ଉଚ୍ଚ ଶିକ୍ଷା ପାଇଁ ଅର୍ଥ ସାଜିଛି ବାଧକ
ମାଲକାନଗିରି : ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଟଙ୍କ ମୁଣ୍ଡା ଗ୍ରାମର ଜଣେ ଆଦବାସୀ ଛାତ୍ରର ଉଚ୍ଚ ଶିକ୍ଷା ପାଇଁ ଅର୍ଥ ବାଧକ ସାଜିଛି। ଛାତ୍ରଙ୍କ ନାମ ମୃତ୍ୟୁଞ୍ଜୟ ହନ୍ତକ୍ଷଲ। ମୃତ୍ୟୁଞ୍ଜୟ ମାଲକାନଗିରି ଜବାହର ନବୋଦୟ ବିଦ୍ୟାଳୟରେ ମାଟ୍ରିକ ପର୍ୟ୍ୟାନ୍ତ ପାଠ ପଢିବା ପରେ ଦେବଗଡ଼ ଠାରେ ଯୁକ୍ତ ଦୁଇରେ ୭୦ ପ୍ରତିଶତ ନମ୍ବର ରଖି ଉତ୍ତିର୍ଣ୍ଣ ହୋଇଥିଲେ। ବର୍ତ୍ତମାନ ସେ ରାଜଧାନୀ କଲେଜେରେ +୩ପଢୁ ଥିବା ବେଳେ ଓ. ୟୁ. ଏ. ଟିରେ ୨୭୫ ର୍ୟାଙ୍କ ରଖିଛନ୍ତି। ତେବେ ର୍ୟାଙ୍କ ପର୍ୟ୍ୟାନ୍ତ ଛାତ୍ର ଛାତ୍ରୀଙ୍କୁ ମାଗଣା ସିଟ ଥିବା ବେଳେ ଓୟୁଏଟି ପଢିବାକୁ ବର୍ତ୍ତମାନ ଏକ ଲକ୍ଷ୍ୟ ୫୦ହଜାର ଟଙ୍କାର ଆବଶ୍ୟକତା୍ ରହିଛି। ପିଲାଟି ବେଳୁ ବାପା ହରା ହୋଇଥିବା ବେଳେ ମାଆ ଅତ୍ୟନ୍ତ ଗରିବ।ଜମିରେ ମୁଲ ଲାଗିଲେ ଚୁଲି ଜଳେ। ଏଭଳି ସ୍ଥିତିରେ ପୁଅ ବା କେମିତି ପଢ଼ିଵ ସରକାର ଗରିବ ଆଦିବାସୀ ଛାତ୍ର ଛାତ୍ରୀଙ୍କ ପାଇଁ ବହୁ ଯୋଜନ କଥା କହୁଥିବା ବେଳେ ମୃତଞ୍ଜୟଙ୍କୁ ସାହାଯ୍ୟ ପାଇଁ ଦାବି ହେଉଛି ନଚେତ ମାଲକାନଗିରିର ଏହି ଆଦିବାସୀ ଛାତ୍ରର ଓ ୟୁଏଟିରେ ପଢିବାର ସ୍ବପ୍ନ ମଉଳି ଯିବ।