ମୁମ୍ବଇ : ବଲିଉଡ଼ ଅଭିନେତ୍ରୀ କରୀନା କପୁର ଖାନ୍ ଜୀ’ ଟିଭିରେ ପ୍ରସାରିତ ଲୋକପ୍ରିୟ ନୃତ୍ୟ ଭିତ୍ତିକ ରିୟାଲିଟି ଶୋ ‘ଡାନ୍ସ ଇଣ୍ଡିଆ ଡାନ୍ସ(ଡିଆଇଡି)’ର ୭ମ ସଂସ୍କରଣରେ ବିଚାରପତି ଭାର ବହନ କରିଛନ୍ତି। ଶୋ’କୁ ନେଇ ଚଳିତ ଦିନରେ ସେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ତେବେ କ’ଣ ଆପଣ ଜାଣନ୍ତି, କରୀନା ‘ଡାନ୍ସ ଇଣ୍ଡିଆ ଡାନ୍ସ’ର ଗୋଟିଏ ଏପିସୋଡ଼୍ ପାଇଁ କେତେ ଟଙ୍କା ନେଉଛନ୍ତି?
ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଖବର ଅନୁଯାୟୀ, ଡିଆଇଡିର ଗୋଟିଏ ଏପିସୋଡ଼୍ ପାଇଁ କରୀନା ୩ କୋଟି ଟଙ୍କା ନେଉଛନ୍ତି। ବିଗତ ଦିନରେ ଶୁଣିବାକୁ ମିଳିଥିଲା ଯେ, ଡିଆଇଡି ପାଇଁ କରୀନାଙ୍କୁ ମୋଟା ଅଙ୍କର ପାଉଣା ଅଫର୍ କରାଯାଇଛି। ଏହି କ୍ରମରେ କରୀନା ଛୋଟ ପରଦାର ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀ ପାଲଟିଛନ୍ତି।
‘ଡିଆଇଡି’ର ଗୋଟିଏ ଏପିସୋଡ଼୍ ପାଇଁ ଚକିତ କଲା ଭଳି ଫିସ୍ ନେଉଛନ୍ତି କରୀନା!
Popular Categories



