ଭୁଶୁଡିଲା କୋଠା, ୨ମୃତ ସେନାର ୩୦ ଜବାନ ଚାପି ହୋଇ ରହିଥିବା ଆଶଙ୍କା
ଶିମଲା .- ହିମାଚଳ ପ୍ରଦେଶର ସୋଲାରେ ଏକ ବହୁତଳ ବିଶିଷ୍ଟ କୋଠାଘର ଭୁଶୁଡି ପଡିଛି । ଏହା ତଳେ ସେନାର ୨୦ ଜଣ ଜବାନ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ୧୫ ଜଣ ଜବାନଙ୍କୁ ଉଦ୍ଧାର କରାଯାଇଛି । ଜୋର ସୋରରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଶିମଲାଠାରୁ ୪୫ କିଲୋମିଟର ଦୂର ସୋଲାନରେ ରବିବାରରେ ଏହି କୋଠାଘର ହଠାତ୍ ଭୁଶୁଡି ପଡିଥିଲା ।
ଏନ୍ଡିଆରଏଫ୍ର ଜବାନମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ପ୍ରଥମେ ସେନାର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ମାତ୍ର ଆବଶ୍ୟକୀୟ ସରଞ୍ଜାମ ନଥିବାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇ ପାରି ନଥିଲା । ଏହି ଘରେ ଏକ ରେଷ୍ଟୁରାଣ୍ଟ ଥିଲା । ପ୍ରବଳ ବର୍ଷ। ଯୋଗୁଁ ଘରଟି ବୁଶୁଡି ପଡିଥିବା ସନ୍ଦେହ କରାଯାଉଛି । ସେନାର ଜବାନ ଓ ସେମାନଙ୍କ ପରିବାର ଲୋକ ଉତ୍ତରାଖଣ୍ଡକୁ ଯାଉଥିବା ବେଳେ ସେହି ରେଷ୍ଟୁରାଣ୍ଟରେ ଖାଇବା ପାଇଁ ଅଟକଥିଲେ ।
ପ୍ରବଳ ବର୍ଷାଯୋଗୁଁ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ଅନେକସ୍ଥାନରେ ଭୂସ୍ଖଳନ ହୋଇଛି । ବିଭିନ୍ନ ରାଜପଥ ଉପରେ ମାଟି ଓ କାଦୁଅ ଜମି ରହିଛି ।
Comments are closed.