶ ସ୍ୱରୂପ ଆଦିତ୍ୟ ର୍ବିଲା ଗ୍ରୁପର କଂପାନି ଆଦିତ୍ୟ ଆଲୁମିନିୟମ ସମ୍ବଲପୁର ଜିଲ୍ଲା ପୋଲିସ ସହ ଏକ ପାଦ ଆଗକୁ ବଢ଼ି ନିକଟରେ ସହରରେ ଏକ ମଡେଲ କଂଟ୍ରୋଲ ରୁମ ସ୍ଥାପନ କରାଯାଇଛି। ପଶ୍ଚିମାଂଚଳ ଡିଆଇଜି ଶ୍ରୀଯୁକ୍ତ ସତ୍ୟବ୍ରତ ଭୋଇ ଓ ସମ୍ବଲପୁର ଏସପି ଶ୍ରୀଯୁକ୍ତି ସଂଜୀବ ଅରୋରା ଏହାକୁ ଉଦଘାଟନ କରିଛନ୍ତି। ଏହା ସହିତ କଂପାନି ପକ୍ଷରୁ ଜିଲ୍ଲା ପୋଲିସକୁ ଅଧିକ ୪ଟି ପିସିଆର ଭ୍ୟାନ ଦାନ କରାଯାଇଛି ଯାହାକୁ ମୁଖ୍ୟ ଅତିଥି ଡିଆଇଜି ଶ୍ରୀ ଭୋଇ ପତାକା ଦେଖାଇ ଅନାବରଣ କରିଥିଲେ। ଆଦିତ୍ୟ ଆଲୁମିନିୟମର ଅଭିଯାନକୁ ପ୍ରଶଂସା କରି ଶ୍ରୀଯୁକ୍ତ ଭୋଇ କହିଛନ୍ତି ଯେ, “ଆଦିତ୍ୟ ଆଲୁମିନିୟମର ଏହି ପଦକ୍ଷେପ ବାସ୍ତବରେ ମୂଲ୍ୟବାନ ଏବଂ ଜିଲ୍ଲାରେ ଅପରାଧକୁ କମ କରିବା ଏବଂ ଜିଲ୍ଲାର ଦୁର୍ଗମ ଅଂଚଳରେ ପହଂଚିବାରେ ଏହା ଜିଲ୍ଲା ପୋଲିସ ପାଇଁ ସହାୟକ ହେବ।”
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ କଂପାନି ପକ୍ଷରୁ ଜିଲ୍ଲା ପୋଲିସକୁ ୬ଟି ଭ୍ୟାନ ଦାନ କରାଯାଇଥିଲା ଓ ଏବେ ଆଉ ୪ଟି ଭ୍ୟାନ ଦାନ କରାଯିବ ସହ କଂପାନିର ମୋଟ ପିସିଆର ଭ୍ୟାନ ଦାନ ସଂଖ୍ୟା ୧୦ରେ ପହଂଚିଛି ଯାହା ଜିଲ୍ଲାରେ ଅପରାଧ କମ କରିବା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିର ମୁକାବିଲ ଦିଗରେ ଜିଲ୍ଲା ପୋଲିସକୁ ଦୃତା ପ୍ରଦାନ କରିବ। ଜିଲ୍ଲାର ପ୍ରତିଟି ବର୍ଗ କଂପାନିର ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ଆଦିତ୍ୟ ଆଲୁମିନିୟମର ୟୁନିଟ ମୁଖ୍ୟ ଶ୍ରୀଯୁକ୍ତ କେଳାଶ ନାଥ ପାଣ୍ଡେ, କ୍ଲଷ୍ଟର ଏଚଆର ମୁଖ୍ୟ ଶ୍ରୀଯୁକ୍ତ ଯଶବୀର ସିଂହ ମଲହୋତ୍ରା, ଏଚଆର-ମୁଖ୍ୟ ଶ୍ରୀଯୁକ୍ତ ସୁଧୀର ଗୁପ୍ତା ଏବଂ କ୍ଲଷ୍ଟର ସିଏସଆର ଓ ଲାୟଜନିଂ ମୁଖ୍ୟ ଏ ସତ୍ୟନାରାୟଣ ଏହି ଅବସରରେ ଉପସ୍ଥିତ ଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories