www.samajalive.in
Monday, December 8, 2025
24.1 C
Bhubaneswar

ଦ୍ୱିପାକ୍ଷିକ ବାଣିଜ୍ୟ ମଜବୁତ କରିବେ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା

ନୂଆଦିଲ୍ଲୀ: ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଓ ଅର୍ଥନୀତି ସଂପର୍କକୁ ଅଧିକ ସୁଦୃଢ଼ କରିବା ଲାଗି ଉଭୟ ପକ୍ଷ ସମ୍ମତି ପ୍ରଦାନ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ସହାୟକ ବାଣିଜ୍ୟ ପ୍ରତିନିଧି ଖ୍ରୀଷ୍ଟୋଫର୍‍ ୱିଲ୍‍ସନ୍‍ଙ୍କ ନେତୃତ୍ୱରେ ଭାରତ ଗସ୍ତରେ ଆସିଥିବା ଏକ ପ୍ରତିନିଧି ଦଳ ଶୁକ୍ରବାର ନୂଆଦିଲ୍ଲୀଠାରେ ବାଣିଜ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ସଞ୍ଜୟ ଚଢ଼ାଙ୍କ ନେତୃତ୍ୱରେ ଗଠିତ ଭାରତୀୟ ପ୍ରତିନିଧି ଦଳ ସହିତ ଏ ସଂପର୍କରେ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ବାଣିଜ୍ୟ ଓ ଅର୍ଥନୈତିକ ସଂପର୍କକୁ ଅଧିକ ସୁଦୃଢ଼ କରିବା ସହିତ ଏହାଦ୍ୱାରା ଉଭୟ ପକ୍ଷ ଯେଭଳି ଲାଭବାନ ହୋଇପାରିବେ, ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ଏହି ବୈଠକରେ ଆଲୋଚନା ହୋଇଛି।

ଜୁନ ମାସରେ ଜାପାନର ଓସାକାଠାରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ ଟ୍ରମ୍ପ୍‍ଙ୍କ ମଧ୍ୟରେ ଆଲୋଚନା ସମୟରେ ଏ ସଂପର୍କରେ ନିଆଯାଇଥିବା ନିଷ୍ପତ୍ତିକୁ ଆଧାର କରି ଏହି ଦ୍ୱିପାକ୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories