www.samajalive.in
Thursday, December 11, 2025
15.1 C
Bhubaneswar

ଚଳିତ ବର୍ଷ ଦେଶରେ ନିର୍ମାଣ ହେବ ୨୦ ହଜାର ଜନ ଆରୋଗ୍ୟ କେନ୍ଦ୍ର : ହର୍ଷବର୍ଦ୍ଧନ

ହାଇଦରାବାଦ : ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ଅଧୀନରେ ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ ୨୦ ହଜାର ଜନ ଆରୋଗ୍ୟ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଶେଷ କରାଯିବ। ଶନିବାର ହାଇଦ୍ରାବାଦଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼କ୍ଟର ହର୍ଷବର୍ଦ୍ଧନ କହିଛନ୍ତି, ଏହି କାର୍ଯ୍ୟକ୍ରମ ଅଧୀନରେ ଏକ ଲକ୍ଷ ୫୦ ହଜାର ଜନ ଆରୋଗ୍ୟ କେନ୍ଦ୍ର ସ୍ଥାପନ କରାଯିବ । ସିଏସଆଇଆର ଲାବୋରେଟୋରିର ବୈଜ୍ଞାନିକମାନଙ୍କୁ ଉଦ୍‍ବୋଧନ ଦେଇ ଡ଼କ୍ଟର ହର୍ଷବର୍ଦ୍ଧନ କହିଛନ୍ତି ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ଆୟୁଷ୍ମାନ ଭାରତ ହେଉଛି ଏକ ସଫଳ କାର୍ଯକ୍ରମ । ବୈଜ୍ଞାନିକମାନେ କ୍ୱଚିତ ଦେଖାଯାଉଥିବା ତଥା ବଂଶଗତ ରୋଗର ଚିକିତ୍ସା ପାଇଁ ନୂତନ ଆବିଷ୍କାର କରି ଲୋକଙ୍କ ଦୁର୍ଦ୍ଦଶା ଦୂର କରିବାକୁ ସେ ଆହ୍ୱାନ ଦେଇଥିଲେ। ସରକାର ୨୦୨୫ ମସିହା ସୁଦ୍ଧା ଦେଶକୁ ଯକ୍ଷ୍ମାମୁକ୍ତ କରିବାକୁ ଲକ୍ଷ୍ୟ ରଖିଥିବା ଡ଼କ୍ଟର ହର୍ଷବର୍ଦ୍ଧନ କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories