www.samajalive.in
Wednesday, December 10, 2025
26.1 C
Bhubaneswar

ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ କଟ୍ଅଫ ମାର୍କ : ବିଜ୍ଞାନରେ ରେଭେନ୍ସା, କଳାରେ ବିଜେବି ଆଗରେ

ଭୁବନେଶ୍ବର : ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ନାମଲେଖା ପାଇଁ ଶନିବାର ଅପରାହ୍ଣରେ ଦ୍ବିତୀୟ ପର୍ୟ୍ୟାୟ କର୍ଟଅଫ ମାର୍କ ପ୍ରକାଶ ପାଇଛି। ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ପାଇଁ ଦ୍ବିତୀୟ ପର୍ୟ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି। ଯୋଗ୍ୟ ବିବେଚିତ ବିଦ୍ୟାର୍ଥୀ ଜୁଲାଇ ୧୫ରୁ ୧୭ ତାରିଖ ମଧ୍ୟରେ ଦ୍ବିତୀୟ ପର୍ୟ୍ୟାୟରେ ନାମଲେଖାଇ ପାରିବେ। ବିଜ୍ଞାନରେ ରେଭେନ୍ସା କନିଷ୍ଠ ମହାବିଦ୍ୟାଳୟର ସର୍ବାଧିକ ୮୯.୨ ପ୍ରତିଶତ ସହିତ ଆଗରେ ରହିଥିବାବେଳେ ୮୭.୬୭ ପ୍ରତିଶତ ସହ ବିଜେବି ଦ୍ବିତୀୟ, ବ୍ରହ୍ମପୁର ସରସ୍ବତୀ ବିଦ୍ୟାମନ୍ଦିର ଜୁନିଅର କଲେଜ ୮୭.୧୭ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି।
କଳା ପାଠ୍ୟକ୍ରମରେ ବିଜେବି କନିଷ୍ଠ ମହାବିଦ୍ୟାଳୟର ଦ୍ବିତୀୟ କଟ୍ଅଫ୍ ମାର୍କ ଚଳିତ ବର୍ଷ ସର୍ବାଧିକ ୭୦.୪ ପ୍ରତିଶତ, ୭୦ପ୍ରତିଶତ ସହ ରେଭେନ୍ସା କନିଷ୍ଠ ମହାବିଦ୍ୟାଳୟର ଦ୍ବିତୀୟ ଓ ନରସିଂହପୁର ଜୁନିଅର କଲେଜ ୬୮.୧୭ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି।
ବାଣିଜ୍ୟରେ ତାଳଚେର ଜୁନିଅର କଲେଜ ୭୫.୮୩ ପ୍ରତିଶତ ସହ ଆଗରେ ରହିଥିଲାବେଳେ ରେଭନ୍ସୋ ହାୟର ସେକେଣ୍ଡାରୀ ସ୍କୁଲ ୭୫.୫ ପ୍ରତିଶତ ସହ ଦ୍ବିତୀୟ, ଶୈଳବାଳା କଲେଜ ୭୪.୪ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories