www.samajalive.in
Monday, December 8, 2025
14.1 C
Bhubaneswar

ପରମ୍ପରାକୁ ବିପରୀତ କରି ପିତାଙ୍କୁ ମୁଖାଗ୍ନି ଦେଲେ ଝିଅ

ଭୁବନେଶ୍ୱର : ପିତାମାତାଙ୍କ ଶେଷ ସମୟରେ ମୃତ୍ୟୁ ପରେ ତାଙ୍କୁ ମୁଖାଗ୍ନି ସହ ପ୍ରତିବର୍ଷ ପିଣ୍ଡଦାନ କରିବା, ଏହି କାରଣରୁ ବର୍ତ୍ତମାନ ସମୟରେ ମଧ୍ୟ ପୁଅକୁ ହିଁ ଗୁରୁତ୍ୱ ଦିଆଯାଏ। ମାତ୍ର ଏହି ଭାବନା ଓ ପରମ୍ପରା ବହୁ ସମୟରୁ ସମାଜରେ ଚାଲି ଆସୁଥିଲେ ମଧ୍ୟ ମାଲକାନଗିରି ଜିଲାରେ ଶୁକ୍ରବାର ଠିକ ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି। ପିତାଙ୍କ ଶେଷକୃତ୍ୟ ପାଇଁ ପୁଅର ଅଭାବକୁ ଦୁଇ ଝିଅ ପୂରଣ କରିଛନ୍ତି। ପୁଅ ଭଳି ବାପାଙ୍କ ମୃତଦେହକୁ କାନେ୍ଧଇବା ସହ ମୁଖାଗ୍ନି ମଧ୍ୟ ଦେଇଛନ୍ତି।ଏହି ବିଷୟ ବର୍ତ୍ତମାନ ସମଗ୍ର ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ, ମାଲାକାନଗିରି ସଦର ମହକୁମା ସ୍ଥିତ କୁମୁଟିଗୁଡ଼ାରେ ସୁଶାନ୍ତ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ପରିବାରରେ ନିଜ ପତ୍ନୀ ଏବଂ ୩ ଝିଅଙ୍କ ସହ ରହୁଥିଲେ। ବ୍ୟବସାୟ କରି ସୁଶାନ୍ତ ନିଜ ପରିବାର ପୋଷଣ କରୁଥିବା ବେଳେ ଗତ କିଛି ଦିନ ହେବ ସେ ଅଶୁସ୍ଥ ଥିଲେ। ତାଙ୍କୁ ପ୍ରଥମେ ମାଲକାନଗିରି ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ ନହେବାରୁ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମାତ୍ର ତାଙ୍କର ଝିଅମାନେ ବାପାଙ୍କୁ ପୁଅର ଅଭାବ କେବେ ଅନୁଭବ ହେବାକୁ ଦେଇନଥିଲେ। ମାଲକାନଗିରିରେ ସୁଶାନ୍ତଙ୍କ ମୃତଦେହ ପହଞ୍ଚିବା ପରେ ଦୁଇ ଝିଅ ତାଙ୍କ ବାପାଙ୍କ କୋକେଇକୁ କାନେ୍ଧଇବା ସହ ମୁଖାଗ୍ନି ମଧ୍ୟ ଦେଇଛନ୍ତି। ମାତ୍ର ବାପାଙ୍କ ବିୟୋଗରେ ଦୁଇ ଝିଅ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories